NEWS

Politics: ରାଜନୀତିରେ ନୂଆ ଟ୍ରେଣ୍ଡ; ନୂଆ ମୁହଁକୁ ପସନ୍ଦ କରୁଛନ୍ତି ଭୋଟର

ଫେଲ୍ ମାରିଲା କଂଗ୍ରେସର ମାଳ ମାଳ ଯୋଜନା; BJPର ବିଜୟ ପଛରେ ଗୋଟିଏ ଯୋଜନା ୨୪ର ଫାଇନାଲକୁ ପ୍ରଭାବିତ କରିବ କି ୨୩ ସେମି ରେଜଲ୍ଟ ? Telangana CM Race: ତେଲଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ନାଁ ଫାଇନାଲ ? ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । ... ... ... ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ » Politics: ରାଜନୀତିରେ ନୂଆ ଟ୍ରେଣ୍ଡ; ନୂଆ ମୁହଁକୁ ପସନ୍ଦ କରୁଛନ୍ତି ଭୋଟର Politics: ରାଜନୀତିରେ ନୂଆ ଟ୍ରେଣ୍ଡ; ନୂଆ ମୁହଁକୁ ପସନ୍ଦ କରୁଛନ୍ତି ଭୋଟର New trends in politics: ପୁରୁଣା ନେତାଙ୍କ ଅପେକ୍ଷା ନୂଆ ମୁହଁକୁ ପସନ୍ଦ କରିଛନ୍ତି ଭୋଟର। Odia Last Updated : December 05, 2023, 19:54 IST New Delhi, India Share this: Odia ସମ୍ବନ୍ଧିତ ଖବର ଫେଲ୍ ମାରିଲା କଂଗ୍ରେସର ମାଳ ମାଳ ଯୋଜନା; BJPର ବିଜୟ ପଛରେ ଗୋଟିଏ ଯୋଜନା ୨୪ର ଫାଇନାଲକୁ ପ୍ରଭାବିତ କରିବ କି ୨୩ ସେମି ରେଜଲ୍ଟ ? Telangana CM Race: ତେଲଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ନାଁ ଫାଇନାଲ ? Odia Digital New trends in politics: ରାଜନୀତିରେ ନୂଆ ଟ୍ରେଣ୍ଡ। ୪ ରାଜ୍ୟରେ ସକସେସର ହିଟ୍ ଫର୍ମୁଲା ନୂଆ ଚେହେରା। ପୁରୁଣା ନେତାଙ୍କ ଅପେକ୍ଷା ନୂଆ ମୁହଁକୁ ପସନ୍ଦ କରିଛନ୍ତି ଭୋଟର। ପ୍ରଥମ ପଦାର୍ପଣରେ ଏମାନେ ଯଥେଷ୍ଟ ଭଲ ପ୍ରଦର୍ଶନ କରିଛନ୍ତି। ୨୦୨୪ ନିର୍ବାଚନ ପୂର୍ବରୁ ନୂଆ ଏକ୍ସପେରିମେଣ୍ଟ କରିଛନ୍ତି କଂଗ୍ରେସ ଓ ବିଜେପି। ଆଉ ଏଥିରେ ସଫଳ ମଧ୍ୟ ହୋଇଛନ୍ତି। ୨୦୨୪ ପୂର୍ବରୁ ସେମିଫାଇନାଲ୍ କୁହାଯାଉଥିବା ୪ ରାଜ୍ୟର ନିର୍ବାଚନୀ ଫଳାଫଳ ଏକ ଏମିତି ଟ୍ରେଣ୍ଡ ସାମ୍ନାକୁ ଆଣିଛି ଯାହା ଆପଣ ସହଜରେ ବିଶ୍ବାସ କରିପାରିବେନାହିଁ। ସମସ୍ତଙ୍କୁ ସତର୍କ କଲାଭଳି ଏକ ଟ୍ରେଣ୍ଡ ସାମ୍ନାକୁ ଆଣିଛି। ଯାହା ରାଜନୈତିକ ଦଳ, ନେତା, କର୍ମୀ ଓ ଜନତା ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ସେହି ଗୁରୁତ୍ବପୂ୍ଣ୍ଣ କଥାଟି ହେଉଛି, ଏଥର ୪ ରାଜ୍ୟର ଭୋଟର ପାରମ୍ପରିକ ରାଜନେତାଙ୍କ ଅପେକ୍ଷା ନୂଆ ମୁହଁକୁ ପସନ୍ଦ କରିଛନ୍ତି। ଏହି ପର୍ସେଣ୍ଟେଜ ଏଥର ଯତେଷ୍ଟ ଅଧିକ ହୋଇଯାଇଛି। ଛତିଶଗଡର ଯଦି ଉଦାହରଣ ଦେବା ତେବେ ମୋଟ ୯୦ ଆସନରୁ ବିଜେପିର ୪୭ ଜଣ ନୂଆ ଚେହେରା ବାଜିମାତ୍ କରି ପୂରା ନିର୍ବାଚନର ଫଳାଫଳକୁ ଓଲଟପାଲଟ କରିଦେଇଛନ୍ତି। ନିକଟରେ ଶେଷ ହୋଇଥିବା ଛତିଶଗଡ଼ ନିର୍ବାଚନରେ ବାଜିମାତ୍ କରି ସରପ୍ରାଇଜ୍ ଦେଇଛ ବିଜେପି। ଏହାର ପ୍ରମୁଖ କାରଣକୁ ଦେଖିଲେ ଦଳର ନୂଆ ଚେହେରା ହିଁ ସଫଲତା ପଛର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି। ବାଘେଲ ସରକାରଙ୍କୁ ହରାଇବା ଏତେ ସହଜ ନୁହେଁ ବୋଲି ଜାଣିବା ପରେ ବିଜେପି ଏକ ବଡ ରିସ୍କ ନେଇଥିଲା। ଯେଉଁଥିରେ ମୋଟ ୯୦ ଆସନରୁ ବାଜିମାତ୍ କରିଛନ୍ତି ୪୭ ଜଣ ନୂଆ ଚେହେରା। ପ୍ରଥମ ଥର ବିଧାୟକ ଭାବେ ନିର୍ବାଚନ ଲଢ଼ି ଏହି ନୂଆ ପ୍ରାର୍ଥୀମାନେ ବିଜେପିକୁ ଏକ ଅପ୍ରତ୍ୟାଶିତ ବିଜୟ ଭେଟି ଦେଇଛନ୍ତି। ରାଜସ୍ଥାନ ବିଜେପିର ବିଜୟ ପଛର ସିକ୍ରେଟ। ଗେହଲଟ୍ ସରକାରଙ୍କୁ ଦୋହାଇଦେଲା ବିଜେପିର ନୂଆ ଚେହେରା... ସେହିପରି ରାଜସ୍ଥାନରେ ମଧ୍ୟ ଅନୁରୁପ ଘଟଣା ଘଟିଛି। ମୋଟ ୧୯୯ ଆସନରୁ ବିଜେପିକୁ ମିଳିଛି ୧୧୫ ଆସନ। ଜିତିଥିବା ଏହି ଆସନ ମଧ୍ୟରୁ ୪୫ ଆସନରେ ବିଜେପିର ନୂଆ ଚେହେରା ବାଜିମାତ୍ କରିଛନ୍ତି। କଂଗ୍ରେସ ପ୍ରାର୍ଥୀଙ୍କୁ ଏମାନେ ଭଲ ମାର୍ଜିନରେ ହରାଇ ଏକ ନୂଆ ଟ୍ରେଣ୍ଡ ସେଟ୍ କରିଛନ୍ତି। ରାଜସ୍ଥାନ ଜନତା ଏଥର ପାରମ୍ପରିକ ନେତାଙ୍କୁ ସେତେଟା ପସନ୍ଦ ନକରି ବାଛିଛନ୍ତି ନିଜର ନୂଆ ବିଧାୟକ। ତେଲଙ୍ଗାନାରେ ବି କାମ ଦେଲା ନୂଆ ଫର୍ମୁଲା। କେସିଆର୍ ସରକାରଙ୍କୁ ଚେକ୍ ଦେଲେ କଂଗ୍ରେସର ନୂଆ ଚେହେରା... ଆଞ୍ଚଳିକ ଦଳ ତଥା ବିଆରଏସକୁ ତେଲେଙ୍ଗାନାରେ ହରାଇବା ସହଜ ନଥିଲା କଂଗ୍ରେସ ପାଇଁ। ମୋଟ ୧୧୯ ଆସନରୁ ତେଲଙ୍ଗାନାରେ କଂଗ୍ରେସ ଜିତିଛି ୬୪ ଆସନ ସେଥିରୁ ୩୬ ଆସନରେ ନୂଆମୁହଁ ଦେଇଥିଲା କଂଗ୍ରେସ। ସେହିପରି ବିଜେପିର ୭, ବିଆରଏସର ୪ ନୂଆ ମୁହଁ ବି ବାଜିମାତ୍ କରିଛନ୍ତି ନିର୍ବାଚନରେ। ପଢ଼ନ୍ତୁ ଏହି ଖବର: ବିଛା ରାଶିରେ ପ୍ରବେଶ କରିବେ ଶୁକ୍ର; ଏହି ୩ ରାଶିଙ୍କ ଜୀବନରେ ଆସିବ ନୂଆ ମୋଡ଼ ରାଜନୀତିର ଗଣିତ ଅତ୍ୟନ୍ତ ଜଟିଳ। ଯେଉଁଠି ଅଭିଜ୍ଞତା ଏକ ବଡ଼ ମାପଦଣ୍ଡ ବୋଲି ବିଚାର କରାଯାଏ, କିନ୍ତୁ ବେଳେ ବେଳେ ଏହି ଅଭିଜ୍ଞ ରାଜନୀତିଜ୍ଞଠାରୁ ମୁହଁ ଫେରାଇ ନିଅନ୍ତି ଭୋଟର, ଆଉ ନୂଆ ଚେହେରାକୁ ପସନ୍ଦ କରନ୍ତି। ମହେଶ ପ୍ରସାଦ ନନ୍ଦ, ସତ୍ୟଜିତ ସେନାପତି ଏବଂ ସୁମନ୍ତ ସୁନ୍ଦରରାୟଙ୍କ ରିପୋର୍ଟ, ନ୍ୟୁଜ18 ଓଡ଼ିଆ Top Videos Published by: Lipina Das FIRST PUBLISHED : December 05, 2023, 19:54 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । 2024 Elections , Assembly Elections , BJP , Congress ଫଟୋ ଗ୍ୟାଲେରୀ ... ... ... None

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.