ORIYA

ରାମଲାଲାଙ୍କ ଆଗମନକୁ ନେଇ ନିଆରା କଳାକୃତି, ସୁକ୍ଷ୍ମ କାରୁକାର୍ଯ୍ୟରେ ଫୁଟି ଉଠୁଛି ଉତ୍କଳୀୟ କଳାଭାସ୍କର୍ଯ୍ୟ

ବ୍ରହ୍ମପୁର: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠାକୁ ଆଉ କିଛି ଘଣ୍ଟା ବାକି । ଯାହାକୁ ନେଇ ରାମମୟ ହୋଇଉଠିଛି ସମଗ୍ର ଦେଶ । ରାମଲାଲାଙ୍କୁ ସ୍ୱାଗତ କରିବାକୁ ଘରେ ଘରେ ପ୍ରସ୍ତୁତି । ଆଉ ଏହାରି ମଧ୍ୟରେ ରେଶମ ସହର ବ୍ରହ୍ମପୁରରେ ଶ୍ରୀରାମଲାଲାଙ୍କ ଆଗମନକୁ ସ୍ୱାଗତ କରି ତିନିଜଣ ଯୁବଶିଳ୍ପୀଙ୍କ ଭଳିକି ଭଳି କଳାକୃତି ପ୍ରସ୍ତୁତ କରିଛନ୍ତି । କାହାର କଳାକୃତିରେ ଉତ୍କଳୀୟ କଳା ଭାସ୍କର୍ଯ୍ୟର ଝଲକ ରହିଥିବା ବେଳେ ଆଉ କାହା କଳାକୃତିରେ ରହିଛି ଚକରେ ପ୍ରସ୍ତୁତ ସବୁଠାରୁ ଛୋଟ ରାମ ମନ୍ଦିର ଓ ପ୍ରଭୁ ଶ୍ରୀ ରାମଙ୍କ ମୂର୍ତ୍ତି । ଅଯୋଧ୍ୟାରେ ପ୍ରତିଷ୍ଠା ହେବ ଶ୍ରୀରାମ ମନ୍ଦିର । ଏହାକୁ ନେଇ ସାରା ଦେଶରେ ଉତ୍ସବର ମାହୋଲ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ରାମଲାଲାଙ୍କୁ ସ୍ୱାଗତ କରିବା ପାଇଁ ଭଳିକି ଭଳି କାର୍ଯ୍ୟକ୍ରମ । ଏଭଳି ସମୟରେ ବ୍ରହ୍ମପୁର ଯୁବଶିଳ୍ପୀ ଦିଲୀପ ମହାରଣା କାଠରେ ପ୍ରସ୍ତୁତ କରିଛନ୍ତି ଏକ ନିଆରା କଳାକୃତି । ଉତ୍କଳୀୟ କଳା ଭାସ୍କର୍ଯ୍ୟର ଝଲକ ରହିଥିବା ଏହି କଳାକୃତିର ମଧ୍ୟ ଭାଗରେ ଶ୍ରୀରାମ, ମାତା ସୀତା, ଲକ୍ଷ୍ମଣ ଏବଂ ରାମଦୂତ ହନୁମାନ ରହିଥିବା ବେଳେ ଚାରିକୋଣରେ ଚାରିଧାମକୁ ଏଥିରେ ସାମିଲ କରିଛନ୍ତି ଦିଲ୍ଲୀପ । ୧୪ ଇଞ୍ଚ ଉଚ୍ଚତା ଏବଂ ୧୧ ଇଞ୍ଚ ଓସାର ବିଶିଷ୍ଟ ଏହି କଳାକୃତି ଅତି ନିଖୁଣ ଏବଂ ସୁନ୍ଦର ଭାବରେ କାଠରେ ତିଆରି ହୋଇଛି । ଏହି କଳାକୃତିକୁ ପ୍ରସ୍ତୁତ କରିବାକୁ ଦିଲୀପଙ୍କୁ ୧୫ ଦିନରୁ ମଧ୍ୟ ଅଧିକା ସମୟ ଲାଗିଥିବା କହିଛନ୍ତି ଦିଲ୍ଲୀପ । ଏହି କଳାକୃତିରେ ଶ୍ରୀ ଜଗନ୍ନାଥ ପୁରୀ ଧାମର ଉଚ୍ଚତା ୨ ଇଞ୍ଚ ରହିଥିବା ବେଳେ ବଦ୍ରୀନାଥ ଧାମର ଉଚ୍ଚତା ୨.୨୫ ଇଞ୍ଚ, ଦ୍ବାରିକା ଧାମର ଉଚ୍ଚତା ୨.୨୫ ଇଞ୍ଚ, ରାମେଶ୍ବର ଧାମର ଉଚ୍ଚତା ୨ ଇଞ୍ଚ, ଶିବଲିଙ୍ଗର ଉଚ୍ଚତା ୧ ସେ.ମି ରହିଥିବା ରହିଛି । ସେହିଭଳି ଶ୍ରୀରାମ ମୂର୍ତ୍ତିର ଉଚ୍ଚତା ୨.୬ ଇଞ୍ଚ ଓ ଓସାର ୦.୭୫ ଇଞ୍ଚ, ସୀତାଙ୍କ ମୂର୍ତ୍ତିର ଉଚ୍ଚତା ୨.୫ ଇଞ୍ଚ ଓ ଓସାର ୦.୫ ଇଞ୍ଚ, ଲକ୍ଷ୍ମଣଙ୍କ ମୂର୍ତ୍ତିର ଉଚ୍ଚତା ୨.୫ ଇଞ୍ଚ ଓ ଓସାର ୦.୭୫ ଇଞ୍ଚ ଏବଂ ପ୍ରଭୁ ହନୁମାନଙ୍କ ମୂର୍ତ୍ତିର ଉଚ୍ଚତା ୧.୫ ଇଞ୍ଚ, ଓସାର ୦.୭୫ ଇଞ୍ଚ ରହିଛି । ପୂର୍ବରୁ ଦିଲ୍ଲୀପ ୨୦୨୧ରେ ଅବିକଳ ଭବ୍ୟ ରାମ ମନ୍ଦିର ନିର୍ମାଣ କରିଥିଲେ ଯାହାକି ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍’ ଓ ‘ଏସିଆ ବୁକ୍ ଅଫ୍ ରେକର୍ଡ୍ସ’ ରେ ସ୍ଥାନ ପାଇଥିଲା । ଏହାମଧ୍ୟ ପଢନ୍ତୁ.. ଅଯୋଧ୍ୟାରେ ରାମଲାଲା; ଦିଆସିଲି କାଠିରେ ରାମ ମନ୍ଦିର ନିର୍ମାଣ କଲେ ଯୁବଶିଳ୍ପୀ ଏନେଇ ଦିଲ୍ଲୀପ କହିଛନ୍ତି,"ରାମମନ୍ଦିର ପ୍ରତିଷ୍ଠା ପରେ ଏହା ଦେଶର ଚାରି ଧାମ ସହିତ ଅଯୋଧ୍ୟା ମଧ୍ୟ ହିନ୍ଦୁ ସନାତନୀ ମାନଙ୍କର ପାଇଁ ଏକ ତୀର୍ଥ ଧାମ ଭାବରେ ପରିଚିତ ହେବ । ଏହି କଳାକୃତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉପହାର ଭାବରେ ପ୍ରଦାନ କରିବା ପାଇଁ ଇଚ୍ଛା ଅଛି । ସେହିପରି ବ୍ରହ୍ମପୁର ସହରର ପ୍ରସିଦ୍ଧ ଯୁବ ବାଲୁକାଶିଳ୍ପୀ ସତ୍ୟନାରାୟଣ ମହାରଣା ପଥର ,କାଠ ,ଚକ୍ ବ୍ୟବହାର କରି ତିଆରି କରିଛନ୍ତି ରାମ ମୂର୍ତ୍ତି ଓ ମନ୍ଦିର । ସତ୍ୟ କାଠରେ ପ୍ରସ୍ତୁତ କରିଥିବା ଦୁଇଟି ମନ୍ଦିର ମଧ୍ୟରୁ ଗୋଟିଏର ଉଚ୍ଚତା 2 ସେମି ଓ ଓସାର 1 ସେମି ରହିଥିବା ବେଳେ ଅନ୍ୟଟିର ଉଚ୍ଚତା 4.5 ସେମି ଓ ଓସାର 9 ମିମି ରହିଛି । ସେହପରି ରାମଲାଲଙ୍କ ମୂର୍ତ୍ତିର ଉଚ୍ଚତା 4 ସେମି ରହିଥିବା ବେଳେ ଓସାର 1.8cm ରହିଛି । ଅନ୍ୟପଟେ ଚକଖଡିରେ ପ୍ରସ୍ତୁତ ରାମ ମନ୍ଦିରର ଉଚ୍ଚତା 1.8 ସେମି ଓ ଓସାର 7 ମି.ମି ରହିଥିବା ବେ୍ଳେ ରାମ ମୂର୍ତ୍ତିର ଉଚ୍ଚତା 2.7 ସେମି ଓସାର 7 ମିମି । ପଥରେ ନିର୍ମିତ ମନ୍ଦିରର ଉଚ୍ଚତା 2.8 ସେମି ଓ ଓସାର 1.5 ସେମି ରହିଥିବା ବେଳେ ଏହାକୁ ଦୁଇରୁ ତିନି ଦିନ ମଧ୍ୟରେ ତିଆରି କରାଯାଇଥିବା କହିଛନ୍ତି ସତ୍ୟ । ଅନ୍ୟପଟେ ବ୍ରହ୍ମପୁର ସହର ଉପକଣ୍ଠ ଡୁରା ଗ୍ରାମର ଇଞ୍ଜିନିୟରିଙ୍ଗ ଛାତ୍ର କେ.ବିଜୟ କୁମାର ରେଡ୍ଡି ରାମଲାଲାଙ୍କ ପ୍ରତିକୃତିକୁ ଚକ୍ ଖଡିରେ ପ୍ରସ୍ତୁତ କରିଛନ୍ତି । ଏହାର ଉଚ୍ଚତା ତିନି ସେଣ୍ଟିମିଟର ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ମନ୍ଦିର ସଫେଇ ବାର୍ତ୍ତାକୁ ମଧ୍ୟ ଏଥିରେ ସ୍ଥାନୀତ କରିଛନ୍ତି ବିଜୟ । ଅଯୋଧ୍ୟାରେ ଶ୍ରୀରାମଲାଲାଙ୍କ ପ୍ରାଣପ୍ରତିଷ୍ଠାକୁ ଆଉ କିଛି ଘଣ୍ଟା ବାକି । ସାରା ଦେଶ ଏହି ଭବ୍ୟ ଉତ୍ସବକୁ ଚାହିଁ ରହିଥିବା ବେଳେ ବ୍ରହ୍ମପୁର ସହରର ତିନି ଯୁବଶିଳ୍ପୀଙ୍କ ଭଳିକି ଭଳି କଳାକୃତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଇଟିଭି ଭାରତ, ବ୍ରହ୍ମପୁର None

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.