NEWS

Survey Report: ଯୁବତୀଙ୍କୁ ଆକର୍ଷିତ କରନ୍ତି ଏମିତି ପୁରୁଷ, ପ୍ରଥମ ଦେଖାରେ ହିଁ ପଡିଯାଆନ୍ତି ପ୍ରେମରେ!

ବାଂଲାଦେଶୀ ଝିଅଙ୍କ ପ୍ରେମ କାହାଣୀ; ‘ରୁମା’ଙ୍କ ‘ରାଜ୍’ ଖୋଲିବ କେବେ? ସୀମା ପାର୍‌ LOVE STORY; ସ୍ବାମୀଙ୍କୁ ଖୋଜି ବାଂଲାଦେଶରୁ ଆସିଲେ ବାଲେଶ୍ବର ପାର୍ଟନରଙ୍କ ସହ ଭୁଲରେ ବି କରନ୍ତୁନି ଏମିତି, ସବୁଦିନ ପାଇଁ ଭାଙ୍ଗିଯିବ ସମ୍ପର୍କ ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । ... ... ... ହୋମ୍ » ଓଡ଼ିଶା ନ୍ୟୁଜ୍ » ଜୀବନଶୈଳୀ » Survey Report: ଯୁବତୀଙ୍କୁ ଆକର୍ଷିତ କରନ୍ତି ଏମିତି ପୁରୁଷ, ପ୍ରଥମ ଦେଖାରେ ହିଁ ପଡିଯାଆନ୍ତି ପ୍ରେମରେ! Survey Report: ଯୁବତୀଙ୍କୁ ଆକର୍ଷିତ କରନ୍ତି ଏମିତି ପୁରୁଷ, ପ୍ରଥମ ଦେଖାରେ ହିଁ ପଡିଯାଆନ୍ତି ପ୍ରେମରେ! Survey Report: ମହିଳାମାନେ ସାଧାରଣତଃ ସୁଖି ଏବଂ ଆର୍ଥିକ ସ୍ବଚ୍ଛଳ ପୁରୁଷମାନଙ୍କୁ ପସନ୍ଦ କରନ୍ତି! Odia Last Updated : December 06, 2023, 18:28 IST Other, India Share this: Odia ସମ୍ବନ୍ଧିତ ଖବର ବାଂଲାଦେଶୀ ଝିଅଙ୍କ ପ୍ରେମ କାହାଣୀ; ‘ରୁମା’ଙ୍କ ‘ରାଜ୍’ ଖୋଲିବ କେବେ? ସୀମା ପାର୍‌ LOVE STORY; ସ୍ବାମୀଙ୍କୁ ଖୋଜି ବାଂଲାଦେଶରୁ ଆସିଲେ ବାଲେଶ୍ବର ପାର୍ଟନରଙ୍କ ସହ ଭୁଲରେ ବି କରନ୍ତୁନି ଏମିତି, ସବୁଦିନ ପାଇଁ ଭାଙ୍ଗିଯିବ ସମ୍ପର୍କ Odia Digital: ମହିଳା ଏବଂ ଯୁବତୀମାନେ କେଉଁଭଳି ପୁରୁଷଙ୍କ ପ୍ରତି ଆକର୍ଷିତ ହୁଅନ୍ତି? ସେ କେଉଁ ପ୍ରକାରର ପୁରୁଷକୁ ବିବାହ କରିବାକୁ ଚାହାଁନ୍ତି ଏବଂ କେଉଁ ପ୍ରକାରର ପୁରୁଷ ସହିତ ସେ କେବଳ ଏକ ଡେଟରେ ଯିବାକୁ ଚାହାଁନ୍ତି? ଏଭଲି କିଛି ପ୍ରଶ୍ନ ସର୍ବଦା ତର୍କ ଓ ବିତର୍କର ବିଷୟ ରହି ଆସିଛି । ମହିଳା ତଥା ଯୁବତୀମାନେ କିଭଳି ଆକର୍ଷିକ ହେବେ ସେଥିପାଇଁ ମଧ୍ୟ ପୁରୁଷମାନେ ପ୍ରଚେଷ୍ଟା କରିଥାନ୍ତି । ଏହା ପ୍ରାୟତଃ ପୁରୁଷମାନଙ୍କ ପାଇଁ ଚିନ୍ତାର ବିଷୟ ଏବଂ ବୋଧହୁଏ ସେଥିପାଇଁ ଏହା ମଧ୍ୟ ଅନୁସନ୍ଧାନର ବିଷୟ ପାଲଟିଛି । 'ପର୍ସନାଲ ରିଲେସନ୍‌ସିପ୍‌'ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଲମ୍ବା ରିଲେସନ୍‌ସିପ୍‌ରେ ସଫଳତା ସେତେବେଳେ ମିଳିଥାଏ ଯେତେବେଳେ ପାର୍ଟନର ଭଲ ହୋଇଥାନ୍ତି । ଆମେରିକାର ଆରକାନାସ୍ ୟୁନିଭରସିଟିର ଫୁଲବ୍ରାଇଟ୍ କଲେଜ୍ ଅଫ୍ ଆର୍ଟ ଆଣ୍ଡ ସାଇନ୍ସର ସାଇକୋଲୋଜି ପ୍ରଫେସର ମିଚ୍ ବ୍ରାଉନ୍ କହିଛନ୍ତି ଯେ, ମହିଳାମାନେ ମୁଖ୍ୟତଃ ଶାରୀରିକ ଭାବେ ଶକ୍ତିଶାଳୀ ପୁରୁଷ ଏବଂ ଧନବାନ୍‌ ପୁରୁଷଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି । ସରଳ ଭାଷାରେ କହିବାକୁ ଗଲେ ଏହି ସବୁ ଦିଗକୁ ଧ୍ୟାନରେ ରଖି ନିଜ ସାଥୀ ଚୟନ କରନ୍ତି । ମହିଳାମାନେ କମ୍‌ ସମୟ ସମ୍ପର୍କ ପାଇଁ ଶକ୍ତିଶାଳୀ ପୁରୁଷଙ୍କୁ ପସନ୍ଦ କରନ୍ତି । ପଢନ୍ତୁ: Sara Tendulkar: ସାରାଙ୍କ ସହ ବ୍ରେକ୍‌ଅପ୍‌ ପରେ ଏହି ଅଭିନେତ୍ରୀଙ୍କ ସହ ନଜର ଆସିଲେ ଗିଲ୍‌! ଲଣ୍ଡନରେ ବିତାଉଛନ୍ତି ସମୟ ଡେଟିଂକୁ ନେଇ ଏଭଳି କିଛି ଦ୍ବନ୍ଦ୍ବ ରହିଆସିଛି । ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ମହିଳାମାନେ ଶାରୀରିକ ରୂପେ ଶକ୍ତିଶାଳୀ ପୁରୁଷଙ୍କୁ ପସନ୍ଦ କରନ୍ତି । କିନ୍ତୁ ଏହା କ୍ଷଣସ୍ଥାୟୀ ସମ୍ପର୍କ ହୋଇଥାଏ । କିନ୍ତୁ ଯଦି ବିବାହ ଏବଂ ଦୀର୍ଘ ସମୟ ସମ୍ପର୍କ ବିଷୟରେ କହିବା ତେବେ ମହିଳାମାନେ ସାଧାରଣତଃ ସୁଖି ଏବଂ ଆର୍ଥିକ ସ୍ବଚ୍ଛଳ ପୁରୁଷମାନଙ୍କୁ ପସନ୍ଦ କରନ୍ତି । କେଉଁ କାରଣଗୁଡିକ ସାମାଜିକ ଧାରଣା ଏବଂ ପାରସ୍ପରିକ ପସନ୍ଦ ଉପରେ ପ୍ରଭାବ ପକାଇଥାଏ ତାହା ବୁଝିବା ପାଇଁ ଏହି ଅନୁସନ୍ଧାନ କରାଯାଇଥିଲା । ଯେଉଁଥିରେ ଏଭଳି ତଥ୍ୟ ମିଳିଛି । କମ୍‌ ସମୟ ଏବଂ ଦୀର୍ଘ ସମୟ ପାଇଁ ମହିଳାଙ୍କ ଭିନ୍ନ ପସନ୍ଦ ରହିଥିବା ଅନୁସନ୍ଧାନରୁ ଜଣାପଡିଛି । ୩୯୪ ମହିଳା ଓ ଯୁବତୀଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା । ଏଥିରେ ଅଧିକାଂଶଙ୍କ ବୟସ ପ୍ରାୟ ୧୯ ବର୍ଷ ଥିଲା । ଶାରୀରିକ ସମ୍ପର୍କ ରଖିବା ବେଳେ ମହିଳାମାନେ ଶାରୀରିକ ଭାବରେ ଶକ୍ତିଶାଳୀ ଏବଂ ମାନସିକ ଗୁଣ ଥିବା ସାଥୀଙ୍କ ଆବଶ୍ୟକତା ବିଷୟରେ ମଧ୍ୟ ନିଜର ମତ ପ୍ରକାଶ କରିଥିଲେ । ମହିଳାମାନେ ଏଭଳି ସାଥୀ ବାଛିବାକୁ ଚାହାଁନ୍ତି ଯିଏକି ଶାରୀରିକ ଭାବରେ ଆକର୍ଷଣୀୟ ହୋଇଥିବେ । ପଢନ୍ତୁ: ICC Ranking: ବିଶ୍ବର ଶ୍ରେଷ୍ଠ ବୋଲର ହେଲେ ରବି ବିଷ୍ଣୋଇ, ବ୍ୟାଟିଂରେ ବି NO.1 ଭାରତ ବାସ୍ତବରେ ଏହି ଅଧ୍ୟୟନ ମାଧ୍ୟମରେ, ଅନୁସନ୍ଧାନକାରୀ ମାନେ ସ୍ଥିର କରିବାକୁ ଚାହୁଁଥିଲେ ଯେ, କମ୍‌ ସମୟ ସମ୍ପର୍କ ବା ସର୍ଟ ଟର୍ମ ରିଲେସନସିପ୍‌ ଏବଂ ଦୀର୍ଘ ସମୟ ସମ୍ପର୍କ ପ୍ରସଙ୍ଗରେ ମହିଳାମାନେ କିପରି ନିଜ ସାଥୀ ଚୟନ କରନ୍ତି । ସେମାନେ କେଉଁ ଜିନିଷ ପ୍ରତି ଧ୍ୟାନ ଦିଅନ୍ତି ଏବଂ ସେମାନଙ୍କର ପ୍ରାଥମିକତା କ’ଣ? ଯେଉଁଥିରେ ଏଭଳି ଖୁଲାସା କରିଛନ୍ତି ବିଶେଷଜ୍ଞ । Top Videos Published by: Deepak Prusty FIRST PUBLISHED : December 06, 2023, 18:28 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । Love relation , Love relationship , Physical Relationship , Womans ଫଟୋ ଗ୍ୟାଲେରୀ ... ... ... None

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.