NEWS

Sara Tendulkar: ସାରାଙ୍କ ସହ ବ୍ରେକ୍‌ଅପ୍‌ ପରେ ଏହି ଅଭିନେତ୍ରୀଙ୍କ ସହ ନଜର ଆସିଲେ ଗିଲ୍‌! ଲଣ୍ଡନରେ ବିତାଉଛନ୍ତି ସମୟ

Odia Digital Sara Tendulkar: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର୍ ଶୁଭମନ ଗିଲ୍ ଏବଂ କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ମଧ୍ୟରେ ସମ୍ପର୍କକୁ ନେଇ ପୂରା ଦେଶରେ ବିଭିନ୍ନ ସମୟରେ ଚର୍ଚ୍ଚା ହୋଇଆସୁଛି । କେତେବେଳେ ସାରାଙ୍କ ସହ ଗିଲ୍‌ ନଜର ଆସୁଛନ୍ତି ତ ଆଉ କେତେବେଳେ ବ୍ରେକ୍‌ଅପ୍‌ ହୋଇଥିବା ନେଇ ଚର୍ଚ୍ଚା ହେଉଛି । କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ପାରୋଡି ଆକାଉଣ୍ଟ ଖୋଲାଯାଇ ବିଭିନ୍ନ ପୋଷ୍ଟ ପ୍ରସଙ୍ଗରେ ମୁହଁ ଖୋଲିଥିଲେ ସାରା ତେନ୍ଦୁଲକର । କାରଣ ଖୋଲାଖୋଲିତ ଭାବେ ତାଙ୍କ ନାଁ ରେ ଏକ ଅବିକଳ ଆକାଉଣ୍ଟ ଖୋଲାଯାଇ ଗିଲ୍‌ଙ୍କ ସହ ତାଙ୍କୁ ଯୋଡାଯାଇଥିଲା । ଏ ନେଇ ମୁହଁ ଖୋଲିଥିଲେ ସାରା । ପରେ ଚର୍ଚ୍ଚା ହୋଇଥିଲା ଯେ, ଗିଲ୍‌ଙ୍କ ସହ ସାରାଙ୍କ ବ୍ରେକ୍‌ଅପ୍‌ ହୋଇଯାଇଛି । ଏବେ କିନ୍ତୁ ଲଣ୍ଡନରେ ସମୟ ବିତାଉଛନ୍ତି ଶୁଭମନ ଗିଲ୍‌ । ବିଶ୍ବକପ୍‌ ପରାଜୟ ପରେ ଲଣ୍ଡନରେ ଅଛନ୍ତି ଗିଲ୍‌। କିନ୍ତୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅନ୍ୟ ଜଣେ ଅଭିନେତ୍ରୀଙ୍କ ସହିତ ନଜର ଆସିଛନ୍ତି ଶୁଭମନ୍ । ଶୁଭମନ ଗିଲ୍‌ଙ୍କ ସହ ସାରାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଅନ୍ୟ ଜଣେ ଅଭିନେତ୍ରୀଙ୍କ ସହ ନଜର ଆସିଛନ୍ତି ଗିଲ୍‌ । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । କିଛି ସୋସିଆଲ ମିଡିଆ ୟୁଜର କହୁଛନ୍ତି ସାରାଙ୍କ ସହ ଆଉ ରିଲେସନସିପ୍‌ରେ ନାହାନ୍ତି ଗିଲ୍ । ଆଉ କିଛି କହୁଛନ୍ତି ସାରାଙ୍କୁ କେବେ ଠାରୁ ଭୁଲିସାରିଛନ୍ତି ଶୁଭମନ । ତେବେ ଏହି ଗୁଜବକୁ ଖୋରାକ୍ ଯୋଗାଇଛି ଗିଲ୍‌ଙ୍କ ସହ ଅଭିନେତ୍ରୀଙ୍କ ଫଟୋ । ପଢନ୍ତୁ ଖେଳ ଖବର : ICC Ranking: ବିଶ୍ବର ଶ୍ରେଷ୍ଠ ବୋଲର ହେଲେ ରବି ବିଷ୍ଣୋଇ, ବ୍ୟାଟିଂରେ ବି NO.1 ଭାରତ ସୂଚନା ଯେ, ଏବେ ଲଣ୍ଡନରେ ଛୁଟି କାଟୁଥିବା ଶୁଭମନ ଗିଲ୍‌ । ଏହି ସମୟରେ ସେ ଅଭିନେତ୍ରୀ ଅଭନୀତ କୌରଙ୍କ ସହ ନଜର ଆସିଛନ୍ତି । ଯାହା ଫଟୋ ମଧ୍ୟ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ଗିଲ୍ ଓ ଅଭନୀତଙ୍କ ସହ ଅନସୁଲ ଗର୍ଗ ଏବଂ ରାଘବ ଶର୍ମା ମଧ୍ୟ ନଜର ଆସିଛନ୍ତି । ଅତୀତରେ ଶୁଭମନ୍ ସାରା ତେନ୍ଦୁଲକରଙ୍କୁ ଡେଟ୍ କରୁଥିବା ନେଇ ଗୁଜବ ଥିଲା । କିନ୍ତୁ ଏ ନେଇ ଦୁହେଁ କେବେ ଖୁଲାସା କରିନଥିଲେ । ଏବେ ଅଭନୀତଙ୍କ ସହ ଗିଲ୍‌ ନଜର ଆସିବା ସାରାଙ୍କ ସହ ବ୍ରେକ୍‌ଅପ୍‌ ଚର୍ଚ୍ଚାକୁ ବଢାଇ ଦେଇଛି । ଆଉ ଜଣେ ଯୁବକଙ୍କ ସହ ନଜର ଆସିଥିଲେ ସାରା କ୍ରିକେଟର ଶୁଭମନ ଗିଲ୍‌ ଏବଂ ସାରା ତେନ୍ଦୁଲକରଙ୍କ ମଧ୍ୟରେ କିଛି ଠିକ୍‌ଠାକ୍‌ ଚାଲୁନଥିବା ଚର୍ଚ୍ଚା ହେଉଛି । ଏପରିକି ସାରାଙ୍କ ବୟଫ୍ରେଣ୍ଡ ଗିଲ୍‌ ନୁହେଁ ବରଂ ଅନ୍ୟ ଜଣେ ବୋଲି କୁହାଯାଉଛି । ତେବେ କିଏ ସେ ଯୁବକ? ବିଶ୍ବକପ୍‌ ସମୟରେ ସାରାଙ୍କ ପାଖରେ ସେହି ଯୁବକ ବସିଥିବା ଫଟୋ ବି ବେଶ୍‌ ଭାଇରାଲ ହୋଇଥିଲା । ଶୁଣିବାକୁ ମିଳୁଛି ସାରା ଏବେ ଶୁଭମନ୍‌ ଗିଲ୍‌ ନୁହେଁ ବରଂ ସେହି ଯୁବକଙ୍କୁ ଡେଟ୍‌ କରୁଛନ୍ତି । ବଡ କଥା ହେଉଛନ୍ତି ଖୁସପ୍ରୀତ ସିଂ ହେଉଛନ୍ତି ଗିଲ୍‌ଙ୍କ ଘନିଷ୍ଠ ବନ୍ଧୁ। ପଢନ୍ତୁ: Pilot’s Salary: ପାଇଲଟଙ୍କ ଦରମା ଶୁଣି ହୋଇଯିବେ କାବ୍ବା! ମୋଟା ଅଙ୍କର ଟଙ୍କା ସହ ମିଳେ ଏହି ସବୁ ସେବା କିଏ ସେହି ଯୁବକ? ବିଶ୍ୱକପ ସମୟରେ ସାରା ତେନ୍ଦୁଲକରଙ୍କୁ ଅନେକ ମ୍ୟାଚରେ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା। କିନ୍ତୁ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ଅନ୍ୟ କାହା ସହିତ ନଜର ଆସିଛନ୍ତି । ବାସ୍ତବରେ ସାରାଙ୍କୁ ଖୁସପ୍ରୀତ ସିଂ ଅଲାଖଙ୍କ ସହ ଦେଖିବାକୁ ମିଳୁଛି । ଦୁହେଁ ଏକାଠି ଅନେକ କ୍ରିକେଟ୍ ମ୍ୟାଚ୍ ଦେଖିବାକୁ ଆସିଥିଲେ। ଅନ୍ୟ ଏକ କ୍ଲିପ୍‌ରେ ସାରା ଏବଂ ଖୁସପ୍ରୀତଙ୍କୁ ମୁମ୍ବାଇର ଜିଓ ୱାର୍ଲ୍ଡ ପ୍ଲାଜା ଇଭେଣ୍ଟରେ ଏକାଠି ଯାଉଥିବା ଦେଖିବାକୁ ମିଳିଥିଲା । ଭିଡିଓରେ ଗିଲ୍ ମଧ୍ୟ ଦେଖିବାକୁ ମିଳିଥିଲେ । ତେଣୁ ସାରା ଏବେ ଗିଲ୍‌ ନୁହେଁ ବରଂ ଖୁସପ୍ରୀତ ସିଂଙ୍କୁ ଡେଟ୍‌ କରୁଥିବା କୁହାଯାଉଛି । None

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.