NEWS

ବଢ଼ିଲା ଓଲିଉଡ୍‌ କଳି...ଟୁଟୁ ନାୟକ କିଏ ମୁଁ ତାଙ୍କୁ ବ୍ୟାନ୍‌ କରୁଛି: ମନୋଜ ମିଶ୍ର

୩ଟି ଭାଷାରେ ସଙ୍ଗୀତ ପରିବେଷଣ କରି ସାଉଁଟିଛନ୍ତି ପ୍ରଂଶସା, ରାଜ୍ୟ ବାହାରେ ମଧ୍ୟ ସୁପରିଚ ଉତ୍ତରକାଶୀ ଶ୍ରୀଜଗନ୍ନାଥ ମନ୍ଦିରର ହେବ ବିକାଶ Salaar Teaser: ଅପେକ୍ଷାରେ ହେଲା ଅନ୍ତ; ଆସୁଛି Salaar ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । ... ... ... ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ » ବଢ଼ିଲା ଓଲିଉଡ୍‌ କଳି...ଟୁଟୁ ନାୟକ କିଏ ମୁଁ ତାଙ୍କୁ ବ୍ୟାନ୍‌ କରୁଛି: ମନୋଜ ମିଶ୍ର ବଢ଼ିଲା ଓଲିଉଡ୍‌ କଳି...ଟୁଟୁ ନାୟକ କିଏ ମୁଁ ତାଙ୍କୁ ବ୍ୟାନ୍‌ କରୁଛି: ମନୋଜ ମିଶ୍ର Ollywood News: ବଢ଼ିଲା ଓଲିଉଡ୍‌ କଳି, ତେଜିଲା ରାଜନୀତି । ଅଭିନେତା ମନୋଜ ମିଶ୍ରଙ୍କୁ ପ୍ରଯୋଜକ ସଂଘର ବାସନ୍ଦ ପ୍ରସଙ୍ଗକୁ ନେଇ ବଢ଼ିଛି ବିବାଦ । ମନୋଜ ମିଶ୍ର ପ୍ରେସ୍‌ମିଟ୍‌ କହିଲେ ଟୁଟୁ ନାୟକ କିଏ ମୁଁ ତାଙ୍କୁ ବ୍ୟାନ୍‌ କରୁଛି.... Odia Last Updated : October 28, 2023, 14:12 IST Other, India Share this: Odia ସମ୍ବନ୍ଧିତ ଖବର ୩ଟି ଭାଷାରେ ସଙ୍ଗୀତ ପରିବେଷଣ କରି ସାଉଁଟିଛନ୍ତି ପ୍ରଂଶସା, ରାଜ୍ୟ ବାହାରେ ମଧ୍ୟ ସୁପରିଚ ଉତ୍ତରକାଶୀ ଶ୍ରୀଜଗନ୍ନାଥ ମନ୍ଦିରର ହେବ ବିକାଶ Salaar Teaser: ଅପେକ୍ଷାରେ ହେଲା ଅନ୍ତ; ଆସୁଛି Salaar Odia Digital Ollywood News: ବଢ଼ିଲା ଓଲିଉଡ୍‌ କଳି, ତେଜିଲା ରାଜନୀତି । ଅଭିନେତା ମନୋଜ ମିଶ୍ରଙ୍କୁ ପ୍ରଯୋଜକ ସଂଘର ବାସନ୍ଦ ପ୍ରସଙ୍ଗକୁ ନେଇ ବଢ଼ିଛି ବିବାଦ । ଏହାକୁ ନେଇ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, ବାସନ୍ଦ ପ୍ରତ୍ୟାହାର ନ ହେଲେ ଓଡ଼ିଶା ଦୁଇ ଭାଗ ହୋଇଯିବ । ପଶ୍ଚିମ ଓଡ଼ିଶା ଲୋକ ବୋଲି ତାଙ୍କୁ ଅପମାନିତ କରାଯାଇଛି । ତାଙ୍କୁ ଦୁଇ ବର୍ଷ ଲାଗି ବାସନ୍ଦ କରାଯାଇଛି । ଏହାର ଘୋର ପ୍ରତିବାଦ କରିବେ ପଶ୍ଚିମ ଓଡ଼ିଶା ବାସୀ । ଯଦି ସିନେ କଳାକାର ମନୋଜ ମିଶ୍ରଙ୍କ ଉପରୁ ବାସନ୍ଦ ନ ଉଠେ ତେବେ ଦରକାର ପଡ଼ିଲେ, ଏହାକୁ ନେଇ ଓଡ଼ିଶା ଦୁଇ ଭାଗ ହୋଇଯିବ । ତେଣୁ ସମସ୍ୟାର ସମାଧାନ ଲାଗି ଶୀଘ୍ର ବକ୍ତବ୍ୟ ଓ ବାସନ୍ଦ ପ୍ରତ୍ୟାହାର କରିବାକୁ ସେ ଦାବି କରିଛନ୍ତି । ସେପଟେ ଏହି ବିବାଦ ପ୍ରସଙ୍ଗରେ ପ୍ରଯୋଜକ ସଞ୍ଜୟ ନାୟକ କହିଛନ୍ତି, ଘର କଳି ଘରେ ରହୁ । ଏହାକୁ ନେଇ ଆଞ୍ଚଳିକ ରାଜନୀତି କରା ନଯାଉ । ପଶ୍ଚିମ ଓଡ଼ିଶାକୁ କିମ୍ବା ପୂରା ଓଡ଼ିଶାକୁ ବଦନାମ ନ କରାଯାଉ । ଓଡ଼ିଶା ଏକ, ଓଡ଼ିଆ ଏକ, ଓଡ଼଼ିଆ ଇଣ୍ଡଷ୍ଟ୍ରି ଏକ, ଏହାକୁ ନେଇ ଆଞ୍ଚଳିକ ରାଜନୀତି ନ କରିବାକୁ ସେ ଅନୁରୋଧ କରିଛନ୍ତି । ସେପଟେ ଆଜି ମନୋଜ ମିଶ୍ର ପ୍ରେସ୍‌ମିଟ୍ କରି ନିଜ ମତ ରଖିଛନ୍ତି । କହିଛନ୍ତି ଯେ କିଛି ଲୋକ ଆମ ଭିତରେ ଗଣ୍ତଗୋଳ କରିବାକୁ ଚେଷ୍ଟା କରୁଛନ୍ତି । ଓଡ଼ିଶାର ସମସ୍ତ ଲୋକଙ୍କୁ ଏ କଥା ଭଲ ଲାଗୁନି । ମୋ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି । ଟୁଟୁ ନାୟକ ମତେ କଣ ବ୍ୟାନ୍‌ କରିବେ ମୁଁ ତାଙ୍କୁ ବ୍ୟାନ୍‌ କରୁଛି ଜୀବନ ସାରା ମୁଁ ତାଙ୍କ ଫିଲ୍ମ କରିବିନି । ଓଡ଼ିଆ ସିନେମାର ବିକାଶ ମୁଁ କରିବାକୁ ଚାହୁଁଛି । କିଛି ଲୋକ ଓଡ଼ିଆ ସିନେମାର ବିକାଶ କରିବାକୁ ଚାହୁଁନାହିଁ । ଫିଲ୍ମ କୌଣସି ଆଞ୍ଚଳିକ ବାଦରେ ଚାଲେନି । ଓଡ଼ିଶା ଦୁଇ ଭାଗ ନେଇ ନରସିଂହ ମିଶ୍ର ଯେଉଁ ମତ ଦେଇଛନ୍ତି ସେଇଟା ତାଙ୍କର ବ୍ୟକ୍ତିଗତ ମତ ମୋର ସେଥିରେ କିଛି କହିବାର ନାହିଁ । ପଢନ୍ତୁ ଏହି ଖବର: Caterpillar Sting Treatment: ସଁବାଳୁଆ ବିଷରୁ କେମିତି ପାଇବେ ମୁକ୍ତି ? କିଛି ସେକେଣ୍ଡରେ ପାଆନ୍ତୁ ମୁକ୍ତି...ଜାଣନ୍ତୁ କେମିତି ! ସମ୍ବଲପୁରରେ ରାମ ଫିଲ୍ମକୁ ରିଲିଜ କରାଇ ଦେଉନଥିବା ଅଭିଯୋଗ କରି ୟୁସିସିସର ଦ୍ୱାରସ୍ଥ ହୋଇଥିଲେ ଅଭିନେତା ଅରିନ୍ଦମ । କୁହାଯାଉଛି ଅଭିନେତା ଜିତୁ ମଙ୍ଗରାଜଙ୍କ ସହିତ ଶତ୍ରୁତା କାରଣରୁ ମନୋଜ ମିଶ୍ରଙ୍କ ସମର୍ଥକମାନେ ସମ୍ବଲପୁରରେ ଏହି ଫିଲ୍ମକୁ ହଲରେ ରିଲିଜ କରାଇ ଦେଇନାହାନ୍ତି । ଯାହାକୁ ନେଇ ତେଜିଛି ବିବାଦ ଓ ବୟାନବାଜି।... ପଢନ୍ତୁ ଏହି ଖବର: Fenugreek Health Benefits: ୧ ଚାମଚ ମେଥି ଶରୀର ପାଇଁ ବରଦାନ ସଦୃଶ...