ORIYA

ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ୟୁପିରେ 6 କାଶ୍ମୀର ଯୁବକ ଅଟକ, ବିନା ପରିଚୟ ପତ୍ରରେ ବୁଲୁଥିଲେ

ଲକ୍ଷ୍ନୌ: ଆଉ କିଛି ଘଣ୍ଟାର ଅପେକ୍ଷା । ଆସନ୍ତାକାଲି ଅତି ଧୁମଧାମରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବାକୁ ଯାଉଛି । ଏହି ଭବ୍ୟ ସମାରୋହ ଲାଗି ଉତ୍ତର ପ୍ରଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏହାରି ମଧ୍ୟରେ ଶନିବାର ବିଳମ୍ବିତ ରାତିରେ 6 ଜଣ କାଶ୍ମୀର ସନ୍ଦିଗ୍ଧ ଯୁବକଙ୍କୁ ପୋଲିସ ଅଟକ ରଖିଛି । ଏହି 6ଜଣ ସନ୍ଦିଗ୍ଧ ଗତ 15 ଦିନ ଧରି ବିନା ପରିଚୟ ପତ୍ରରେ ଉକ୍ତ ଅଞ୍ଚଳରେ ରହୁଥିଲେ । ପୋଲିସ ଏ ନେଇ ସମସ୍ତ ସନ୍ଦିଗ୍ଧଙ୍କୁ ପଚରାଉଚରା କରୁଥିବା ବେଳେ ସେମାନଙ୍କ ନିକଟରେ ଥିବା ଜିନିଷପତ୍ରକୁ ମଧ୍ୟ ଜବତ କରାଯାଇଛି । ଶନିବାର ରାତିରେ ସମ୍ଭଲ ଜିଲ୍ଲାର ଚନ୍ଦୋସି ସର୍କଲ ପୋଲିସ କ୍ଷେତ୍ରାଧିକାରୀ ଡ. ପ୍ରଦୀପ କୁମାର ନିଜ ଟିମ ସହିତ ଚେକିଂ ଅଭିଯାନ ଜାରି ରଖିଥିଲେ । ଏହି କ୍ରମରେ ପୋଲିସ ମାଲ ଗୋଦାମ ରୋଡ଼ ନିକଟସ୍ଥ ଧର୍ମଶାଳାରେ ଚେକିଂ କରୁଥିବା ବେଳେ ସେଠାରେ ରହୁଥିବା ଜମ୍ମୁ କାଶ୍ମୀରର ୬ ଜଣ ଯୁବକଙ୍କୁ ପୋଲିସ କାବୁ କରିଥିଲା । ଏହାସହିତ ସେମାନଙ୍କୁ ନିଜ ନାଁ, ଠିକଣା ଓ ପରିଚୟ ପତ୍ର ସମ୍ପର୍କରେ ପଚାରିଥିଲେ ମାତ୍ର ସେମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ । ଏହି ସମସ୍ତ ଯୁବକମାନେ ବିନା ପରିଚୟ ପତ୍ରରେ ଗତ ୧୫ ଦିନ ଧରି ସେଠାରେ ରହୁଥିଲେ । ପୋଲିସର ସନ୍ଦେହ ହେବାରୁ ସମସ୍ତଙ୍କ ଜିନିଷପତ୍ରକୁ ଜବତ କରିବା ସହ ସେମାନଙ୍କୁ ଗିରଫ କରି ପଚରାଉଚରା କରୁଛି । ଏହା ମଧ୍ୟ ପଢନ୍ତୁ .... ଧାର୍ମିକ ନୀତିର ଶେଷ ଦିନ, ଆଜି 125 କଳସ ଜଳରେ ସ୍ନାନ କରିବେ ରାମଲାଲା ପୋଲିସ ଅଧିକ୍ଷକ କୁଲଦୀପ ସିଂ ଗୁନାୱତ କହିଛନ୍ତି ଯେ ଚନ୍ଦୋସିର ଏକ ଧର୍ମଶାଳାରୁ ଜମ୍ମୁ କଶ୍ମୀରର ୬ ଜଣ ଯୁବକଙ୍କୁ ହିରାସତରେ ନିଆଯାଇଛି । ସମସ୍ତ ଯୁବକ ମାନେ ଗୋଟିଏ ସମ୍ପ୍ରଦାୟର ଅଟନ୍ତି ଓ ସେମାନେ ବିନା ପରିଚୟ ପତ୍ରରେ ଧର୍ମଶାଳାରେ ୧୫ ଦିନ ଧରି ରହିଥିଲେ । ଏହା ସହିତ ପୋଲିସ ସମସ୍ତ ଯୁବକମାନଙ୍କ ପରିବାର ବର୍ଗଙ୍କୁ ସୂଚିତ କରାଯିବା ସହ ଏଠାକୁ ଡକାଇଛି । ପୋଲିସର ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡିଛି ଯେ ଏହି ସମସ୍ତ ଯୁବକମାନେ ଚାକିରି ସନ୍ଧାନରେ ଏଠାରେ ଆସି ରହିଥିଲେ । ଏହି ସମସ୍ତ ଯୁବକମାନଙ୍କୁ ଚାକିରି ଦେବାକୁ କହି ଜଣେ ବ୍ୟକ୍ତି ଏଠାକୁ ଡକାଇ ଥିଲା । ସେମାନଙ୍କ ପାଖରୁ କୌଣସି ପ୍ରକାରର ସନ୍ଦିଗ୍ଧଜନକ ବସ୍ତୁ ମିଳିନଥିଲା । ପୋଲିସ ଏହି ଘଟଣାରେ ଅଧିତ ତଦନ୍ତ ଜାରି ରଖିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ None

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.