ORIYA

ମିସ୍ ଟିନ ଇଣ୍ଡିଆ ବିଜୟିନୀ, ବିଦେଶରେ ନାଁ କରିବା ପାଇଁ ଜାରି ରଖିଛନ୍ତି ପ୍ରୟାସ

ସୁବର୍ଣ୍ଣପୁର: ମିସ ଟିନ ଗ୍ଲୋବାଲ ଇଣ୍ଟରନ୍ୟାସନାଲ ଇଣ୍ଡିଆ ବିଜେତା ବିଶ୍ୱ ବିଜୟିନୀଙ୍କ ମିସ ଟିନ ଓ୍ୱାର୍ଲ୍ଡ ପ୍ରତିଯୋଗିତା ପାଇଁ ପ୍ରୟାସ ଜାରି ରଖିଛନ୍ତି । ସହରର ପଟାଭାଡି ବାବାଜୀ ନଗରର ବିଶ୍ବ ବିଜୟୀନି ମିଶ୍ର ମିସ ନେପାଳରେ ହେବାକୁ ଥିବା ମିସ ଟିନ ଓ୍ୱାର୍ଲ୍ଡ ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହେବା ପରେ ପ୍ରତିଯୋଗିତା ପାଇଁ ଅଭ୍ୟାସ ଆରମ୍ଭ କରିଛନ୍ତି । ମିସ ଟିନ ଗ୍ଲୋବାଲ ଇଣ୍ଟରନ୍ୟାସନାଲ ଇଣ୍ଡିଆ ପାଇଁ ରାଜ୍ୟସ୍ତରରେ ରାଜଧାନୀ ଭୁବନେଶ୍ବରରେ ହୋଇଥିବା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ପରେ ଜାତୀୟ ସ୍ତରରେ ମହାରାଷ୍ଟ୍ରର ସାଂଗଲେଠାରେ ହୋଇଥିବା ଚାରି ଦିନିଆ ପ୍ରତିଯୋଗିତାରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଥିଲେ । ସାଂଗଲେଠାରେ ହୋଇଥିବା ପ୍ରତିଯୋଗିତାରେ ଟ୍ୟାଲେଣ୍ଟ, ୱାକିଂ ଓ ପ୍ରଶ୍ନୋତ୍ତର ବିଭାଗରେ କୃତିତ୍ବର ସହିତ ଉତ୍ତୀର୍ଣ୍ଣ ହୋଇ ମିସ ଟିନ ଗ୍ଲୋବାଲ ଇଣ୍ଟରନ୍ୟାସନାଲ ଇଣ୍ଡିଆର ଟାଇଟଲ ଜିଣିବାରେ ସକ୍ଷମ ହୋଇଥିଲେ । ଗତ ଡିସେମ୍ବର 24 ତାରିଖରେ ସାଂଗଲେଠାରେ ହୋଇଥିବା ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇବା ପରେ ନେପାଳରେ ହେବାକୁ ଥିବା ପ୍ରତିଯୋଗିତା ପାଇଁ ମଧ୍ୟ ଚୟନ ହୋଇଥିଲେ । ଏହାମଧ୍ୟ ପଢନ୍ତୁ.. ମିସ୍ ୟୁନିଭର୍ସ ୨୦୨୩ ମୁକୁଟ ପିନ୍ଧିଲେ ନିକାରାଗୁଆର ଶେନିସ୍ ପାଲାସିଓସ୍ ବିଶ୍ବ ବିଜୟିନୀ ପିଲାଟି ଦିନରୁ ନୃତ୍ୟ ଶିକ୍ଷା କରୁଥିବା ବେଳେ ଜଣେ ମଡେଲ ହେବା ପାଇଁ ତାଙ୍କ ନୃତ୍ୟ ଗୁରୁ ଗୋବିନ୍ଦ ଦାସ ତାଙ୍କୁ ଶିକ୍ଷା ପ୍ରଦାନ କରୁଥିଲେ । ସେହିପରି ସହରର ପିପିଲିପାଲିଠାରେ ଥିବା ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବେଳେ ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ ବି ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇ ପୁରସ୍କୃତ ହୋଇଛନ୍ତି । ସହରରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ନୃତ୍ୟ ପ୍ରତିଯୋଗିତାରେ ବି ସେ ସଫଳ ହୋଇ ସମ୍ମାନିତ ହୋଇଛନ୍ତି । ତେବେ ବିଶ୍ବ ବିଜୟିନୀ ଜଣେ ସଫଳ ମଡେଲ ହେବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ବିଶ୍ବ ବିଜୟିନୀଙ୍କ ବାପା ମାଆ ତାଙ୍କ ଏହି ଦକ୍ଷତା ପାଇଁ ନିଜକୁ ଗର୍ବ ଅନୁଭବ କରୁଥିବା ବେଳେ ତାଙ୍କୁ ବେଶ ସମର୍ଥନ କରୁଥିବା ବିଶ୍ବ ବିଜୟିନୀ କହିଛନ୍ତି । ତେବେ ସାଂଗଲିଠାରେ ହୋଇଥିବା ପ୍ରତିଯୋଗିତାରେ ଜାତୀୟ ସ୍ତରରୁ ଶହ ଶହ ପ୍ରତିଯୋଗୀ ନିଜକୁ ସାମିଲ କରି ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ବିଶ୍ବ ବିଜୟିନୀ ସମସ୍ତ ପ୍ରକାରର ପ୍ରତିଯୋଗିତାରେ ସଫଳତା ହାସଲ କରି ମିସ ଟିନ ଗ୍ଲୋବାଲ ଇଣ୍ଟରନ୍ୟାସନାଲ ଟାଇଟଲ ହାସଲ କରିଥିବାରୁ ସହରର ବିଭିନ୍ନ ମହରେ ତାଙ୍କର ଏହି କୃତିତ୍ବ ପାଇଁ ପ୍ରଶଂସାର ସୁଅ ଛୁଟୁଛି । ଆଗାମୀ ଦିନରେ ଭାରତ ପକ୍ଷରୁ ନେପାଳଠାରେ ହେବାକୁ ଥିବା ପ୍ରତିଯୋଗିତାରେ ଭାଗ ନେଇ ସଫଳତାର ସହିତ ଉତ୍ତୀର୍ଣ୍ଣ ହେବାକୁ ନିଜର ନୃତ୍ୟ ଗୁରୁ, ପିତାମାତା, ଶିକ୍ଷକ ଶିକ୍ଷୟତ୍ରୀ ତଥା ଗୁରୁଜନଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ସହପାଠୀମାନେ ତାଙ୍କର ଏହି ସଫଳତା ପାଇଁ ବେଶ ପ୍ରଶଂସା କରିଛନ୍ତି । ଇଟିଭି ଭାରତ, ସୁବର୍ଣ୍ଣପୁର None

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.