ଖାଆନ୍ତୁ ଓ ପାଆନ୍ତୁ ଲାଭ ! ସେପଟେ ନରସିଂହ ମିଶ୍ରଙ୍କ ଓଡ଼ିଶା ଦି ଫାଳ ବୟାନକୁ ନେଇ ଅଭିନେତା ମନୋଜ ମିଶ୍ର କହିଛନ୍ତି ସମସ୍ତଙ୍କ ସମର୍ଥନ କରିବା ଶୈଳୀ ଭିନ୍ନ ରହିଥାଏ । ନରସିଂହ ମିଶ୍ର ତାଙ୍କ ଶୈଳୀରେ ସମର୍ଥନ କଲେ । ମୁଁ ଖୁସି, ସାରା ଓଡ଼ିଶା ମୋତେ ସପୋର୍ଟ କରୁଛି । ବିବାଦ ହେଲେ ଓଡ଼ିଆ ସିନେମା ଆଗକୁ ଯାଇ ପାରିବନି । ସମସ୍ତ ଡିଷ୍ଟ୍ରିବ୍ୟୁଟରଙ୍କ ସହ ସରକାର ଆଲୋଚନା କରନ୍ତୁ । ମାସେ ପାଇଁ ଯେଭଳି ଓଡ଼ିଆ ଫିଲ୍ମ ହଲରୁ ହଟିବନି ବ୍ୟବସ୍ଥା କରନ୍ତୁ । ଗତକାଲି ମନୋଜଙ୍କ ବାସନ୍ଦକୁ ବିରୋଧ କରିଥିଲେ ନରସିଂହ ମିଶ୍ର । ଦରକାର ପଡ଼ିଲେ ଓଡ଼ିଶା ଦୁଇ ଭାଗ ହୋଇଯିବ କହିଥିଲେ । ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହଙ୍କ ବୟାନକୁ ସିନେ ପ୍ରଯୋଜକ ସଞ୍ଜୟ ନାୟକଙ୍କ କଡ଼ା ବିରୋଧ । ଓଡ଼ିଶାକୁ କେହି ଦି ଭାଗ କରିପାରିବେନି କହିଲେ ସଞ୍ଜୟ ନାୟକ । ନରସିଂହ ଜଣେ ଭଲ ରାଜନେତା । ସେ ରାଜନେତା ହୋଇ ରୁହନ୍ତୁ । ଫିଲ୍ମ ଭିତରେ ନ ପଶି ରାଜନୀତି କରନ୍ତୁ ବୋଲି କହିଛନ୍ତି ସଞ୍ଜୟ । କେହି ଚାହିଁଲେ ବି ଓଡ଼ିଶାକୁ ଦୁଇ ଭାଗ କରିପାରିବେନି ବୋଲି ସେ କହିଛନ୍ତି । ସଂଜୟ ନାୟକଙ୍କ ମନ୍ତବ୍ୟ ଉପରେ ନରସିଂହଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । Top Videos Published by: Sujit Swain FIRST PUBLISHED : October 28, 2023, 14:10 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । Actor , Manoj mishra , Ollywood , Ollywood Actor ଫଟୋ ଗ୍ୟାଲେରୀ ... ... ...

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.