ORIYA

ପରୀକ୍ଷା ପୂର୍ବରୁ ଚାପମୁକ୍ତ ହେବେ ଛାତ୍ରଛାତ୍ରୀ, ଆରମ୍ଭ ହେବ କାଉନସେଲିଂ

ଭୁବନେଶ୍ବର: ଆଗକୁ ରହିଛି ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା । ପରୀକ୍ଷା ପାଇଁ କିପରି ପିଲାଏ ଚାପମୁକ୍ତ ରହିବେ ସେଥିପାଇଁ ପଦକ୍ଷେପ ଗ୍ରହଣ କରିଛି ଗଣଶିକ୍ଷା ବିଭାଗ । ପିଲାଙ୍କୁ ଚାପମୁକ୍ତ କରିବାକୁ ଆରମ୍ଭ ହେବ କାଉନସେଲିଂ । ଏନେଇ "ବିଲ୍‌ଡିଂ ପରୀକ୍ଷଣ ସ୍ଥିରତା" (Building examination Resilience) ପ୍ରୋଜେକ୍ଟ ଆରମ୍ଭ କରିଛି ଗଣଶିକ୍ଷା ବିଭାଗ । ପ୍ରାଥମିକ ପର୍ଯ୍ୟାୟରେ ଲିଫଲେଟ୍, ଶିକ୍ଷାବର୍ଷ କ୍ୟାଲେଣ୍ଡର ଏବଂ ଏଫଏକ୍ୟୁ ବଣ୍ଟନ କରାଯିବ । ଏହି ସମସ୍ତ ସାମଗ୍ରୀକୁ ଦୁଇ ଦିନ ମଧ୍ୟରେ ବଣ୍ଟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା ସମୟରେ ପିଲାମାନଙ୍କୁ ଆବେଗିକ ଓ ମାନସିକ ସହାୟତା କରିବାରେ ଅଭିଭାବକଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଘରେ ଅନୁକୂଳ ପରିବେଶ ସୃଷ୍ଟି କରିବା ସହ ପିଲାଙ୍କ ମଧ୍ୟରେ ଆତ୍ମବିଶ୍ଵାସ ସୃଷ୍ଟି କରିବା ଆବଶ୍ୟକ । ପିଲାଙ୍କୁ ଅନ୍ୟ ପିଲାଙ୍କ ସହିତ ତୁଳନା ନକରିବା ଆବଶ୍ୟକ । ଏହାସହ କେବଳ ପିଲାଙ୍କ ଫଳାଫଳକୁ ଗୁରୁତ୍ଵ ଦିଅନ୍ତୁ ନାହିଁ । ଛାତ୍ରଛାତ୍ରୀ ସର୍ବଦା ନିଜର ସାମର୍ଥ୍ୟ ଉପରେ ବିଶ୍ୱାସ ରଖିବା ଆବଶ୍ୟକ ବୋଲି ଗଣଶିକ୍ଷା ବିଭାଗ କହିଛି । ଏକକାଳୀନ ଦୀର୍ଘ ସମୟ ଧରି ନ ପଢିବା ସହ ଏକ ଘଣ୍ଟା ବ୍ୟବଧାନରେ ୫ରୁ ୧୦ ମିନିଟ ବିରତି ନେବା ଉଚିତ୍ । ଏହି ବିରତି ସମୟରେ ନିଜ ପସନ୍ଦର କାର୍ଯ୍ୟ କରିବା ଜରୁରୀ । ଏହା ମଧ୍ୟ ପଢନ୍ତୁ-ଜିଲ୍ଲାକୁ ପଠାଗଲା ମାଟ୍ରିକ ନମୁନା ପ୍ରଶ୍ନପତ୍ର, ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ ଛାତ୍ରଛାତ୍ରୀ ଯେପରିକି ଗୀତ ଶୁଣିବା, ଚିତ୍ର ଆଙ୍କିବା ଓ ବହି ପଢ଼ିବା ଭଳି କାର୍ଯ୍ୟ କରିବା ଆବଶ୍ୟକ। ଦିନକୁ ଅତିବେଶୀରେ ବହୁତ୍ କମ୍ ସମୟ ଧରି ଇଣ୍ଟରନେଟ ଓ ମୋବାଇଲ ବ୍ୟବହାର କରନ୍ତୁ । ଛାତ୍ରଛାତ୍ରୀ ଦିନକୁ ଅତିକମରେ ୩ ଲିଟର ପାଣି ପିଇବା ଜରୁରୀ । ଘରେ ଅଭିଭାବକଙ୍କ ପରେ ଛାତ୍ରଛାତ୍ରୀଙ୍କ ଅବେଗିକ ତଥା ମାସିକ ଚାପ ଉପଶମ କରିବାରେ ଶିକ୍ଷକ ଶିକ୍ଷୟତ୍ରୀଙ୍କର ଭୂମିକା ଅଧିକ ରହିବା ଆବଶ୍ୟକ । ପିଲାଙ୍କ ସହ ନିୟମିତ ଭାବରେ ଯୋଗାଯୋଗ କରିବା ପାଇଁ ଏକ ହ୍ବାଟ୍ସଆପ୍ ଗ୍ରୁପ ପ୍ରସ୍ତୁତ କରାଯିବ । ପରୀକ୍ଷାକୁ ନେଇ ବିଷୟବସ୍ତୁ ସମ୍ବନ୍ଧରେ ଆଲୋଚନା କରିବାକୁ ପଡିବ । ଛାତ୍ରଛାତ୍ରୀଙ୍କ ମନୋବଳ ବଢାଇ ପରୀକ୍ଷା ଚାପକୁ ହ୍ରାସ କରିବା ପାଇଁ ଶ୍ରେଣୀଗୃହରେ ସକାରାତ୍ମକ ଆଲୋଚନା ଜରୁରୀ । ପିଲାମାନଙ୍କ ପାଠ ପଢାରେ ଏକାଗ୍ରତା ଆଣିବା ପାଇଁ ଛୋଟ ଛୋଟ କୌଶଳ ବିଷୟରେ ଅବଗତ କରିବା ଆବଶ୍ୟକ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଇଟିଭି ଭାରତ, ଭୁବନେଶ୍ବର None

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.