ORIYA

'ଦେଶ ପାଇଁ ଦାନ' ଅଭିଯାନ ଜୋରଦାର କରିବ କଂଗ୍ରେସ, ପ୍ରସାଦ ହରିଚନ୍ଦନ ଅଧ୍ୟକ୍ଷ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ଗତ ଡିସେମ୍ବରରୁ 'ଦେଶ ପାଇଁ ଦାନ' ଅଭିଯାନ ଆରମ୍ଭ କରିଥିଲା କଂଗ୍ରେସ । ଆଗାମୀ ସାଧାରଣ ନିର୍ବାଚନ ଜନସାଧାରଣଙ୍କ ସମର୍ଥନ ପାଇବା ପାଇଁ ସାଧାରଣ ଲୋକଙ୍କ ଠାରୁ ହିଁ ପାଣ୍ଠି ଆଦାୟ କରୁଛି କଂଗ୍ରେସ । ଭୋଟରଙ୍କ ସହ ଯୋଡି ହେବା ପାଇଁ କଂଗ୍ରେସ ଘରକୁ ଘର ଯାଇ ଜନ ସାଧାରଣଙ୍କ ଠାରୁ ସର୍ବନିମ୍ନ ୧୩୮, ୧୩୮୦ କିମ୍ବା ୧୩,୮୦୦ ଟଙ୍କା ସହାୟତା ଲୋଡିବା ପାଇଁ ଏଆଇସିସି ପକ୍ଷରୁ ଆରମ୍ଭ ହୋଇଥିଲା କ୍ରାଉଡ ଫଣ୍ଡିଂ କ୍ୟାମ୍ପେନ । ତେବେ ଓଡ଼ିଶାରେ ଏହି କ୍ୟାମ୍ପେନ୍‌କୁ ଅଧିକ କ୍ରିୟାଶୀଳ କରିବାକୁ ହୋଇଛି ଯୋଜନା । ଅଧିକ ଲୋକଙ୍କ ପାଖରେ ପହଞ୍ଚିବାକୁ କଂଗ୍ରେସ ଏହି ଅଭିଯାନ ପାଇଁ ଏକ କମିଟି ଗଠନ କରିବ । ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ଏହାର ଅଧ୍ୟକ୍ଷ କରି କମିଟି ଗଠନ ପାଇଁ ଦାୟିତ୍ବ ଦିଆଯାଇଛି । ମହାତ୍ମା ଗାନ୍ଧୀଙ୍କ ସ୍ବରାଜ ତିଲକ ଫଣ୍ଡରୁ ପ୍ରେରଣା ପାଇ ଗତ ଡିସେମ୍ବର ମାସରୁ 'ଦେଶ ପାଇଁ ଦାନ' ଅଭିଯାନ ଆରମ୍ଭ କରିଥିଲା କଂଗ୍ରେସ । ସାରା ଓଡ଼ିଶାରେ ଏହି ଅଭିଯାନକୁ ସୁଗମ ଏବଂ ସଫଳ କରିବା ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ ଏକ କମିଟି ଗଠନ ପାଇଁ ଏଆଇସିସିକୁ ପ୍ରସ୍ତାବ ଦେଇଥିଲେ । ପିସିସି ସଭାପତିଙ୍କ ପ୍ରସ୍ତାବକୁ ଏଆଇସିସି ଅନୁମୋଦନ କରି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ଉକ୍ତ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରିଛି । ଏହା ସହିତ କାର୍ଯ୍ୟକ୍ରମର ବିଭିନ୍ନ ଦିଗର ତଦାରଖ ତଥା ପରିଚାଳନା ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ନେଇ ଏକ କମିଟି ଗଠନ କରିବାକୁ ପ୍ରସାଦ ହରିଚନ୍ଦନଙ୍କୁ ଅନୁମତି ଦିଆଯାଇଛି ବୋଲି ପିସିସି ମୁଖପାତ୍ର ରଜନୀ କୁମାର ମହାନ୍ତି ଏକ ପ୍ରେସବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ଓଡିଶା ପ୍ରଭାରୀ ଡଃ ଅଜୟ କୁମାର ଏନେଇ ଅନୁମୋଦନ କରିଥିବା ଜଣାପଡ଼ିଛି । ଏହା ମଧ୍ୟ ପଢ଼ନ୍ତୁ...ଫେବୃଆରୀ 1ରୁ କଂଗ୍ରେସର 'ବସ ଯାତ୍ରା', ଦୁର୍ନୀତିକୁ ମୁଦ୍ଦା କରି ଲୋକଙ୍କୁ ଭେଟିବେ ଦଳୀୟ କର୍ମୀ ପ୍ରକାଶ ଯୋଗ୍ୟ, ସାଧାରଣ ନିର୍ବାଚନ ପୂର୍ବରୁ ଏଆଇସିସି ଏବେ ଓଡ଼ିଶା ଉପରେ ତୀକ୍ଷ୍‌ଣ ନଜର ରଖିଛି । କିଭଳି ଓଡ଼ିଶାରେ କଂଗ୍ରେସ କ୍ଷମତାସୀନ ହେବ, ସେନେଇ ଅଙ୍କ କଷୁଛି ଦିଲ୍ଲୀ । ଏହାରି ଭିତରେ ଆସନ୍ତା 29 ତାରିଖରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ ଓଡିଶା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେପଟେ ଓଡିଶାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ସମୀକ୍ଷା ମଧ୍ୟ କରିବେ ଖଡ୍‌ଗେ । ସେଥିପାଇଁ ଆଜି କଂଗ୍ରେସ ପକ୍ଷରୁ ଏକ ଟିମ ଗଠନ କରାଯାଇଛି । ଖଡ୍‌ଗେଙ୍କ ଭୁବନେଶ୍ବର ଗସ୍ତକୁ ସଫଳ କରିବାକୁ ବରିଷ୍ଠ ନେତା ମାନଙ୍କୁ ନେଇ ଏକ ଟିମ ଗଠନ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ଏହି କମିଟିର ଅଧ୍ୟକ୍ଷ କରାଯାଇଛି । ଅନୁରୂପ ଭାବେ ଫେବୃଆରୀ 1ରୁ ଆରମ୍ଭ ହେବାକୁ ଥିବା କଂଗ୍ରେସର ବସ୍‌ ଯାତ୍ରା କାର୍ଯ୍ୟକ୍ରମର ଅଧ୍ୟକ୍ଷ ଭାବେ ପିିସିସି ଉପସଭାପତି ତଥା ଜୟପୁର ବିଧାୟକ ତାରା ବାହିନୀପତିଙ୍କୁ ଦାୟିତ୍ବ ମିଳିଛି । ଇଟିଭି ଭାରତ, ଭୁବନେଶ୍ବର None

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.