NEWS

ଚଳଚ୍ଚିତ ରିଲିଜକୁ ନେଇ ବିବାଦ; ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ପାଇଁ ବ୍ୟାନ୍‌

Lingaraj Temple: ସେବାୟତଙ୍କ ମଧ୍ୟରେ ବିବାଦ; ଉପବାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ ଖୋଲିଲା କି ଛାଡ଼ପତ୍ର ପାଇଁ ବାଟ! କେବେ ଅଲଗା ହେବେ ଅନୁଭବ-ବର୍ଷା? ଓଡିଆ ଚଳଚ୍ଚିତ୍ରକୁ ନେଇ ବଡ଼ ବିବାଦ; ଥାନାରେ FIR ଦେଲେ ଯୁବକ ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । ... ... ... ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ » ଚଳଚ୍ଚିତ ରିଲିଜକୁ ନେଇ ବିବାଦ; ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ପାଇଁ ବ୍ୟାନ୍‌ ଚଳଚ୍ଚିତ ରିଲିଜକୁ ନେଇ ବିବାଦ; ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ପାଇଁ ବ୍ୟାନ୍‌ ଓଡ଼ିଆ ଫିଲ୍ମ ରାମ୍ ରିଲିଜକୁ ନେଇ ବିବାଦ... ମୁହାଁମୁହିଁ ଦୁଇ ପ୍ରଯୋଜକ ଓ କଳାକାର ଗୋଷ୍ଠୀ...ଅଭିନେତା ଅରିନ୍ଦମଙ୍କ ଅଭିଯୋଗ, ସମ୍ବଲପୁରରେ ଫିଲ୍ମ ରିଲିଜକୁ ମନୋଜ ମିଶ୍ରଙ୍କ ସମର୍ଥକ କରୁଛନ୍ତି ବିରୋଧ... Odia Last Updated : October 24, 2023, 20:03 IST Other, India Share this: Odia ସମ୍ବନ୍ଧିତ ଖବର Lingaraj Temple: ସେବାୟତଙ୍କ ମଧ୍ୟରେ ବିବାଦ; ଉପବାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ ଖୋଲିଲା କି ଛାଡ଼ପତ୍ର ପାଇଁ ବାଟ! କେବେ ଅଲଗା ହେବେ ଅନୁଭବ-ବର୍ଷା? ଓଡିଆ ଚଳଚ୍ଚିତ୍ରକୁ ନେଇ ବଡ଼ ବିବାଦ; ଥାନାରେ FIR ଦେଲେ ଯୁବକ Odia Digital Boycott Actor Manoj Mishra: ଓଡ଼ିଆ ଚଳଚ୍ଚିତ ରିଲିଜକୁ ନେଇ ପୁଣି ବିବାଦ । ଦୁଇ ପ୍ରଯୋଜକ ଓ ଅଭିନେତା ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଦଶହରା ଉପଲକ୍ଷେ ଗତକାଲି ସମ୍ବଲପୁରରେ ବିଭିନ୍ନ ସିନେମା ହଲରେ ଓଡି଼ଆ ଫିଲ୍ମ ରାମ ରିଲିଜ ହେବାର ଥିଲା। ଅଭିନେତା ମନୋଜ ମିଶ୍ରଙ୍କ ସମର୍ଥକ ମାନେ ପଶ୍ଚିମ ଓଡିଶା ଓ ଉପକୂଳ ଓଡ଼ିଶା କଥା ଉଠାଇ ଫିଲ୍ମକୁ ବିରୋଧ କରିଥିଲେ ବୋଲି ଅଭିନେତା ଅରିନ୍ଦମ ଦାସ ଓ ଫିଲ୍ମ ପ୍ରୋଜଯୋକ ଟୁଟୁ ନାୟକ ଅଭିଯୋଗ କରିଛନ୍ତି । ବିରୋଧ ଯୋଗୁଁ ପ୍ରଥମ ଶୋରେ ଗୋଟିଏ ବି ଟିକଟ୍‌ ବିକ୍ରି ହୋଇପାରି ନଥିଲା । ଏହାକୁ ଦେଖି ଅନ୍ୟ ହଲ୍‌ ମାଲିକ ମାନେ ଭୟରେ ଅରିନ୍ଦମ ଦାସଙ୍କ ଅଭିନୀତ ଓଡ଼ିଆ ଫିଲ୍ମ ରାମକୁ ସମ୍ବଲପୁରରେ ରିଲିଜ କରାଇଲେ ନାହିଁ। ଏହି ଘଟଣା ପରେ କିଛି ପ୍ରଯୋଜକ ସାମ୍ବାଦିକ ସମ୍ମିଳନୀ କରି ଅଭିନେତା ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ପାଇଁ ବ୍ୟାନ୍‌ କରିବାକୁ ଘୋଷଣା କରିଛନ୍ତି । ନିକଟରେ ମନୋଜ ମିଶ୍ରଙ୍କ ଅଭିନୀତ ଚଳଚିତ୍ର ମାଇଣ୍ଡ ଗେମ୍‌ ସମ୍ବଲପୁରୀ ଭାଷାରେ ରିଲିଜ ହୋଇ ହଲ୍‌ରେ ଚାଲିଛି । ରାମ୍‌ ଚଳଚିତ୍ର ପଶ୍ଚିମ ଓଡ଼ିଶାରେ ଚାଲିଲେ ମାଇଣ୍ଡ ଗେମ୍‌ ଚଳଚିତ୍ର ମାଡ଼ ଖାଇ ପାରେ ବୋଲି ଆଶଙ୍କା କରି ଅଭିନେତା ମନୋଜ ମିଶ୍ର ତାଙ୍କ ସମର୍ଥକଙ୍କୁ ଲଗାଇ ଏଭଳି ବିରୋଧ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ତେବେ ଏନେଇ ଅଭିନେତା ମନୋଜ ମିଶ୍ରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ପଢନ୍ତୁ ଏହି ଖବର: 1000 Currency Notes: RBI ଆଣୁଛି ୧୦୦୦ ଟଙ୍କିଆ ନୋଟ୍ ? କଣ କହୁଛି ରିପୋର୍ଟ ? ଜାଣନ୍ତୁ... Top Videos Published by: Sujit Swain FIRST PUBLISHED : October 24, 2023, 20:03 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । Controversy , Film , Manoj mishra , Ollywood ଫଟୋ ଗ୍ୟାଲେରୀ ... ... ...

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.