NEWS

Sex Ratio: ରାଜ୍ୟରେ ପୁଅଙ୍କ ତୁଳନାରେ କମୁଛି ଝିଅଙ୍କ ସଂଖ୍ୟା; ରିପୋର୍ଟରେ ବଡ଼ ଖୁଲାସା

ଯୁବତୀଙ୍କୁ ଆକର୍ଷିତ କରନ୍ତି ଏଭଳି ପୁରୁଷ, ପ୍ରଥମ ଦେଖାରେ ହିଁ ପଡିଯାଆନ୍ତି ପ୍ରେମରେ! ଟଙ୍କା ପାଇଁ ସାଙ୍ଗକୁ ଛେଚି ଛେଚି ମାରିଲେ ୩ ସାଙ୍ଗ, ଜଘନ୍ୟ କାଣ୍ଡ ଦେଖି ସମସ୍ତେ ସ୍ତବ୍ଧ Relationship Tips: ସ୍ଵାମୀଙ୍କୁ ପୁରୁଣା ପ୍ରେମ ବିଷୟରେ କହିବା ଠିକ ନା ଭୁଲ? ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । ... ... ... ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା » Sex Ratio: ରାଜ୍ୟରେ ପୁଅଙ୍କ ତୁଳନାରେ କମୁଛି ଝିଅଙ୍କ ସଂଖ୍ୟା; ରିପୋର୍ଟରେ ବଡ଼ ଖୁଲାସା Sex Ratio: ରାଜ୍ୟରେ ପୁଅଙ୍କ ତୁଳନାରେ କମୁଛି ଝିଅଙ୍କ ସଂଖ୍ୟା; ରିପୋର୍ଟରେ ବଡ଼ ଖୁଲାସା Sex Ratio: ସାମ୍ନାକୁ ଆସିଲା ବଡ଼ ଖବର। ଝିଅ ସଂଖ୍ୟା ହ୍ରାସରେ ୬ ନମ୍ବର ସ୍ଥାନରେ ଓଡ଼ିଶା ଥିବା ରିପୋର୍ଟ କହୁଛି... Odia Last Updated : December 06, 2023, 11:54 IST New Delhi, India Share this: Odia ସମ୍ବନ୍ଧିତ ଖବର ଯୁବତୀଙ୍କୁ ଆକର୍ଷିତ କରନ୍ତି ଏଭଳି ପୁରୁଷ, ପ୍ରଥମ ଦେଖାରେ ହିଁ ପଡିଯାଆନ୍ତି ପ୍ରେମରେ! ଟଙ୍କା ପାଇଁ ସାଙ୍ଗକୁ ଛେଚି ଛେଚି ମାରିଲେ ୩ ସାଙ୍ଗ, ଜଘନ୍ୟ କାଣ୍ଡ ଦେଖି ସମସ୍ତେ ସ୍ତବ୍ଧ Relationship Tips: ସ୍ଵାମୀଙ୍କୁ ପୁରୁଣା ପ୍ରେମ ବିଷୟରେ କହିବା ଠିକ ନା ଭୁଲ? Odia Digital Sex Ratio: ଉଦବେଗ ବଢ଼ାଇଲା କନ୍ୟା ସନ୍ତାନ ହ୍ରାସ ପ୍ରସଙ୍ଗ। ରାଜ୍ୟରେ ପୁଅଙ୍କ ତୁଳନାରେ କମୁଛି ଝିଅଙ୍କ ସଂଖ୍ୟା। ଝିଅ ସଂଖ୍ୟା ହ୍ରାସରେ ୬ ନମ୍ବର ସ୍ଥାନରେ ଓଡ଼ିଶା ଥିବା ରିପୋର୍ଟ କହୁଛି। ଗତ ୪ ବର୍ଷରେ ୨୩ ପ୍ରତିଶତ କମିଛି ଝିଅଙ୍କ ସଂଖ୍ୟା। ପ୍ରତି ୧ ହଜାର ପୁଅରେ ଝିଅଙ୍କ ସଂଖ୍ୟା ରହିଛି ୯୨୫ ଥିବାବେଳେ ଉପାନ୍ତ ଅପେକ୍ଷା ଉପକୂଳ ଜିଲ୍ଲାରେ ସ୍ଥିତି ସଙ୍ଗୀନ ବୋଲି ରିପୋର୍ଟରେ କୁହାଯାଇଛି। ଏନେଇ ସ୍ବାସ୍ଥ୍ୟ ବିଭାଗର କର୍ମଶାଳାରେ ପ୍ରକାଶ ପାଇଛି ଉଦବେଗ। ଲିଙ୍ଗ ନିରୂପଣ ପରେ ଗର୍ଭପାତ, ପୁତ୍ର ସନ୍ତାନକୁ ପ୍ରାଧାନ୍ୟ ଏବଂ ମାନସିକତାରେ ପରିବର୍ତ୍ତନ ନ ହେବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି କର୍ମଶାଳାରେ ମତ ପ୍ରକାଶ ପାଇଛି। ଏବେ ବି ଅଲୋଡା କନ୍ୟା ସନ୍ତାନ। ସମସ୍ତଙ୍କୁ ଆବଶ୍ୟକ ପୁତ୍ର ସନ୍ତାନ ବଦଳୁନି ମାନସିକତା। ଉଦବେଗ ବଢାଇଲା ୪ ବର୍ଷର ରେକର୍ଡ। ୨୦୧୬ ରୁ ୨୦୨୦ ମଧ୍ୟରେ ରାଜ୍ୟରେ ପୁଅଙ୍କ ତୁଳନାରେ ଝିଅ ସଂଖ୍ୟା ୨୩ ପ୍ରତିଶତ କମିଛି। ଉପାନ୍ତ ଅପେକ୍ଷା ଉପକୂଳ ଓଡ଼ିଶାରେ ସ୍ଥିତି ସାଂଘାତିକି। ନୟାଗଡରେ ସର୍ବନିମ୍ନ ୧୦୦୦ ପୁଅଙ୍କ ମଧ୍ୟରେ ୮୧୧ ଝିଅ ଅଛନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞ, ଆଇନ୍ ବିଶେଷଜ୍ଞ, ସମାଜିକ ବିଜ୍ଞାନୀ, ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ନେଇ ସ୍ବାସ୍ଥ୍ୟ ବିଭାଗ କର୍ମଶାଳାରେ ଏନେଇ ମାନସ ମନ୍ଥନ ହୋଇଛି। ପୁତ୍ର ସନ୍ତାନ ନ ହେଲେ ବଂଶ ଲୋପପାଇବ ବୋଲି ରହୁଛି ଚିନ୍ତାଧାରା। ସଚେତନତା ସୃଷ୍ଟି ସହ କଡା ଆଇନ୍ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ନେଇ ବିଶେଷଜ୍ଞ ମତ ରଖିଛନ୍ତି। ସାରା ଦେଶରେ ବି ପୁଅଙ୍କ ତୁଳନାରେ କମୁଛି ଝିଅଙ୍କ ସଂଖ୍ୟା। ଜାତୀୟ ହାର ଅନୁସାରେ ପ୍ରତି ୧୦୦୦ ପୁଅଙ୍କ ମଧ୍ୟରେ ଅଛନ୍ତି ୯୦୭ ଜଣ ଝିଅ । ହେଲେ ଓଡ଼ିଶାରେ ୧୦୦୦ ପୁଅଙ୍କ ମଧ୍ୟରେ ୯୨୫ ଜଣ ଝିଅ ଅଛନ୍ତି। ଜାତୀୟ ହାର ଠାରୁ ଓଡ଼ିଶା ଭଲ ସ୍ଥିତିରେ ଥିଲେ ମଧ୍ୟ ଗତ ୪ ବର୍ଷରେ ଝିଅଙ୍କ ଅନୁପାତ ୨୩ ପ୍ରତିଶତ କମିଥିବାରୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଉଦବେଗ ପ୍ରକାଶ କରିଛି। ପୁଅ- ଝିଅ ଅନୁପାତରେ ଓଡ଼ିଶା ଦେଶରେ ୬ ନମ୍ବର ସ୍ଥାନରେ ରହିଛି। କେରଳ, ଛତିଶଗଡ, ପଶ୍ଚିମବଙ୍ଗ, ହିମାଚଳ ପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶ ପରେ ଓଡ଼ିଶାରେ କନ୍ୟା ସନ୍ତାନ ସ୍ଥିତି ରହିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଅଶିକ୍ଷିତଙ୍କ ଠାରୁ ଶିକ୍ଷିତ ଲୋକେ ଏଭଳି ମାନସିକତା ବେଶି ରଖୁଛନ୍ତି। ସେପଟେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇ ତଥ୍ୟ ରଖିଛି ପରିବାର କଲ୍ୟାଣ ବିଭାଗ। ଲିଙ୍ଗ ନିରୂପଣ ସହ କନ୍ୟା ଭୃଣ ହତ୍ୟା ଅଭିଯୋଗରେ ଗତ ୨ ବର୍ଷରେ ୫ ଜଣ ଡାକ୍ତରଙ୍କୁ ଜେଲ ଦଣ୍ଡ ଦିଆଯାଇଥିବା ବେଳେ ଅଲଟ୍ରାସାଉଣ୍ଡ ସେଣ୍ଟରର ଲାଇସେନ୍ସ ବାତିଲ କରାଯାଇଛି। ବିଭିନ୍ନ ହସ୍ପିଟାଲ ସମେତ ନର୍ସିଂହୋମ୍ରେ ବି ଚଢାଉ କରାଯାଉଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ। ପଢ଼ନ୍ତୁ ଏହି ଖବର: ପୁରୁଣା ପେନସନ୍ ଯୋଜନାକୁ ନେଇ ଆସିଲା ନୂଆ ନିୟମ; ସରକାରଙ୍କ ବଡ଼ ପରିବର୍ତ୍ତନ! ଲିଙ୍ଗ ନିରୁପଣ ଏବଂ କନ୍ୟା ଭୃଣ ହତ୍ୟା ଏକ ସାମାଜିକ ବ୍ୟାଧି ଭାବରେ ବ୍ୟାପିଛି। ଏଭଳି ସ୍ଥଳେ ଲୋକଙ୍କୁ ସଚେତନ କରିବା ସହ ପୁଅ-ଝିଅଙ୍କ ମଧ୍ୟରେ କିଛି ଫରକ ନାହିଁ ବୋଲି ବୁଝାଇବାକୁ ପଡ଼ିବ। ନହେଲେ ଆଗମୀ ଦିନରେ ପୁଅ-ଝିଅ ଅନୁପାତରେ ଅସମାନତା ଏକ ସଂକ୍ରମିତ ରୋଗ ଭଳି ମାଡି ଚାଲିବ। ଭୁବନେଶ୍ବରରୁ ସୁମନ୍ତ ସୁନ୍ଦରାୟଙ୍କ ରିପୋର୍ଟ, ନ୍ୟୁଜ୧୮ ଓଡ଼ିଆ Top Videos Published by: Lipina Das FIRST PUBLISHED : December 06, 2023, 11:54 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । Boys , Girl Child , Odisha , Sex Ratio , State Govt ଫଟୋ ଗ୍ୟାଲେରୀ ... ... ... None

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.