NEWS

ଆସିଗଲା ସବୁଠୁ ଶସ୍ତା Smartphone: ଥରେ ଚାର୍ଜ କଲେ ଚାଲିବ ୭୫ ଦିନ, ଫୋପାଡିଲେ ବି ଭାଙ୍ଗିବନି!

IND vs AUS: ପାଣିପାଗ ବିଭାଗର ସତର୍କ ସୂଚନା, ବର୍ଷା ବିଗାଡ଼ିପାରେ ଖେଳ! ମାତ୍ର ୫ ମିନିଟ୍‌ରେ ୬ ଲକ୍ଷ ଫୋନ୍ ବିକ୍ରି କଲା ଏହି କମ୍ପାନୀ! ଦାମ୍ ମାତ୍ର ଏତିକି ୭ ହଜାର ଟଙ୍କା କମିଗଲା ସାମସଙ୍ଗର ଧମାକାଦାର ଫୋନ୍, ମାତ୍ର ୩୦ ମିନିଟ୍‌ରେ ଫୁଲ୍ ଚାର୍ଜ! ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । ... ... ... ହୋମ୍ » ଓଡ଼ିଶା ନ୍ୟୁଜ୍ » ଟେକ୍ » ଆସିଗଲା ସବୁଠୁ ଶସ୍ତା Smartphone: ଥରେ ଚାର୍ଜ କଲେ ଚାଲିବ ୭୫ ଦିନ, ଫୋପାଡିଲେ ବି ଭାଙ୍ଗିବନି! ଆସିଗଲା ସବୁଠୁ ଶସ୍ତା Smartphone: ଥରେ ଚାର୍ଜ କଲେ ଚାଲିବ ୭୫ ଦିନ, ଫୋପାଡିଲେ ବି ଭାଙ୍ଗିବନି! Smartphone: ଦମଦାର ଫୋନରେ 23,800mAh ବ୍ୟାଟେରୀ ରହିଛି । ଯାହାକି ପୂର୍ବରୁ କୌଣସି କମ୍ପାନୀ ଦେଇନଥିବେ। Odia Last Updated : December 06, 2023, 18:46 IST Other, India Share this: Odia ସମ୍ବନ୍ଧିତ ଖବର IND vs AUS: ପାଣିପାଗ ବିଭାଗର ସତର୍କ ସୂଚନା, ବର୍ଷା ବିଗାଡ଼ିପାରେ ଖେଳ! ମାତ୍ର ୫ ମିନିଟ୍‌ରେ ୬ ଲକ୍ଷ ଫୋନ୍ ବିକ୍ରି କଲା ଏହି କମ୍ପାନୀ! ଦାମ୍ ମାତ୍ର ଏତିକି ୭ ହଜାର ଟଙ୍କା କମିଗଲା ସାମସଙ୍ଗର ଧମାକାଦାର ଫୋନ୍, ମାତ୍ର ୩୦ ମିନିଟ୍‌ରେ ଫୁଲ୍ ଚାର୍ଜ! Odia Digital Smartphone; ଡିଜିଟାଲ ଜମାନାରେ ସ୍ମାର୍ଟଫୋନର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଉ ଗ୍ରାହକଙ୍କ ବ୍ୟବହାର ଓ ଚାହିଦାକୁ ଦୃଷ୍ଟିରେ ରଖି ପ୍ରତିଦିନ ନୂଆ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରାଯାଉଛି । କେବଳ ଲଞ୍ଚ କରାଯାଉ ନାହିଁ ବରଂ ଦମଦାର ଫିଚର୍ ଏବଂ ପକେଟ୍‌କୁ ସୁହାଇଲା ଭଳି ସ୍ମାର୍ଟଫୋନ୍ ବଜାର ପ୍ରବେଶ କରୁଛି । ଯାହାକି ଗ୍ରାହକଙ୍କ ଅଧିକ ଆକର୍ଷିତ କରିବା ସହିତ ପ୍ରତିଦିନ ବିଭିନ୍ନ ପ୍ରକାରର ଫୋନ୍ ବଜାରକୁ ଆସୁଛି । ଏଭଳି ଏକ ଫୋନ୍ ଲଞ୍ଚ କରିଛି ୟୁନିହର୍ଜ (Unihertz) । Unihertz ପକ୍ଷରୁ ନୂତନ ଭାବେ ଲଞ୍ଚ କରାଯାଇଥିବା ୟୁନିହର୍ଜ ଟାଙ୍କ ୩ (Unihertz Tank 3) ମଡେଲରେ ଏଭଳି ଫିଚର୍ ରହିଛି । ଯାହାକି ପୂର୍ବରୁ କେହି କେବେ ଦେଖିନଥିବେ । ଫୋନରେ ଦମଦାର ଫିଚର୍ସ ସହ ଆକର୍ଷଣୀୟ ଲୁକ୍ ରହିଛି । ଏହା ଫୋନରେ ୬.