ORIYA

ଆଫଗାନିସ୍ତାନରେ ବିମାନ ଦୁର୍ଘଟଣାଗ୍ରସ୍ତ, ଋଷରୁ ଯାଉଥିଲା ମରକ୍କୋ

କାବୁଲ: ଆଫଗାନିସ୍ତାନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ । ଶନିବାର ରାତିରେ ଆଫଗାନିସ୍ତାନର ବଡାଖାସ୍ତାନ ନିକଟରେ ଏହି ବିମାନ ଦୁର୍ଘଟଣା ଘଟିଥିବା ନେଇ ସୂଚନା ରହିଛି । ଘଟଣାସ୍ଥଳକୁ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ନେଇ ସୂଚନା ରହିଛି । ଆଫଗାନି ମିଡିଆରେ ଏହି ବିମାନ ଭାରତର ହୋଇଥିବା ନେଇ କୁହାଯାଇଥିବା ବେଳେ ଭାରତ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । ଦୁର୍ଘଟଣାଗ୍ରସ୍ତ ବିମାନ ଭାରତର ହୋଇନଥିବା ନେଇ ଭାରତୀୟ ବେସାମରିକ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆଫଗାନିସ୍ତାନରେ ମରକ୍କୋ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଏହା ଏକ ଚାଟାର୍ଡ ବିମାନ ହୋଇଥିବା ନେଇ ସୂଚନା ରହିଛି । ତେବେ ଏହି ବିମାନ କେଉଁଆଡକୁ ଯାଉଥିଲା ତାହା ଏବେସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଆଫଗାନୀ ମିଡିଆ ଏହି ଦୁର୍ଘଟଣାଗ୍ରସ୍ତ ବିମାନ ଭାରତୀୟ ଯାତ୍ରୀବାହୀ ବିମାନ ହୋଇଥିବା ନେଇ ସୂଚନା ଜାରି କରିଥିବା ବେଳେ ଏହାକୁ ଭାରତୀୟ ବେସାମରିକ ମନ୍ତ୍ରାଳୟ ପକ୍ଷରୁ ଖଣ୍ଡନ କରାଯାଇଛି । ଭାରତୀୟ ବେସମାରିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ, 'ଆଫଗାନିସ୍ତାନରେ ଏକ ବିମାନ ଦୁର୍ଘଟଣା ହୋଇଛି । ଏହି ବିମାନ ଭାରତୀୟ ବିମାନ ନୁହେଁ । ଏହି ବିମାନ ମରକ୍କୋ ପଞ୍ଜିକୃତ ଏକ ଚାଟାର୍ଡ ବିମାନ ଅଟେ । ତେବେ ଏନେଇ ଅଧିକ ସୂଚନା ମିଳିପାରିନାହିଁ । ଏହାମଧ୍ୟ ପଢନ୍ତୁ.. ସାଉଦି ବାୟୁସେନାର ଫାଇଟର ଜେଟ ଦୁର୍ଘାଟଣାଗ୍ରସ୍ତ, 2କ୍ରୁ ସଦସ୍ୟ ମୃତ ତେବେ ବଡାଖାସ୍ତାନ ସୂଚନା ଓ ସଂସ୍କୃତି ବିଭାଗର ମୁଖ୍ୟ ଜବିହୁଲ୍ଲାହ ଅମିରୀଙ୍କ କହିବାନୁଯାୟୀ, ବଡାଖାସ୍ତାନର କୁରାନ ମୁଞ୍ଜନ ଜିଲ୍ଲାର ତୋପଖାନା ପାହାଡରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହାର ଯାଞ୍ଚ ପାଇଁ ଏକ ଟିମ ଘଟଣାସ୍ଥଳକୁ ଯାଇଥିବା କହିଛନ୍ତି ବଡାଖାସ୍ତାନ ସୂଚନା ଓ ସଂସ୍କୃତି ବିଭାଗର ମୁଖ୍ୟ । ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ଏହି ଦୁର୍ଘଟଣା ରବିବାର ଦିନ ଘଟିଛି । ତେବେ ବିମାନରେ କେତେ ଜଣ ଯାତ୍ରୀ ଥିଲେ କିମ୍ବା କଣ କ୍ଷୟକ୍ଷତି ହୋଇଥଛି ସେନେଇ ଏବେସୁଦ୍ଧା ସ୍ପଷ୍ଟ ସୂଚନା ମିଳିପାରିନାହିଁ । None

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.