HINDI

Subhadra Scheme: ବଡ଼ ଦିନରେ ଖାତାକୁ ଆସିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ଡିସେମ୍ବର ୨୫ରେ ବଡ଼ ଦିନରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ୨ଲକ୍ଷ ୬୭ ହଜାର ଆବେଦନକୁ ପୂର୍ବରୁ ଖାରଜ କରାଯାଇଥିଲା । ଏବେ ସୁଦ୍ଧା ୧ କୋଟି ୮ ଲକ୍ଷ ଆବେଦନକାରୀ ରହିଛନ୍ତି। ଡିସେମ୍ବର ୬ରେ ଯୋଗ୍ୟ ହିତାଧିକାରୀ ଓ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ କରିବେ ସରକାର। ଆପଣଙ୍କୁ କହିରଖୁଛୁ ଯେ, ପ୍ରଥମ କିସ୍ତି ସେପ୍ଟେମ୍ବର ୧୭ରେ ପ୍ରଦାନ କରାଯାଇଥିଲା । ମାର୍ଚ୍ଚ ୮ ତାରିଖ ପୂର୍ବରୁ ସମସ୍ତ ଆବେଦନକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଖାତାକୁ ପଠା ସାରିଛି । କିନ୍ତୁ ଆବେଦନ ଖାରଜ ହୋଇଥିବା ମହିଳା ଅସନ୍ତୋଷ ପ୍ରକାଶ କରିବା ପରେ ସରକାରୀ ସ୍ତରରେ ଏନେଇ ଯାଞ୍ଚ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । Also Read- Terror Attack: ଜମ୍ମୁ କଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ, ସର୍ଚ୍ଚ ଅପରେସନ ଆରମ୍ଭ Also Read- BSNL Recharge Plan: ବର୍ଷେ ପାଇଁ ଟେନସନ ଫ୍ରି ପ୍ଲାନ, ମିଳିବ 600GB Data None

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.