୭୯ ଇଞ୍ଚର ଡିସପ୍ଲେ ରହୁଥିବା ବେଳେ ୨୪୬୦*୧୦୮୦ ପିକ୍ସଲର ରିଜୋଲୁସନ୍ ରହୁଛି । Unihertz Tank 3 ଫୋନ 120Hz ରିଫ୍ରେସ୍ ରେଟ୍‌ ସହ ଆସୁଛି । Unihertz Tank 3 ସ୍ମାର୍ଟଫୋନରେ 16GB RAM ରହୁଥିବା ବେଳେ 512GB ପର୍ଯ୍ୟନ୍ତ ଷ୍ଟୋରେଜ୍ କ୍ଷମତା ରହୁଛି । ସେହିଭଳି ଦମଦାର ଫୋନରେ 23,800mAh ବ୍ୟାଟେରୀ ରହିଛି । ଯାହାକି ପୂର୍ବରୁ କୌଣସି କମ୍ପାନୀ ଦେଇନଥିବେ । ଆଉ ଏହି ଫୋନ୍‌ ଥରେ ଚାର୍ଜ ହେଲେ ୭୫ ଦିନ ପର୍ଯ୍ୟନ୍ତ ଚାଲିବାର କ୍ଷମତା ରଖିଛି । ବିଶେଷ କରି ଏହି ଫୋନରେ ଆଡଭାନ୍ସ ସିକ୍ୟୁରିଟି ଫିଚର୍ସ ରହିଛି । ଯାହାକି ଡାଟା ଲିକ୍ ବା ଚୋରି ହେବା ଠାରୁ ଗ୍ରାହକଙ୍କୁ ଅଧିକ ସୁରକ୍ଷା ଦେବ । ଏହା ସହିତ ୟୁନିହର୍ଜ ଟାଙ୍କ ୩ (Unihertz Tank 3) ସ୍ମାର୍ଟଫୋନରେ ନୂଆ କଣ୍ଟ୍ରୋଲ ପ୍ୟାନେଲ୍ ମଧ୍ୟ ଦିଆଯାଇଛି । ଯାହାକି ଖୁବ୍ ସହଜ ନାଭିଗେସନ୍ ସୁବିଧା ପ୍ରଦାନ କରିବ । ପଢନ୍ତୁ : ICC Ranking: ବିଶ୍ବର ଶ୍ରେଷ୍ଠ ବୋଲର ହେଲେ ରବି ବିଷ୍ଣୋଇ, ବ୍ୟାଟିଂରେ ବି NO.1 ଭାରତ ଶକ୍ତିଶାଳୀ କ୍ୟାମେରା: ୟୁନିହର୍ଜ ଟାଙ୍କ ୩ ଫୋନରେ ଶକ୍ତିଶାଳୀ କ୍ୟାମେରା ରହିଛି । ଏହା ସହିତ ଫୋନରେ ଲମ୍ବା ବ୍ୟାଟେରୀ ଲାଇଫ୍ ରହିଛି । ଯାହାକି ଦୀର୍ଘ ସମୟ ଧରି ଫୋନକୁ ଚାଲୁ ରଖିବାରେ ସକ୍ଷମ ହେବ । ଏହି ଫୋନର ମୁଖ୍ୟ କ୍ୟାମେରା 200MP ରହିଥିବା ବେଳେ 50MPର ଅଲଟ୍ରା ଓ୍ବାଇଡ୍‌ କ୍ୟାମେରା ବି ରହିଛି । ଫ୍ରଣ୍ଟ କ୍ୟାମେରା 50MP ରହିଛି । ଫୋନର ଫଟୋ ଓ ଭିଡିଓ କ୍ଲାରିଟି ଦମଦାର ରହିଛି । ଥରେ ଚାର୍ଜ କଲେ ଫୋନ ୧୧୮ ଘଣ୍ଟା ନନ୍‌ଷ୍ଟପ୍ ଚାଲିବ । ବ୍ୟାଟେରୀ ଷ୍ଟାଣ୍ଡବାଏ ମୋଡ୍‌ରେ ୭୫ ଦିନ ପର୍ଯ୍ୟନ୍ତ ଚାଲିବ । ଅର୍ଥାତ୍ ପୂରା ଦିନ ବିନା କୌଣସି ଦ୍ବିଧାରେ ମୋବାଇଲ ବ୍ୟବହାର କରିପାରିବେ । ସେହିଭଳି