NEWS

୩୧ ନମ୍ବର ଜିଲ୍ଲା ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ; ମାନଚିତ୍ରରେ ଯୋଡ଼ି ପଦ୍ମପୁର ଉପଖଣ୍ଡ

Train Accident: ଓଡ଼ିଶାରେ ଆଉ ଏକ ଟ୍ରେନ ଦୁର୍ଘଟଣା ମହିଳାଙ୍କୁ ସ୍ୱାବଲମ୍ବୀ କଲା ମିଶନ ଶକ୍ତି: ବଡ଼ି ତିଆରି କରି ମାସକୁ ୫୦ ହଜାର ରୋଜଗାର ଚଣା ଏବଂ ମୁଢିରେ ବର୍ଷକୁ ରୋଜଗାର ୨୪ଲକ୍ଷ: ଉପାନ୍ତ ଅଞ୍ଚଳ ମହିଳାଙ୍କ ନିଆରା ଉଦ୍ୟମ ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । ... ... ... ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା » ୩୧ ନମ୍ବର ଜିଲ୍ଲା ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ; ମାନଚିତ୍ରରେ ଯୋଡ଼ି ପଦ୍ମପୁର ଉପଖଣ୍ଡ ୩୧ ନମ୍ବର ଜିଲ୍ଲା ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ; ମାନଚିତ୍ରରେ ଯୋଡ଼ି ପଦ୍ମପୁର ଉପଖଣ୍ଡ New Districts Process: ରାଜ୍ୟର ୩୧ତମ ଜିଲ୍ଲା ଭାବେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛିା ଜିଲ୍ଲାପାଳଙ୍କ ଅଫିସ ପାଇଁ ସ୍ଥାନ ନିରୂପଣ କରିଛନ୍ତି ଆରଡିସି। Odia Last Updated : December 05, 2023, 21:37 IST New Delhi, India Share this: MAHESH PRASAD NANDA Odia ସମ୍ବନ୍ଧିତ ଖବର Train Accident: ଓଡ଼ିଶାରେ ଆଉ ଏକ ଟ୍ରେନ ଦୁର୍ଘଟଣା ମହିଳାଙ୍କୁ ସ୍ୱାବଲମ୍ବୀ କଲା ମିଶନ ଶକ୍ତି: ବଡ଼ି ତିଆରି କରି ମାସକୁ ୫୦ ହଜାର ରୋଜଗାର ଚଣା ଏବଂ ମୁଢିରେ ବର୍ଷକୁ ରୋଜଗାର ୨୪ଲକ୍ଷ: ଉପାନ୍ତ ଅଞ୍ଚଳ ମହିଳାଙ୍କ ନିଆରା ଉଦ୍ୟମ Odia Digital New Districts Process: ୩୧ ନମ୍ବର ଜିଲ୍ଲା ଭାବେ ଓଡ଼ିଶା ମାନଚିତ୍ରରେ ଯୋଡ଼ି ହେବ ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ। ଏଥିପାଇଁ ତ୍ବରାନ୍ବିତ ହୋଇଛି ସରକାରୀ ପ୍ରକ୍ରିୟା। ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ପାଇଁ ଜାଗା ନିରୂପଣ କରିଛନ୍ତି RDCଙ୍କ ନେତୃତ୍ବାଧୀନ ସାଇଡ ସିଲେକ୍ସନ କମିଟି। ୨୦୧୮ ପଦ୍ମପୁର ଉପ-ନିର୍ବାଚନ ବେଳେ ନୂଆ ଜିଲ୍ଲା ଗଠନ ନେଇ ପ୍ରତିଶ୍ରୁତି ଦେଇଥିଲେ। ଯାହା ଏବେ ପୂରଣ ହେବାକୁ ଯାଉଛି ବୋଲି କହିଛନ୍ତି ମନ୍ତ୍ରୀ ରୀତା ସାହୁ। କିନ୍ତୁ ବିରୋଧୀ କହିଛନ୍ତି, ଆଗକୁ ନିର୍ବାଚନ ଆସୁଥିବାରୁ ବିଜେଡି ସର୍ଭେ କରି ଲୋକଙ୍କୁ ବୋକା ବନାଉଛି। ୨୦୧୮ରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପ ନିର୍ବାଚନ ବେଳେ ଏହି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯେଉଁ ଘୋଷଣା ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି। ସାକାର ହେବାକୁ ଯାଉଛି ପଦ୍ମପୁର ଉପଖଣ୍ଡବାସୀଙ୍କ ୩୦ ବର୍ଷର ସ୍ବପ୍ନ। ୩୧ ନମ୍ବର ଜିଲ୍ଲା ଭାବେ ଓଡ଼ିଶା ମାନଚିତ୍ରରେ ଯୋଡ଼ି ହେବାକୁ ଯାଉଛି ପଦ୍ମପୁର। ପଦ୍ମପୁର ନୂଆ ଜିଲ୍ଲା ଗଠନ ପ୍ରକ୍ରିୟାରେ ସମ୍ବଲପୁର ଆରଡିସିଙ୍କ ନେତୃତ୍ବରେ ସାଇଡ୍‌ ସିଲେକସନ କମିଟିର ଏକ ପ୍ରତିନିଧି ଦଳ ପଦ୍ମପୁରରେ ପହଞ୍ଚି ନୂତନ ଜିଲ୍ଲା ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଇଁ ସ୍ଥାନ ନିରୂପଣ କରି ଫେରି ଯାଇଛନ୍ତି। ପଦ୍ମପୁର ସହର ନିକଟସ୍ଥ ଚିରୋଲି, ଅନ୍ବେଷା ହଷ୍ଟେଲ ପଡ଼ିଆ ଓ ବରିକେଲ ପାଖ ଜମି ବୁଲି ଦେଖିଛନ୍ତି ଏହି କମିଟି। ୫ ଏକର ଜମିରେ ଜିଲ୍ଲାପାଳ କାର୍ଯ୍ୟାଳୟ ସହ ଅନ୍ୟ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ଓ ସରକାରୀ କ୍ବାର୍ଟର୍ସ ନିର୍ମାଣ କରାଯିବ। ଚୂଡ଼ାନ୍ତ ସ୍ଥାନ ଚିହ୍ନଟ ନେଇ କମିଟି ରିପୋର୍ଟ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।... ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦେବାକୁ ୧୯୯୩ ମସିହାରୁ ଦାବି କରି ଆସୁଛି କ୍ରିୟାନୁଷ୍ଠାନ କମିଟି। ଝାରବନ୍ଧ, ପାଇକମାଲ, ପଦ୍ମପୁର, ଗାଇସିଲଟ, ସୋହେଲା ଓ ବିଜେପୁର ବ୍ଲକ ସହିତ ପଦ୍ମପୁର ଓ ବିଜେପୁର ଏନଏସିକୁ ନେଇ ପଦ୍ମପୁର ଉପଖଣ୍ଡ ଗଠିତ ହୋଇଛି। କିନ୍ତୁ ଏହି ଉପଖଣ୍ଡ କାର୍ଯ୍ୟାଳୟର ଦୂରତା ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ୧୫୦ କିଲୋମିଟରରୁ ଅଧିକ ଦୂର। ତେଣୁ ପଦ୍ମପୁର ଉପଖଣ୍ଡର ଲୋକେ ଜିଲ୍ଲାସ୍ତରୀୟ କୌଣସି କାର୍ଯ୍ୟ ପାଇଁ ବରଗଡ଼ ଯାଉଛନ୍ତି। ଖର୍ଚ୍ଚାନ୍ତ ହେବା ସହ ସମୟର ଅପଚୟ ହେଉଛି। ତେଣୁ ପଦ୍ମପୁରକୁ ଜିଲ୍ଲା ଘୋଷଣା କରାଯିବା ନେଇ ଦୀର୍ଘ ୩୦ ବର୍ଷ ଧରି ଦାବି ହୋଇ ଆସୁଥିଲା। ୨୦୧୮ ଯେଉଁ ଦାବିକୁ ଗ୍ରହଣ କରି ନୂଆ ଜିଲ୍ଲା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ସରକାରୀ ପ୍ରକ୍ରିୟା ତ୍ବରାନ୍ବିତ ହେବା ସହ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ହେବାକୁ ଯାଉଛି ବୋଲି କହିଛନ୍ତି ମନ୍ତ୍ରୀ ରୀତା ସାହୁ। ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି ଲୋକଙ୍କୁ ଭୁଆଁ ବୁଲାଇାକୁ ଚାହୁଁଛନ୍ତି ସରକାର। ନୂଆ ଜିଲ୍ଲା ଗଠନ ପ୍ରସ୍ତାବ କ୍ୟାବିନେଟରେ ଅନୁମୋଦନ ହୋଇନାହିଁ। ଆଗକୁ ନିର୍ବାଚନ ଥିବାରୁ ରାଜ୍ୟ ସରକାର ଲୋକଦେଖାଣିଆ ଭାବେ ସର୍ଭେ କରୁଛନ୍ତି। ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି ସେ ଅଭିଯୋଗ କରିଛନ୍ତି। ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଜିଲ୍ଲା ଗଠନ ପାଇଁ ଯେଉଁ ପ୍ରକ୍ରିୟା ଆରମ୍ଭ ହେବା କଥା ସରକାର ଆରମ୍ଭ କରିନାହାନ୍ତି। ଏ ନେଇ ବିଧାନସଭାରେ ପଚାରିଥିବା ପ୍ରଶ୍ନର ମଧ୍ୟ ସରକାର ଦେଲେନାହିଁ। ପଢ଼ନ୍ତୁ ଏହି ଖବର: ପୁରୁଣା ପେନସନ୍ ଯୋଜନାକୁ ନେଇ ଆସିଲା ନୂଆ ନିୟମ; ସରକାରଙ୍କ ବଡ଼ ପରିବର୍ତ୍ତନ! ଡିସେମ୍ବର ୩୧ ତାରିଖ ପୂର୍ବରୁ ରାଜ୍ୟ ସରକାର ବିଧିବଦ୍ଧ ଭାବେ ନୂଆ ଜିଲ୍ଲା ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ପଦ୍ମପୁର ଉପଖଣ୍ଡବାସୀ ଦାବି କରିଛନ୍ତି। ନୂଆ ଜିଲ୍ଲା ହେଲେ ପଦ୍ମପୁର ଉପଖଣ୍ଡରେ କେଉଁ କେଉଁ ବ୍ଳକ ସାମିଲ ହେବ ତାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଛି। ଭୁବନେଶ୍ବରରୁ ମହେଶ ପ୍ରସାଦ ନନ୍ଦଙ୍କ ରିପୋର୍ଟ, ନ୍ୟୁଜ ୧୮ ଓଡ଼ିଆ Top Videos Published by: Lipina Das FIRST PUBLISHED : December 05, 2023, 21:37 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । Baragarh , District , Odisha , Padmapur ଫଟୋ ଗ୍ୟାଲେରୀ ... ... ... None

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.