Top 10 News Today Headlines 01- ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କିଏ ମାରିବ ବାଜି ସେନେଇ କଳ୍ପନାଜଳ୍ପନା ଚାଲିଛି । ଏଥର ଆମେରିକାରେ ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ କମଲା ହାରିସ ଆସିବେ ନା ପୁଣିଥରେ ଟ୍ରମ୍ପ ଗାଦିରେ ବସିବେ ସେନେଇ ରାଜନୈତିକ ସମୀକ୍ଷକମାନେ ବିଭିନ୍ ମତ ଦେଇଛନ୍ତି । ମାତ୍ର କେଇ ଘଣ୍ଟାର ଅପେକ୍ଷା ପରେ ତାହା ସ୍ପଷ୍ଟ ହୋଇଯିବ । ନିର୍ବାଚନରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତୀୟ ବଂଶଦ୍ଭବ କମଲା ହାରିସ୍ଙ୍କ ମଧ୍ୟରେ କଡ଼୍ଡା ଟକ୍କର ହେଇଥିଲା । ସାରା ବିଶ୍ବର ନିଜର ଆଜିର ନିର୍ବାଚନ ଉପରେ ଥିଲା । କମଳାଙ୍କ ପୈତୃକ ଗାଁର ଲୋକମାନେ ଭାରତରେ ମନ୍ଦିରରେ ପୂଜାର୍ଚ୍ଚନା କରି ଶୁଭ ମନାସିଥିଲେ । Headlines 02- ଆମେରିକା ହ୍ୟୁଷ୍ଟନ୍ରେ ହେବନି ଇସ୍କନ ରଥଯାତ୍ରା । ଓଡ଼ିଆ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ବିଚାର କରି ଏହି ନିଷ୍ପତ୍ତି ନେଇଛି ଇସ୍କନ । ରଥଯାତ୍ରା ବଦଳରେ ହେବ ନିତ୍ୟାଇ ଗୌର ସଂକୀର୍ତ୍ତନ ଯାତ୍ରା । ପ୍ରେସ ରିଲିଜ୍ ଜରିଆରେ ଇସ୍କନ ପରିଚାଳନା ପରିଷଦ ଏନେଇ ସୂଚନା ଦେଇଛି । ହ୍ୟୁଷ୍ଟନ୍ରେ ଆସନ୍ତା ୯ରେ ଇସ୍କନ ରଥଯାତ୍ରା ନ କରିବାକୁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ୱେବସାଇଟ୍ରୁ ଏନେଇ କାର୍ଯ୍ୟସୂଚୀକୁ ହଟାଯାଇ ନାହିଁ ଯାହାକୁ ନେଇ ଚର୍ଚ୍ଚା ଚାଲିଛି । Headlines 03- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରି ହିତାଧିକାରୀ ମାନଙ୍କୁ ତିନି ମାସର ଚାଉଳ ଆଗୁଆ ପ୍ରଦାନ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ହିତାଧିକାରୀ ତିନି ମାସ (ଅକ୍ଟୋବରରୁ ଡିସେମ୍ବର) ପାଇଁ ୧୫ କିଲୋ ଲେଖାଏ ଚାଉଳ ପାଇବେ । Headlines 04- ଆସନ୍ତା ନଭେମ୍ୱର ୨୫ରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଯାହା ୨୦ ଡିସେମ୍ୱର ୨୦୨୪ ପର୍ଯ୍ୟନ୍ତ ଚାଲିବ । ଏନେଇ ସୂଚନା ଦେଇଛନ୍ତି ସଂସଦୀୟ କାର୍ଯ୍ୟମନ୍ତ୍ରୀ କିରେନ ରିଜିଜୁ । ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନରୁ ଅଧିବେଶନ ଆରମ୍ଭ କରାଯିବ । Headlines 05- ଦାରିଙ୍ଗବାଡ଼ି ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣାରେ ହସ୍ତକ୍ଷେପ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆର୍ଡିସି ସ୍ତରୀୟ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆମ୍ବ ଟାକୁଆ ଜାଉ ଖାଇବା କାରଣରୁ ୨ ମହିଳାଙ୍କ ମୃତ୍ୟୁ ଘଟିଛି ବୋଲି ଅଭିଯୋଗ ଆସିଥିଲା ଏବଂ ଅନ୍ୟ ୬ ଜଣ ଅସୁସ୍ଥ ହୋଇ ଚିକିତ୍ସାଧିନ ଅଛନ୍ତି । ୬ ଅସୁସ୍ଥଙ୍କ ମଧ୍ୟରୁ ୨ ଜଣ କଟକ ଏସ୍ସିବିକୁ ଚିକିତ୍ସା ପାଇଁ ସ୍ଥାନାନ୍ତରଣ କରାଯାଇଥିଲା । Headlines 06- ଭଦ୍ରକ ନିକଟରେ ବାଉଦପୁରଠାରେ ନନ୍ଦନକାନନ ଏକ୍ସପ୍ରେସ୍ ଉପରକୁ ହୋଇଥିବା ଗୁଳିମାଡ଼ରେ ଗାର୍ଡ ଟାର୍ଗେଟ ହୋଇଥିବା ସନ୍ଦେହ କରାଯାଉଛି। ଏନେଇ ସୁରକ୍ଷା ଦାୟିତ୍ୱରେ ଥିବା ରେଳବାଇ ସୁରକ୍ଷା ବଳ ( ଆର୍ପିଏଫ୍) ଗାର୍ଡର ବୟନ ରେକର୍ଡ କରିଛନ୍ତି। ପୁରୀଠାରେ ସୁରକ୍ଷା କଡ଼ାକଡ଼ି କରାଯାଇ ଘଟଣାର ତଦନ୍ତ କରାଯାଉଥିବା ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି। Headlines 07- ବିମାନରେ ବୋମା ଆତଙ୍କ ଖେଳିଯିବାରୁ ଭୁବନେଶ୍ୱର ବିମାନବନ୍ଦରରେ ଇଣ୍ଡିଗୋ ବିମାନର ହେଲା ଜରୁରୀ ଅବତରଣ କରିଥିବା ସୂଚନା ମିଳିଛି। ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ କରୁଥିବା ବେଳେ ଜରୁରୀ ଅବତରଣ କରିଛି ବିମାନ। ବିମାନରେ ବୋମା ଥିବା ନେଇ ଧମକ ମିଳିବା ପରେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରୁ ବିମାନର ଜରୁରୀ ଅବତରଣ କରାଯାଇଛି ବୋଲି ଜଣାପଡ଼ିଛି। ତେବେ ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ବୋମା ଆତଙ୍କ ପରେ ସୁରକ୍ଷାକର୍ମୀମାନେ ବିମାନରେ ତଲାସୀ କରିଥିଲେ ମଧ୍ୟ କୌଣସି ବୋମାର ସନ୍ଧାନ ମିଳି ନାହିଁ। Headlines 08- ଶ୍ରୀମନ୍ଦିର ମେଘନାଦ ପାଚେରୀ ଫାଟ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ମେଘନାଦ ପାଚେରୀରେ ଫାଟ ଜଣାପଡିବା ପରେ ସେତେବେଳେ ଏଏସଆଇ ତାର କାମ ଆରମ୍ଭ କରିଥିଲା । ଏଏସଆଇ କାମ କରିବା ଭିତରେ ମନ୍ଦିର ପ୍ରଶାସନ ପକ୍ଷରୁ ଏଏସଆଇକୁ ସ୍ପଷ୍ଟ ଭାବରେ ଚିଠି ଲେଖାଯାଇଥିଲା । ଫାଟ ଗୁଡିକୁ ଚିହ୍ନଟ କରି ତାହାର ଏକ ନିର୍ଦ୍ଦିଷ୍ଟ ସମୟ ଭିତରେ ସ୍ଥାୟୀ ମରାମତି କରାଯାଉ ବୋଲି ଚିଠିରେ ଉଲେଖ ଥିଲା । ଏଏସଆଇ ସେ କାମକୁ ତ୍ୱରାନ୍ୱିତ କରିଛି ଏବଂ ଆମେ ଆଶା କରୁଛୁ ଫାଟକୁ ନେଇ ଯେଉଁ ସମସ୍ୟା ତାହାର ସମାଧାନ ଖୁବଶୀଘ୍ର ହେବ । Headlines 09- ମେଘନାଦ ପାଚେରୀରେ ଫାଟ ସୃଷ୍ଟି ହୋଇଥିବା ଖବର ଆସିବା ପରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଏହି ଫାଟ ପାଇଁ ଦାୟୀ ବୋଲି ଦାବି କରି ବିଜେପି ପ୍ରବକ୍ତାଙ୍କ ଦ୍ୱାରା ଅଣାଯାଇଥିବା ଅଭିଯୋଗକୁ ବିଜୁ ଜନତା ଦଳ ତରଫରୁ ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ବିଧାୟକ ଶ୍ରୀ ଗଣେଶ୍ୱର ବେହେରା, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡଃ ଲେନିନ ମହାନ୍ତି ଓ ଦଳର ମୁଖପାତ୍ର ଶ୍ରୀ ମିହିର ରାୟ ଦୃଢ଼ ଖଣ୍ଡନ କରିଛନ୍ତି । Headlines 10- ୨୦୩୬ରେ ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତ ପ୍ରଥମ ପଦକ୍ଷେପ ନେଇଛି । ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟିକୁ ଚିଠି କରିଛି ଭାରତୀୟ ଅଲିମ୍ପିକ୍ସ ସଂଘ । ଆୟୋଜନ ପାଇଁ ଇଚ୍ଛୁକ ଦର୍ଶାଇ ଔପଚାରିକ ଭାବେ ଏହି ଚିଠି ଲେଖାଯାଇଛି । ଅଲିମ୍ପିକ୍ସ ସହ ପାରା ଅଲିମ୍ପିକ୍ସ ଆୟୋଜନ ନେଇ ଇଚ୍ଛୁକ ଦର୍ଶାଇ ଚିଠି କରିଛି ଭାରତୀୟ ଅଲିମ୍ପିକ୍ସ ସଂଘ None
Popular Tags:
Share This Post:
What’s New
Spotlight
Top 10 News: ଅଦିନିଆ ରଥଯାତ୍ରା ବାତିଲ କଲା ଇସ୍କନ ଖବର ସହ ଅନ୍ୟାନ୍ୟ ଅପଡେଟ୍
- by Sarkai Info
- November 5, 2024
Today’s Hot
-
- November 5, 2024
-
- November 5, 2024
-
- November 5, 2024
Featured News
बांधवगढ़ में 10 हाथियों की मौत को लेकर बड़ा खुलासा, सामने आई असली वजह
- By Sarkai Info
- November 5, 2024
Latest From This Week
Chhath Puja पर भेजें ये यूनिक स्टिकर्स, WhatsApp ओपन करते ही खिल उठेगा दोस्त का चेहरा
HINDI
- by Sarkai Info
- November 5, 2024
हिंदुस्तान जिंक में सरकार बेचेगी 2.5% हिस्सेदारी, 505 रुपये प्रति शेयर का भाव हुआ फाइनल
HINDI
- by Sarkai Info
- November 5, 2024
Kashmir: मौत और विनाश का सामना करना पड़ेगा.. आतंकवाद पर एलजी मनोज सिन्हा का सख्त संदेश
HINDI
- by Sarkai Info
- November 5, 2024
Subscribe To Our Newsletter
No spam, notifications only about new products, updates.