NEWS

ICC Ranking: ବିଶ୍ବର ଶ୍ରେଷ୍ଠ ବୋଲର ହେଲେ ରବି ବିଷ୍ଣୋଇ, ବ୍ୟାଟିଂରେ ବି NO.1 ଭାରତ

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । ... ... ... ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ » ICC Ranking: ବିଶ୍ବର ଶ୍ରେଷ୍ଠ ବୋଲର ହେଲେ ରବି ବିଷ୍ଣୋଇ, ବ୍ୟାଟିଂରେ ବି NO.1 ଭାରତ ICC Ranking: ବିଶ୍ବର ଶ୍ରେଷ୍ଠ ବୋଲର ହେଲେ ରବି ବିଷ୍ଣୋଇ, ବ୍ୟାଟିଂରେ ବି NO.1 ଭାରତ ICC Ranking: ୨୦୨୨ ଫେବୃଆରୀରେ ଟି -20 ଡେବ୍ୟୁ କରିଥିବା ବିଷ୍ଣୋଇ ବର୍ତ୍ତମାନ ସୁଦ୍ଧା ୨୧ଟି ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ୍‌ ଖେଳିଥିବା ବେଳେ ୩୪ଟି ଓ୍ବିକେଟ ନେଇସାରିଲେଣି । Odia Last Updated : December 06, 2023, 17:04 IST Other, India Share this: Odia Odia Digital Indian Cricket Team: ଟିମ୍ ଇଣ୍ଡିଆର ଭେଟେରାନ୍ ତଥା ଯୁବ ଲେଗ୍ ସ୍ପିନର ରବି ବିଷ୍ଣୋଇଙ୍କୁ ନେଇ ବିଶ୍ବ କ୍ରିକେଟରେ ଏବେ ଚର୍ଚ୍ଚା । ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ରେ ଦମଦାର ପ୍ରଦର୍ଶନ କରିଥିଲେ ବିଷ୍ଣୋଇ । ଯାହାର ଫଳ ICC ରାଙ୍କିଂରେ ପାଇଛନ୍ତି ସେ । ଟି-୨୦ ସ୍ପେସାଲିଷ୍ଟ ରବି ବିଷ୍ଣୋଇ ଏବେ ବିଶ୍ବର ଏକ ନମ୍ବର ବୋଲର ହୋଇଯାଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଚମତ୍କାର ବୋଲିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ରବି ବିଷ୍ଣୋଇ। ଆଉ ତାହାର ପୁରସ୍କାର ବି ପାଇଛନ୍ତି ସେ । ଟି-୨୦ ବୋଲିଂ ରାଙ୍କିଂରେ ବିଶ୍ବର ଏକ ନମ୍ବର ବୋଲର ହୋଇଯାଇଛନ୍ତି ସେ । ଆଫଗାନିସ୍ତାନର ଷ୍ଟାର ସ୍ପିନର ରାସିଦ ଖାନଙ୍କୁ ପଛରେ ପକାଇ ବିଷ୍ଣୋଇ ଏହି ମାଇଲଷ୍ଟୋନ୍ ହାସଲ କରିଛନ୍ତି । ରିବ ବିଷ୍ଣୋଇ ୬୯୯ ରେଟିଂ ସହ ଶୀର୍ଷ ସ୍ଥାନରେ ରହିଛନ୍ତି । ୨ୟ ସ୍ଥାନକୁ ଖସିଥିବା ରାସିଦ ଖାନଙ୍କ ପାଖରେ ରହିଛି ୬୯୨ ରେଟିଂ । ଏହା ସହିତ ରବି ବିଷ୍ଣୋଇ, ଜସପ୍ରୀତ ବୁମରାହଙ୍କ କ୍ଲବରେ ସାମିଲ ହୋଇଛନ୍ତି । ବୁମରାହ ମଧ୍ୟ ଟି-20 ର଼୍ୟାଙ୍କିଂରେ ଏକ ନମ୍ବର ବୋଲର ହୋଇସାରିଛନ୍ତି । କେବଳ ବୋଲିଂରେ ନୁହେଁ ବ୍ୟାଟିଂ ରାଙ୍କିଂରେ ବି ଭାରତୀୟଙ୍କ ଦବଦବା ରହିଛି । ସୂର୍ଯ୍ୟକୁମାର ଯାଦବ ବିଶ୍ବର ଶ୍ରେଷ୍ଠ ଟି-୨୦ ବ୍ୟାଟର୍ ମାନ୍ୟତା ବଜାୟ ରଖିଛନ୍ତି । ପଢନ୍ତୁ: Virat Kohli: କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବା ପଛରେ ଥିଲା ଗାଙ୍ଗୁଲିଙ୍କ ହାତ! ନିଜେ ଖୁଲାସା କଲେ ଦାଦା... IPLରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପାଇଁ ଖେଳୁଥିବା ରବି ବିଷ୍ଣୋଇ ଗତ ସପ୍ତାହରେ ICC ବୋଲିଂ ରାଙ୍କିଂରେ ୫ମ ସ୍ଥାନରେ ଥିଲେ । କିନ୍ତୁ ଅଷ୍ଟ୍ରେଲିଆ ସିରିଜ୍‌ ଶେଷ ହେବା ପରେ ସେ ଏକ ନମ୍ବର ସ୍ଥାନକୁ ଆସିଯାଇଛନ୍ତି । ତେବେ ବଡ କଥା ହେଉଛି ରାସିଦ ଖାନ ଏବଂ ରବିଙ୍କ ମଧ୍ୟରେ ମାତ୍ର ୭ ପଏଣ୍ଟର ଫରକ ରହିଛି। ଗତ ସପ୍ତାହରେ ୬୬୪ ରେଟିଂ ସହିତ ୫ମ ସ୍ଥାନରେ ଥିଲେ ରବି ବିଷ୍ଣୋଇ । କଙ୍ଗାରୁ ବିପକ୍ଷ ଟି-୨୦ ସିରିଜ୍‌ରେ ମୋଟ ୫ଟି ମ୍ୟାଚ୍ ଖେଳି ୯ଟି ଓ୍ବିକେଟ ନେଇଥିଲେ ବିଷ୍ଣୋଇ । ଆଉ ଏହି ସଫଳତା ତାଙ୍କୁ ଆଇସିସି ରାଙ୍କିଂରେ ୩୪ ପଏଣ୍ଟ ଦେଇଥିଲା । ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଅଧିକ ୱିକେଟ୍ ନେଇଥିଲେ: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ରବି ବିଷ୍ଣୁ ସର୍ବାଧିକ ୱିକେଟ୍ ନେଇଥିଲେ। ପୂରା ସିରିଜ୍‌ ସାରା ୫ଟି ଯାକ ମ୍ୟାଚ୍‌ରେ ପ୍ରଥମ ଓଭରରେ ସଫଳତା ପାଇଥିଲେ ରବି ବିଷ୍ଣୋଇ । ୨୦୨୨ ଫେବୃଆରୀରେ ଟି -20 ଡେବ୍ୟୁ କରିଥିବା ବିଷ୍ଣୋଇ ବର୍ତ୍ତମାନ ସୁଦ୍ଧା ୨୧ଟି ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ୍‌ ଖେଳିଥିବା ବେଳେ ୩୪ଟି ଓ୍ବିକେଟ ନେଇସାରିଲେଣି । ପଢନ୍ତୁ: Pilot's Salary: ପାଇଲଟଙ୍କ ଦରମା ଶୁଣି ହୋଇଯିବେ କାବ୍ବା! ମୋଟା ଅଙ୍କର ଟଙ୍କା ସହ ମିଳେ ଏହି ସବୁ ସେବା Top Videos Published by: Deepak Prusty FIRST PUBLISHED : December 06, 2023, 17:04 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । ଫଟୋ ଗ୍ୟାଲେରୀ ... ... ... None

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.