NEWS

ପଛରେ ପଡ଼ିଲା ସାଉଥ ଫିଲ୍ମ, ଦିଲ୍ ଜିତିଲା ବଲିଉଡ୍: ୨୦୨୩ରେ କେଉଁ ଫିଲ୍ମ କରିଛି ସବୁଠୁ ଅଧିକ ଆୟ

ଟିମ୍ ଇଣ୍ଡିଆର ମନୋବଳ ବଢ଼ାଇଲେ କିଙ୍ଗ ଖାନ; ଖେଳାଳିଙ୍କୁ କହିଲେ ବାଜିଗର୍... Breaking News: ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣା; ଟୁଟୁ ନାୟକ ଗିରଫ ଗିରଫ ହେଲେ ସେକ୍ସି ଅଭିନେତ୍ରୀ ଉର୍ଫି ଜାଭେଦ! ରେଷ୍ଟୁରାଣ୍ଟ ଭିତରୁ ଉଠାଇ ନେଲା ପୋଲିସ ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । ... ... ... ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ » ପଛରେ ପଡ଼ିଲା ସାଉଥ ଫିଲ୍ମ, ଦିଲ୍ ଜିତିଲା ବଲିଉଡ୍: ୨୦୨୩ରେ କେଉଁ ଫିଲ୍ମ କରିଛି ସବୁଠୁ ଅଧିକ ଆୟ ପଛରେ ପଡ଼ିଲା ସାଉଥ ଫିଲ୍ମ, ଦିଲ୍ ଜିତିଲା ବଲିଉଡ୍: ୨୦୨୩ରେ କେଉଁ ଫିଲ୍ମ କରିଛି ସବୁଠୁ ଅଧିକ ଆୟ Bollywood Film Income: ସବୁବେଳେ ଟପରେ ରହୁଥିବା ସାଉଥ ଫିଲ୍ମକୁ ପଛରେ ପକାଇ ଦେଇଛି ବଲିଉଡର କିଛି ଫିଲ୍ମ। ଆୟ ମାମଲାରେ ଟପରେ ଅଛି ଏହି ବଲିଉଡ ଫିଲ୍ମ... Odia Last Updated : December 06, 2023, 12:43 IST New Delhi, India Share this: Odia ସମ୍ବନ୍ଧିତ ଖବର ଟିମ୍ ଇଣ୍ଡିଆର ମନୋବଳ ବଢ଼ାଇଲେ କିଙ୍ଗ ଖାନ; ଖେଳାଳିଙ୍କୁ କହିଲେ ବାଜିଗର୍... Breaking News: ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣା; ଟୁଟୁ ନାୟକ ଗିରଫ ଗିରଫ ହେଲେ ସେକ୍ସି ଅଭିନେତ୍ରୀ ଉର୍ଫି ଜାଭେଦ! ରେଷ୍ଟୁରାଣ୍ଟ ଭିତରୁ ଉଠାଇ ନେଲା ପୋଲିସ Odia Digital Bollywood Film Income: ମହାମାରୀ କୋରୋନା ଏହାର ପ୍ରଭାବ ସାରା ବିଶ୍ବ ଉପରେ ଯେତିକି ପଡ଼ିଥିଲା ବଲିଉଡ୍ ଉପରେ ମଧ୍ୟ ସେତିକି ପଡ଼ିଥିଲା । ଦୀର୍ଘ ଏକ ବର୍ଷ ଧରି ଫିଲ୍ମ ହଲ୍ ବନ୍ଦ ରହିବା ପରେ ୨୦୨୧ରେ କଟକଣା ମଧ୍ୟରେ ଫିଲ୍ମ ହଲ୍ ଖୋଲିଥିଲା। ସେତେବେଳେ ବଲିଉଡ୍‌ରେ ରିଲିଜ ହୋଇଥିଲା ଦୁଇଟି ବଡ଼ ଫିଲ୍ମ ଗୋଟିଏ ହେଲା ‘ସୂର୍ଯ୍ୟବଂଶୀ’ ଏବଂ ‘83’। ଅକ୍ଷୟ କୁମାର ଫିଲ୍ମ ‘ସୂର୍ଯ୍ୟବଂଶୀ’ ହୋଇଥିବାବେଳେ ରଣବୀର ସିଂହଙ୍କ ଫିଲ୍ମ ଥିଲା ‘83’। ଲାଗୁଥିଲା କୋରୋନା କଟକଣା ପରେ ବଲିଉଡ୍‌ର ଏହି ଫିଲ୍ମ ଦର୍ଶନକଙ୍କ ମନ ଜିତିବ। ହେଲେ ସେତେବେଳେ ଏହି ଫିଲ୍ ଦର୍ଶକଙ୍କ ମନ ଜିତିପାରି ନଥିଲା । ହଲ୍‌ରେ ‘ସୂର୍ଯ୍ୟବଂଶୀ’ କିଛି ମାତ୍ରାରେ ଚାଲିଥିଲେ ମଧ୍ୟ ‘83’କୁ ଦର୍ଶକ ପସନ୍ଦ କରିନଥିଲେ। ଏହାପରେ ଆସିଥିଲା ଫିଲ୍ମ ‘ପୁଷ୍ପା ଦ ରାଇଜ’। ସାଉଥ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଏହି ଫିଲ୍ମକୁ ଦେଖିବାକୁ ହଲ୍‌ରେ ଲାଗିଥିଲା ଲମ୍ବା ଲାଇନ୍। ଅଲ୍ଲୁଙ୍କ ନୂଆ ଲୁକ୍ ସହ ଫିଲ୍ମର ଆକ୍ସନ ଏବଂ ଡାଇଲଗ୍ ଦର୍ଶକଙ୍କ ହୃଦୟ ଜିତିଥିଲା। ଆଉ ୨୦୨୧ ବର୍ଷର ସର୍ବଶ୍ରେଷ୍ଠ ଫିଲ୍ମ ଭାବେ ଏକ ନମ୍ବରରେ ରହିଥିଲା ଫିଲ୍ମ ‘ପୁଷ୍ପା ଦ ରାଇଜ୍’। ରିପୋର୍ଟ ଅନୁସାରେ ୨୦୨୧ରେ ପୁଷ୍ପା ସର୍ବାଧିକ ୨୩୪ କୋଟି ଇନ୍‌କମ୍ କରିଥିବା ବେଳେ ସୂର୍ଯ୍ୟବଂଶୀ ୨୩୧ ଏବଂ ‘83’ ମାତ୍ର ୮୬ କୋଟି ଟଙ୍କା ଇନ୍‌କମ୍ କରିଥିଲା। ୨୦୨୨ରେ ଭାରତରେ ୧୫ଟି ଫିଲ୍ମ ରିଲିଜ ହୋଇଥିଲା। ଯେଉଁଥିରେ ବଲିଉଡ୍‌ର ୯ଟି ଫିଲ୍ମ ଥିବାବେଳେ ସାଉଥର ୫ଟି ଏବଂ ହଲିଉଡ୍‌ର ଗୋଟିଏ ଫିଲ୍ମ ଥିଲା। ୨୦୨୧ ଅପେକ୍ଷା ୨୦୨୨ରେ ଅଧିକ ବଲିଉଡ୍ ଫିଲ୍ମ ରିଲିଜ ହୋଇଥିଲେ ମଧ୍ୟ ସାଉଥ ଫିଲ୍ମକୁ ଟକ୍କର ଦେବାରେ ବଲିଉଡ୍ ଫେଲ୍ ମାରିଥିଲା। ୨୦୨୨ରେ ଟପ୍‌ରେ ଥିଲା ତିନି ସାଉଥ ସୁପରଷ୍ଟାରଙ୍କ ଫିଲ୍ମ ‘RRR’। ଏମିତିକି ଏହି ଫିଲ୍ମର ସୁପରହିଟ୍ ଗୀତ ‘ନାଟୁ ନାଟୁ’ ଓସ୍କାର ପୁରସ୍କାର ମଧ୍ୟ ପାଇଥିଲା। ସେହିପରି ଦ୍ବିତୀୟରେ ଥିଲା ଫିଲ୍ମ ‘KGF: ଚାପ୍ଟର 2’। ସାଉଥ ସୁପରଷ୍ଟାର ୟସ୍‌ଙ୍କ ଏହି ଫିଲ୍ମକୁ ବି ଦର୍ଶକ ବେଶ ପସନ୍ଦ କରିଥିଲେ। ୨୦୨୨ରେ ବଲିଉଡ୍ ଫିଲ୍ମ ‘ଦ କାଶ୍ମୀର ଫାଇଲ୍’ ରିଲିଜ ହୋଇଥିଲେ ମଧ୍ୟ ଦର୍ଶକ ଏହାକୁ ସେତେଟା ପସନ୍ଦ କରିନଥିଲେ। ରିପୋର୍ଟ ଅନୁସାରେ ବର୍ଷ ୨୦୨୨ରେ ଫିଲ୍ମ ‘RRR’ ଇନ୍‌କମ୍ କରିଥିଲା ମୋଟ ୭୬୭.୫୪ କୋଟି ଟଙ୍କା। ସେହିପରି ‘କେଜିଏଫ୍‌ ଚାପ୍ଟର-୨’ ଇନ୍‌କମ୍ କରିଥିଲା ୭୫୦.୮୨ କୋଟି ଟଙ୍କା। ଏସବୁ ଭିତରେ ବଲିଉଡ୍ ‘ଫିଲ୍ମ ଦ କଶ୍ମୀର ଫାଇଲ୍’ ଇନ୍‌କମ୍ କରିଥିଲା ୨୫୦.୬୯ କୋଟି ଟଙ୍କା। ତେବେ ବର୍ଷ ୨୦୨୩ରେ କିନ୍ତୁ ପଟ ବଦଳି ଯାଇଛି। ଡିସେମ୍ବର ସୁଦ୍ଧା ଫିଲ୍ମ ଦୁନିଆରେ ଛାଇ ରହିଛି ବଲିଉଡ୍ ଫିଲ୍ମ। ଦୀର୍ଘ ବର୍ଷ ଧରି ଫ୍ଲପ ଧପା ଲାଗିଥିବା ଶାହରୁଖ ଖାନଙ୍କ ଫିଲ୍ମ କିନ୍ତୁ ୨୦୨୩ରେ ଦର୍ଶକଙ୍କ ହୃଦୟ ଜିତିଛି। ବର୍ଷ ଆରମ୍ଭରୁ ଆସିଥିଲା ‘ବାହୁବଳି’ ଷ୍ଟାର ପ୍ରଭାସଙ୍କ ଫିଲ୍ମ ‘ଆଦିପୁରଷ’। ରାମାୟଣ କଥାବସ୍ତୁ ଉପରେ ଆଧିରିତ ଏହି ଫିଲ୍ମକୁ କିନ୍ତୁ ଦର୍ଶକ ପସନ୍ଦ କରିନଥିଲେ। ବକ୍ସ ଅଫିସ୍‌ରେ ଏହି ଫିଲ୍ମ ରୋଜଗାର କରିଥିଲା ୪୧୨ କୋଟି। ତେବେ ଏହାପରେ ଆସିଥିଲା ଶାହରୁଖ ଖାନ୍‌ଙ୍କ ଫିଲ୍ମ ‘ପଠାନ୍’। ଦୀର୍ଘ ବର୍ଷ ପରେ ଶାହରୁଖଙ୍କ ଏହି ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଥିଲେ। ବର୍ତ୍ତମାନ ସୁଦ୍ଧା ଏହି ଫିଲ୍ମ ୧ ହଜାର କୋଟି ଟଙ୍କା ଇନ୍‌କମ୍ କରିସାରିଛି। ଏହାପରେ ପରେ ବଲିଉଡ୍ ବ୍ୟାକ୍‌ ଟୁ ବ୍ୟାକ୍ ସୁପରହିଟ୍ ଫିଲ୍ମ ଦେଇ ସାରିଛି। ଯେଉଁଥିରେ ଶାହରୁଖ ଖାନଙ୍କ ‘ଯବାନ’ ଫିଲ୍ମ ସହ ରହିଛି ସଲମାନଙ୍କ ‘ଟାଇଗର-୩’, ‘ଗଦର-୨’ ଏବଂ ନିକଟରେ ପରଦାକୁ ଆସିଥିବା ଫିଲ୍ମ ‘ଆନିମଲ୍’। ତେବେ ଏହାରି ଭିତରେ ଦୁଇ ଦୁଇଟି ସାଉଥ ମୁଭି ମଧ୍ୟ ରିଲିଜ ହୋଇଛି। ଗୋଟିଏ ହେଉଛି ତାମିଲ୍ ଷ୍ଟାର ଭିଜୟଙ୍କ ‘ଲିଓ’ ଏବଂ ଅନ୍ୟଟି ହେଉଛି ସାଉଥ ସୁପରଷ୍ଟାର ରଜନିକାନ୍ତଙ୍କ ‘ଜେଲର’। ଏହି ଫିଲ୍ମ ବି ୬୦୦ରୁ ଅଧିକ ଟଙ୍କା ଇନ୍‌କମ୍ କରିଛି ତେବେ ବଲିଉଡ୍ ଫିଲ୍ମ ତୁଳନାରେ ଏହି ଫିଲ୍ମ କମ୍ ଟଙ୍କା ଇନକମ୍ କରିଛି। ରିପୋର୍ଟ ଅନୁସାରେ ଚଳିତ ବର୍ଷ ଫିଲ୍ମ ‘ଯବାନ’ ସର୍ବାଧିକ ୧୧ ଶହ ୪୮ କୋଟି ଟଙ୍କା ରୋଜଗାର କରିଥିବାବେଳେ ଏହା ପଛକୁ ରହିଛି ଫିଲ୍ମ ‘ପଠାନ୍’। ପଢ଼ନ୍ତୁ ଏହି ଖବର: ୫୦ ଟଙ୍କା ଶସ୍ତା ହେଲା ଗ୍ୟାସ୍ ସିଲିଣ୍ଡର! ବୁକିଂ କରିବା ପୂର୍ବରୁ ବାସ୍ କରନ୍ତୁ ଏହି ଛୋଟ କାମ ଏହି ଫିଲ୍ମ ଇନ୍‌କମ୍ କରିଛି ୧ ହଜାର ୫୦ କୋଟି ଟଙ୍କା। ସେହିପରି ‘ଗଦର-୨’ ୬୯୧ କୋଟି, ଲିଓ ୬୨୦ କୋଟି, ଜେଲର ୬୧୦ କୋଟି, ଟାଇଗର-୩ ୪୬୨ କୋଟି ଟଙ୍କା ରୋଜଗାର କରିଛନ୍ତି। ବର୍ତ୍ତମାନ ସିନେମା ହଲ୍‌ରେ ଛାଇ ରହିଛି ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ୍’। ବର୍ତ୍ତମାନ ସୁଦ୍ଧା ଏହି ଫିଲ୍ମ ୪୦୦ କୋଟିରୁ ଅଧିକ ଟଙ୍କା ଇନ୍‌କମ୍ କରିସାରିଲାଣି। କୁଞ୍ଜ ବିହାରୀ ବିଷୋୟୀଙ୍କ ରିପୋର୍ଟ, ନ୍ୟୁଜ୧୮ ଓଡ଼ିଆ Top Videos Published by: Lipina Das FIRST PUBLISHED : December 06, 2023, 12:43 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । Bollywood , Entertainment News , Film , South Films ଫଟୋ ଗ୍ୟାଲେରୀ ... ... ... None

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.