ORIYA

ରାମଙ୍କ ସ୍ବାଗତ ପାଇଁ ସଜେଇ ହେଉଛି ଷ୍ଟିଲସିଟି, ଜଳିବ ସବୁଠୁ ବଡ ଦୀପ

ରାଉରକେଲା : ଆଉ କିଛି ଘଣ୍ଟାର ବ୍ୟବଧାନ ପରେ ଉଦଘାଟିତ ହେବ ବହୁ ପ୍ରତୀକ୍ଷିତ ଭବ୍ୟ ରାମ ମନ୍ଦିର । ସେନେଇ ଉତ୍ସବ ମୁଖର ସମଗ୍ର ଭାରତବର୍ଷ । ରାମ ଆଗମନ ନେଇ କେଉଁଠି ମୂରୁଜରେ ସଜା ଯାଇଛି ତ କେଉଁଠାରେ ଉତ୍ସବ ପାଳନ ହେଉଛି । ଆଉ ସମଗ୍ର ଦେଶ କାଲିର ସେହି ଦିବ୍ୟ ମୂହୁର୍ତ୍ତର ଅପେକ୍ଷାରେ । ସେହିପରି ରାମଙ୍କ ଆଗମନ ପାଇଁ ସଜେଇ ହୋଇଛି ଇସ୍ପାତ ନଗରୀ । ରାମଙ୍କ ରଙ୍ଗରେ ରଙ୍ଗେଇ ହୋଇଛି ସମ୍ପୂର୍ଣ୍ଣ ଷ୍ଟିଲସିଟି । ରାସ୍ତାଘାଟରୁ ନେଇ ଛକ ଏବଂ ଗଳି ସବୁଠାରେ ଶୁଭୁଛି ରାମଙ୍କ ଜୟ ଗାନ । ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ନେଇ ଚଳଚଞ୍ଚଳ ସମ୍ପୂର୍ଣ୍ଣ ବିଶ୍ୱ । ଆସନ୍ତାକାଲି ଉଦଘାଟନ ହେବ ହିନ୍ଦୁ ଏବଂ ସନାତନ ଧର୍ମର ବହୁ ପ୍ରତୀକ୍ଷିତ ଅଯୋଧ୍ୟାର ରାମ ମନ୍ଦିର । ଏହାକୁ ନେଇ ପ୍ରତିଟି ହିନ୍ଦୁ ଏବଂ ଭାରତୀୟଙ୍କ ମନରେ ଉତ୍ସାହ ଭରି ରହିଛି । ମାତ୍ର ଆଉ କିଛି ଘଣ୍ଟାର ଅପେକ୍ଷା ପରେ ରାମମୟ ହୋଇଯିବ ସାରା ଭାରତ । ରାମଙ୍କ ରଙ୍ଗରେ ରଙ୍ଗେଇ ହୋଇଛି ଭାରତବର୍ଷ । ଏହି ପରିପ୍ରେକ୍ଷୀରେ ରାଉରକେଲା ସହର ମଧ୍ୟ ରାମଙ୍କ ଭକ୍ତିରେ ଲୀନ ହୋଇଛି । ରାମଙ୍କ ଗେରୁଆ ରଙ୍ଗରେ ରଙ୍ଗେଇ ହୋଇଛି ସମଗ୍ର ରାଉରକେଲା ସହର । ସେ ରାସ୍ତା ଘାଟ ହେଉ ଅବା ଛକ, ଦୋକାନ ବଜାର ସବୁଠାରେ ରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସାହର ଏକ ଝଲକ ଦେଖିବାକୁ ମିଳିଛି । ସହରର ଗଳିକନ୍ଦି ଗେରୁଆ ରଙ୍ଗରେ ରଙ୍ଗେଇ ହୋଇଛି । ସତେ ଯେମିତି ଅଯୋଧ୍ୟା ପାଲଟି ଯାଇଛି ଷ୍ଟିଲସିଟି । ଏହା ମଧ୍ୟ ପଢ଼ନ୍ତୁ... ଧାର୍ମିକ ନୀତିର ଶେଷ ଦିନ, ଆଜି 125 କଳସ ଜଳରେ ସ୍ନାନ କରିବେ ରାମଲାଲା ତେବେ ସମ୍ପୂର୍ଣ୍ଣ ଦେଶରେ ଲୋକେ ବିଭିନ୍ନ ରୂପରେ ପ୍ରଭୁ ଶ୍ରୀ ରାମଙ୍କ ପାଇଁ ଭକ୍ତି ପ୍ରଦର୍ଶନ କରିଛନ୍ତି । ଏହାରି ମଧ୍ୟରେ ରାଉରକେଲା ମଧ୍ୟ ନିଜର ଯୋଗଦାନ ଦେଇଛି । ସହରରେ ଲୋକେ ବହୁତ ଉତ୍ସାହିତ ଅଛନ୍ତି । ତେବେ ରାଉରକେଲା ସହର ଜୟ ଶ୍ରୀ ରାମ ଲେଖା ଯାଇଥିବା ଧ୍ୱଜରେ ସଜେଇ ହୋଇଛି । ସହରର ସବୁ ଗଳି ଆଗରେ ଜୟ ଶ୍ରୀରାମ ଲେଖା ଯାଇଥିବା ଧ୍ୱଜ ବିକ୍ରୀ ହେଉଛି । ତେବେ ଲୋକେ ରାମଙ୍କ ସ୍ବାଗତ ପାଇଁ କିଣି ନେଉଛନ୍ତି ଜୟ ଶ୍ରୀରାମ ଲେଖା ଯାଇଥିବା ଧ୍ୱଜା । ରାମ ମନ୍ଦିରର ପ୍ରତିଷ୍ଠାକୁ ନେଇ ରାଉକେଲାବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଥିବା ବେଳେ ଆସନ୍ତାକାଲି ପ୍ରତିଷ୍ଠା ଉତ୍ସବକୁ ଦୀପାବଳି ଭାବରେ ମନେଇବାକୁ ପ୍ରସ୍ତୁତ ହୋଇ ଉଠିଛି ରାଉରକେଲା ସହର । ରାଉରକେଲା ସହରର ସମସ୍ତ ମନ୍ଦିରରେ ଦୀପ ପ୍ରଜ୍ଵଳନ କରାଯିବ । ରାଉରକେଲା ସହରରେ ଆସନ୍ତାକାଲି ବିଶ୍ୱର ସବୁଠାରୁ ବିଶାଳ ଦୀପ ଜଳିବ ଏବଂ ଏହା ପ୍ରଭୁ ରାମଙ୍କ ପାଇଁ ଅର୍ପଣ କରାଯିବ । ଇଟିଭି ଭାରତ, ରାଉରକେଲା None

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.