ORIYA

ରାଜ୍ୟପାଳ ଓ ୫T ଅଧ୍ୟକ୍ଷଙ୍କୁ ଭେଟିବେ ଜୁନିୟର ଶିକ୍ଷକ ଆଶାୟୀ, ୨୭ରୁ ପୁଣି ଆନ୍ଦୋଳନ ଚେତାବନୀ

ଭୁବନେଶ୍ବର: ରାଜ୍ୟପାଳ ଓ ୫T ଅଧ୍ୟକ୍ଷଙ୍କ ଭରସାରେ ଜୁନିୟର ଶିକ୍ଷକ ଆଶାୟୀ । ଦାବି ପୂରଣ ନହେଲେ ୨୭ରୁ ପୁଣି ଆନ୍ଦୋଳନକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛନ୍ତି । ଆଶାୟୀଙ୍କ କହିବା କଥା, " ସରକାର ଆମ କଥା ଶୁଣୁ ନାହାନ୍ତି । ଗୋଟିଏ ପିଲା ୨ଟି ଜାଗାରେ କେମିତି ଚାକିରି କରିବ, ଅଯୋଗ୍ୟ ଲୋକଙ୍କୁ ମେରିଟ ଲିଷ୍ଟରେ ରଖାଯାଇଛି । ମେରିଟ୍ ଲିଷ୍ଟରେ ଆବଶ୍ୟକତାଠାରୁ କମ ଆଶାୟୀଙ୍କୁ ରଖିବା ଏକ ଚଞ୍ଚକତା । ସରକାର ଚାହିଁଲେ ସମାଧାନ କରିପାରିବେ । କିନ୍ତୁ ସରକାର ଆମ କଥା ଶୁଣୁନାହାନ୍ତି । ଏପଟେ ରାଜ୍ୟପାଳ ଏବଂ ୫T ଅଧ୍ୟକ୍ଷଙ୍କୁ ଭେଟି ଦାବିପତ୍ର ଦେବୁ।" ଆଶାୟୀମାନେ ଆହୁରି ମଧ୍ୟ କହିଛନ୍ତି, ""ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଯାଇ ମଧ୍ୟ ଆଲୋଚନା କରିବୁ । ତଥାପି ଯଦି କୌଣସି ସୁଫଳ ନିମିଳେ ତାହେଲେ 27 ତାରିଖରୁ ପୁଣି ଧାରଣାରେ ବସିବୁ । ପୁରୀ ବଡ଼ଦାଣ୍ଡକୁ ଯାଇ ଶ୍ରୀଜଗନ୍ନାଥଙ୍କ ପାଖରେ କହିବୁ ସରକାରଙ୍କୁ ସଦବୁଦ୍ଧି ଦିଅନ୍ତୁ, ଯେତିକି ନିଯୁକ୍ତି ପ୍ରକାଶ କରିଛନ୍ତି ସେତିକି ନିଯୁକ୍ତି ଦିଅନ୍ତୁ ।" ଏପଟେ ଆଉ ଜଣେ ଆଶାୟୀଙ୍କ କହିବା କଥା, "ଆମର ଆଶା ରହିଛି ଯେ, ସରକାର ସବୁ କଥା ଶୁଣିବେ । ଖାଲି ଥିବା ପଦବୀ ପୂରଣ କରିବା ପାଇଁ ଆଉ ଥରେ ମେରିଟ୍ ଲିଷ୍ଟ ପ୍ରକାଶ କରାଯାଉ । ଯାହା ଫଳରେ ଅନେକ ଆଶାୟୀମାନେ ମଧ୍ୟ ଚାକିରି ପାଇପାରିବେ । ଅନେକ ସମୟରେ ଶିକ୍ଷକଙ୍କ ସମେତ ଅନେକ ପଦବୀ ପାଇଁ ପରୀକ୍ଷା କରାଯାଉଛି । ଯାହା କେନ୍ଦ୍ରୀୟ ସଂସ୍ଥା ଅଟେ ।" ଏହା ମଧ୍ୟ ପଢନ୍ତୁ...କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା, ପ୍ରମାଣପତ୍ର ଯାଞ୍ଚ ପରେ ହଟିବେ ଅଯୋଗ୍ୟ କହିଲେ ଓସେପା ନିର୍ଦ୍ଦେଶକ ଏହା ମଧ୍ୟ ପଢନ୍ତୁ...ଶିକ୍ଷକ ନିଯୁକ୍ତି ଅନିୟମିତତା ନେଇ ସରକାରଙ୍କୁ ଘେରିଲା ବିଜେପି ଏହା ମଧ୍ୟ ପଢନ୍ତୁ...୨୯ରୁ ଶିକ୍ଷକ ଆନ୍ଦୋଳନ ! ଦାବି ପୂରଣ ପାଇଁ ୨୭ଯାଏଁ ଡେଡ୍ ଲାଇନ ଦେଲା ସଂଘ ଅପରପକ୍ଷେ, ରାଜ୍ୟ ସରକାର ବାରମ୍ବାର ନିଯୁକ୍ତି କରୁଛନ୍ତି କିନ୍ତୁ ନିଜର ଏଜେନ୍ସି ନାହିଁ ବୋଲି କହି ଅସନ୍ତୋଷ ଜାହିର କରିଛନ୍ତି ଆଶାୟୀ । "ସରକାର ଅଯୋଗ୍ୟ, ଆମେ ଅଯୋଗ୍ୟ ନୁହେଁ । କାରଣ ସମସ୍ତ ପରୀକ୍ଷାରେ ପାସ କରି ଏଠାରେ ପହଞ୍ଚିଛୁ ।" ସେପଟେ ଓସେପା ପକ୍ଷରୁ କୁହାଯାଇଛି ଯେ, ଯେହେତୁ କୋର୍ଟ ଅଡର ରହିଛି । ଗତକାଲି ସିଟିର ଭେରିଫିକେସନ ରହିଥିଲା ଏବଂ ଆଜି ବିଏଡର ଭେରିଫିକେସନ କରାଯାଉଛି । ତେବେ ଆଗାମୀ ଦିନରେ କୋର୍ଟ ଯାହା ନିର୍ଦ୍ଦେଶ ଦେବେ ସେହି ଅନୁସାରେ, ଆଗାମୀ ପଦକ୍ଷେପ ନିଆଯିବ । ଇଟିଭି ଭାରତ, ଭୁବନେଶ୍ବର None

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.