HINDI

President Droupadi Murmu: ଆଜି ଆସୁଛନ୍ତି ରାଷ୍ଟ୍ରପତି, ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ?

President Droupadi Murmu: ଆଜିଠାରୁ ରାଷ୍ଟ୍ରପତି ଦୌପ୍ରଦୀଙ୍କର ୫ ଦିନିଆ ଓଡ଼ିଶା ଗସ୍ତ ଆରମ୍ଭ ହେଉଛି। ଏହି ଅବସରରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଆଜି ଅପରାହ୍ନରେ ୨.୩୦ରେ ରାଷ୍ଟ୍ରପତି ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରୁ ବାହାରିବେ। ପରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଅପରାହ୍ଣ ୫ଟାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। ALSO READ: Navpancham Rajyog 2024: ଡିସେମ୍ବର ୧୫ରେ ନବପଞ୍ଚମ ରାଜଯୋଗ! ଟଙ୍କା ଗଦିରେ ଶୋଇବେ ୫ ରାଶି ALSO READ: Gold Rate Today: ବିବାହ ସିଜିନ୍-ରେ ବଢିଲା ସୁନା ଦର, ଜାଣନ୍ତୁ ଆଜି ଭୁବନେଶ୍ବରରେ ଭରି ପିଛା କେତେ ରହିଛି ରେଟ୍? ପ୍ରଥମ ଦିନରେ ସେ ଭୁବନେଶ୍ୱରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବେ। ଏହାପରେ ୪ ତାରିଖ ଦିନ ସେ ପୁରୀ ଯାଇ ସେଠାରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ। ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକୋତ୍ସବରେ ଯୋଗ ଦେବା ପରେ ପୁରୀ ବ୍ଲୁଫ୍ଲାଗ୍‍ ସମୁଦ୍ରକୂଳରେ ଆୟୋଜିତ ହେବାକୁ ଥିବା ଭାରତୀୟ ନୌସେନାର ପ୍ରତିଷ୍ଠା ଦିବସରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ୫ ତାରିଖରେ ରାଷ୍ଟ୍ରପତି ଓୟୁଏଟିର ବାର୍ଷିକୋତ୍ସବରେ ଯୋଗ ଦେବେ।ଏହାସହ ଭୁବନେଶ୍ୱର କୋର୍ଟର ନୂଆ କୋଠାକୁ ଉନ୍ମୋଚନ କରିବେ। ୬ ତାରିଖରେ ରାଷ୍ଟ୍ରପତି ନିଜ ଗାଁକୁ ଗସ୍ତ କରିବେ। ୭ ତାରିଖରେ ବିଭିନ୍ନ ରେଳ ପ୍ରକଳ୍ପର ଶୁଭ ଦେବା କାର୍ଯ୍ୟକ୍ରମ ରହିଛି। ବିଶେଷକରି, ଡିସେମ୍ବର ୭ ସକାଳ ୧୦ ଟାରେ ରାଷ୍ଟ୍ରପତି ନିଜ ବାସଭବନରୁ ବାହାରି ୧୦.୪୫ରେ ହେଲିପ୍ୟାଡରେ ପହଞ୍ଚିବେ । ୧୨ଟା ୧୫ରେ ବାଙ୍ଗିରିପୋଷି ସଭାସ୍ଥଳରୁ ପଶ୍ଚିମବଙ୍ଗ ଅଭିମୂଖେ ଯାତ୍ରା କରିବେ । ସେଠାରୁ ସେ ନୂଆଦିଲ୍ଲୀ ଅଭିମୂଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି଼ କରାଯାଇଛି । କମିସନରେଟ୍ ପୋଲିସ୍ ପକ୍ଷରୁ ପୋଲିସର ପାଖାପାଖି ୬୯ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ବିଶେଷକରି, ଏୟାରପୋର୍ଟ, କଳ୍ପନା ଛକ, ଏଜି ଛକ, ରାଜଭବନ ସହ ଚନ୍ଦ୍ରଶେଖରପୁରରେ ଅସ୍ଥାୟୀ ପୋଲିସ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା କରାଯାଇଛି । ସିସିଟିଭି ଜରିଆରେ ପୂରା ସହର ଉପରେ ନଜର ରଖିଛି। None

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.