ଭିଡିଓ ଦେଖିଲେ କିମ୍ବା ଗେମ୍ ଖେଳିବା ସମୟରେ ଫୋନର ବ୍ୟାଟେରୀ ଲାଇଫ୍ ୪୮ ଘଣ୍ଟା ପର୍ଯ୍ୟନ୍ତ ଚାଲିଥାଏ । ଏଥିରେ 120Wର ଚାର୍ଜର ରହିଛି । ଯାହାକି ମାତ୍ର ୯୦ ମିନିଟ୍‌ ମଧ୍ୟରେ ହିଁ ବ୍ୟାଟେରୀକୁ ଫୁଲ୍‌ ଚାର୍ଜ କରିଦେବ। ପଢନ୍ତୁ: Sara Tendulkar: ସାରାଙ୍କ ସହ ବ୍ରେକ୍‌ଅପ୍‌ ପରେ ଏହି ଅଭିନେତ୍ରୀଙ୍କ ସହ ନଜର ଆସିଲେ ଗିଲ୍‌! ଲଣ୍ଡନରେ ବିତାଉଛନ୍ତି ସମୟ ଓ୍ବାଟର୍ ପ୍ରୁଫ୍‌ ଫିଚର୍: Unihertz Tank 3 ସ୍ମାର୍ଟଫୋନ୍‌ରେ ଓ୍ବାଟର୍ ପ୍ରୁଫ୍ କ୍ଷମତା ରହିଛି । ସ୍ମାର୍ଟଫୋନ୍‌ରେ ଓ୍ବାଟର୍ ପ୍ରୁଫ୍‌ କ୍ଷମତା ୩୦ ମିନିଟ ରହିଛି । ଫୋନ୍‌ଟି ଅଧ ଘଣ୍ଟାଏ ପର୍ଯ୍ୟନ୍ତ ପାଣି ଭିତରେ ରହିଲେ ମଧ୍ୟ ଖରାପ ହେବ ନାହିଁ । ଏହାର ଓଜନ ୨୦୮ ଗ୍ରାମ ରହିଥିବା ବେଳେ ଫୋନ୍‌ଟି ୧୮.୪ ସେମି ମୋଟା ରହିଛି । କେବଳ ସେତିକି ନୁହେଁ ଏହି ଫୋନ ହାତରୁ ଖସିପଡି ତଳେ ପଡିଲେ ମଧ୍ୟ କିଛି ହେବ ନାହିଁ । ଫୋନର ବଡି ଏବଂ ଡିସପ୍ଲେ ସେଭଳି ଶକ୍ତିଶାଳୀ କରାଯାଇଛି । Unihertz Tank 3 ସ୍ମାର୍ଟଫୋନ୍‌ର ମୂଲ୍ୟ: Unihertz Tank 3 ସ୍ମାର୍ଟଫୋନ୍‌ରେ ୨ଟି ସିମ୍ ବ୍ୟବସ୍ଥା ରହିଥିବା ବେଳେ କନେକ୍ଟିଭିଟି ଓ କଷ୍ଟୋମାଇଜେବଲ ସାଇଡ୍ ବଟନ୍ ସହ ଆସୁଛି । ପ୍ରଥମ ପର୍ଯ୍ୟାରେ ଏହା ଚାଇନାରେ ଲଞ୍ଚ କରାଯାଇଥିବା ବେଳେ ଫୋନ୍‌ର ଦାମ୍ ଆମେରୀକିୟ ମୁଦ୍ରାରେ ୪୯୯ ଡଲାର ରଖାଯାଇଛି । ଯାହାକି ଭାରତୀୟ ମୁଦ୍ରାରେ ୪୧ ହଜାର ଟଙ୍କା ହେବ । ଏହା AliExpressରେ ବିକ୍ରି ପାଇଁ ଉପଲବ୍ଧ ଅଛି । ପଢନ୍ତୁ: Survey Report: ଯୁବତୀଙ୍କୁ ଆକର୍ଷିତ କରନ୍ତି ଏମିତି ପୁରୁଷ, ପ୍ରଥମ ଦେଖାରେ ହିଁ ପଡିଯାଆନ୍ତି ପ୍ରେମରେ! Top Videos Published by: Deepak Prusty FIRST PUBLISHED : December 06, 2023, 18:46 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । 5G smartphone , Best Smartphone , Smartphone , Smartphone offers ଫଟୋ ଗ୍ୟାଲେରୀ ... ... ... None

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.