NEWS

Pilot's Salary: ପାଇଲଟଙ୍କ ଦରମା ଶୁଣି ହୋଇଯିବେ କାବ୍ବା! ମୋଟା ଅଙ୍କର ଟଙ୍କା ସହ ମିଳେ ଏହି ସବୁ ସେବା

ପୋଷ୍ଟ ଅଫିସର ଧମାକାଦାର ସ୍କିମ୍‌, ଥରେ ନିବେଶ ମୋଟା ଅଙ୍କର ସୁଧ T-20 ବିଶ୍ବକପ: ଦାଦା କହିଲେ କିଏ ହେବେ କ୍ୟାପଟେନ୍, ଜିତିବ ଭାରତ! Oil Price: କମିବ ପେଟ୍ରୋଲ-ଡିଜେଲ୍ ମୂଲ୍ୟ! ଭାରତର ବଡ଼ ପଦକ୍ଷେପ ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । ... ... ... ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ » Pilot's Salary: ପାଇଲଟଙ୍କ ଦରମା ଶୁଣି ହୋଇଯିବେ କାବ୍ବା! ମୋଟା ଅଙ୍କର ଟଙ୍କା ସହ ମିଳେ ଏହି ସବୁ ସେବା Pilot's Salary: ପାଇଲଟଙ୍କ ଦରମା ଶୁଣି ହୋଇଯିବେ କାବ୍ବା! ମୋଟା ଅଙ୍କର ଟଙ୍କା ସହ ମିଳେ ଏହି ସବୁ ସେବା Pilot's Salary: ଭାରତରେ ପାଇଲଟଙ୍କ ଦରମା ଅଭିଜ୍ଞତା ହିସାବରେ ରହିଥାଏ । Odia Last Updated : December 06, 2023, 16:13 IST Other, India Share this: Odia ସମ୍ବନ୍ଧିତ ଖବର ପୋଷ୍ଟ ଅଫିସର ଧମାକାଦାର ସ୍କିମ୍‌, ଥରେ ନିବେଶ ମୋଟା ଅଙ୍କର ସୁଧ T-20 ବିଶ୍ବକପ: ଦାଦା କହିଲେ କିଏ ହେବେ କ୍ୟାପଟେନ୍, ଜିତିବ ଭାରତ! Oil Price: କମିବ ପେଟ୍ରୋଲ-ଡିଜେଲ୍ ମୂଲ୍ୟ! ଭାରତର ବଡ଼ ପଦକ୍ଷେପ Odia DIgital: Pilot's Salary: ଆକାଶ ପଥରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ବିମାନର ଆବଶ୍ୟକତା ପଡିଥାଏ । ଆଉ ବିମାନ ଚଳାଇବା ପାଇଁ ପାଇଲଟ୍ ଏବଂ ଯାତ୍ରୀଙ୍କ ସେବା ପାଇଁ କ୍ୟାବିନ୍ କ୍ରୁ' ଙ୍କ ଆବଶ୍ୟକତା ମଧ୍ୟ ପଡିଥାଏ । ଯାତ୍ରୀଙ୍କ ସୁରକ୍ଷା ଦାୟିତ୍ବ ସମ୍ପୂର୍ଣ୍ଣ ଭାବେ ପାଇଲଟ ଏବଂ ବିମାନ ପରିଚାଳକଙ୍କ ହାତରେ ନ୍ୟସ୍ତ ଥାଏ । ଏଥିପାଇଁ ପାଇଲଟ୍ ଓ କ୍ରୁ ମେମ୍ବର ତଥା ଏୟାର ହଷ୍ଟେଜ୍‌ମାନେ ମୋଟା ଅଙ୍କର ଦରମା ମଧ୍ୟ ନେଇଥାନ୍ତି । ତେବେ ଜାଣନ୍ତି କି ଭାରତରେ ଜଣେ ପାଇଲଟ୍ କେତେ ଦରମା ପାଆନ୍ତି? ଭାରତରେ ପାଇଲଟଙ୍କ ଦରମା ଅଭିଜ୍ଞତା ହିସାବରେ ରହିଥାଏ । କିନ୍ତୁ ଅତି କମ୍‌ରେ ଜଣେ ପାଇଲଟ ମାସିକ ୫୦ ହଜାର ଟଙ୍କା ଦରମା ଆକାରରେ ନେଇଥାନ୍ତି । ଟାଟା ଗ୍ରୁପ୍ ଦ୍ବାରା ପରିଚାଳିତ ଏୟାର ଇଣ୍ଡିଆ ପାଇଲଟ୍‌ଙ୍କ ଦରମା ଅତିକମ୍‌ରେ ୫୦ ହଜାର ଟଙ୍କା ରହିଛି । ସେହିଭଳି ଅଭିଜ୍ଞ ପାଇଲଟ୍‌ ମୋଟା ଅଙ୍କର ଦରମା ପାଇଥାନ୍ତି । ଜଣେ ଅଭିଜ୍ଞ ତଥା ବହୁ ବର୍ଷ ଧରି ବିମାନ ଚଳାଉଥିବା ପାଇଲଟଙ୍କ ଦରମା ୮.୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । ଏଥି ସହିତ ପାଇଲଟ୍‌ କେତେ ଘଣ୍ଟା ଧରି ଆକାଶରେ ରହୁଛନ୍ତି ତାହା ମଧ୍ୟ ହିସାବ କରାଯାଇଥାଏ । ଆଉ ସେହି ଅନୁଯାୟୀ ମାସିକ ବେତନ ମିଳିଥାଏ । ପାଇଲଟ୍‌ଙ୍କ ସର୍ବନିମ୍ନ ଦରମା ୫୦ ହଜାର ଟଙ୍କା ରହିଥିବା ବେଳେ ବର୍ଷକ ପରେ ତାହା ୨.୩୫ ଲକ୍ଷ ଟଙ୍କା ଟଙ୍କା ପର୍ଯ୍ୟନ୍ତ ଯାଇଥାଏ । ସେହିଭଳି ଜଣେ ଫାଷ୍ଟ ଅଫିସର୍‌ଙ୍କ ଦରମା ବର୍ଷକ ମଧ୍ୟରେ ୩.୪୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇଥାଏ । ବିମାନରେ ଜଣେ କ୍ୟାପଟେନ୍ ଯିଏକି ATPL ଟ୍ୟାଗ୍ ପାଇଥାନ୍ତି, ତାଙ୍କର ଦରମା ମାସିକ ୪.୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଥାଏ । ସେହିଭଳି ବିମାନର ଜଣେ କ୍ୟାବିନ୍ କ୍ରୁ' ଙ୍କ ସର୍ବନିମ୍ନ ଦରମା ୨୫ ହଜାର ଟଙ୍କା ରହିଥିବା ବେଳେ ସର୍ବାଧିକ ୭୮ ହଜାର ଟଙ୍କା ପର୍ଯ୍ୟନ୍ତ ପାଇଥାନ୍ତି । ଭାରତରେ ଯେତେଗୁଡିଏ ବି ଏୟାର ଲାଇନ୍ ରହିଛି ସେଗୁଡିକ ମଧ୍ୟରୁ ଏୟାର ଇଣ୍ଡିବ (Air India) ପାଇଲଟ୍ ଏବଂ କ୍ରୁ ମେମ୍ବର ମାନଙ୍କୁ ସର୍ବାଧିକ ଦରମା ଦେଇଥାଏ । କମ୍ପାନୀର ଜଣେ କ୍ୟାପଟେନ୍ ଯିଏକି P1 ରେଟିଂ ପାଇଥିବେ, ତାଙ୍କର ମାସିକ ଦରମା ୭.୫୦ ଲକ୍ଷ ଟଙ୍କା ରହିଥାଏ । ସେହିଭଳି ସିନିୟର କମାଣ୍ଡର ଯିଏକି P1 ରେଟିଂ ପାଇଥିବେ ତାଙ୍କର ଦରମା ୮.୫୦ ଲକ୍ଷ ଟଙ୍କା ରହିଥାଏ । ପଢନ୍ତୁ: Virat Kohli: କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବା ପଛରେ ଥିଲା ଗାଙ୍ଗୁଲିଙ୍କ ହାତ! ନିଜେ ଖୁଲାସା କଲେ ଦାଦା... ପାଇଲଟଙ୍କୁ ଦରମା ବ୍ୟତିତ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିଥାଏ । ଯେପରିକି ଆଲୋଏନ୍ସ ରହିଛି । ୦ ରୁ ୯୦+ ଘଣ୍ଟା ଯାଏଁ ଉଡାଣରେ ଜଣେ ଜୁନିୟର ପାଇଲଟ୍‌ ୧୫୦୦ରୁ ୧୯୫୦ ଟଙ୍କା ପର୍ଯ୍ୟନ୍ତ ଆଲୋଏନ୍ସ ପାଇଥାନ୍ତି । ସେହିଭଳି ସମାନ ଅବଧିରେ ଉଡାଣ କରୁଥିବା ଜଣେ ପ୍ରଥମ ଶ୍ରେଣୀ ଅଧିକାରୀ ୨୯୦୦ ଟଙ୍କାରୁ ୩୭୭୦ ଟଙ୍କା, ଜଣେ କ୍ୟାପଟେନ୍ ୪୩୦୦ ଟଙ୍କାରୁ ୫୫୯୦ ଟଙ୍କା, ଜଣେ କମାଣ୍ଡର ୬୫୦୦ ଟଙ୍କାରୁ ୮୪୫୦ ଟଙ୍କା ଏବଂ ଜଣେ ସିନିୟର କମାଣ୍ଡର (Senior Commander) ୭୧୦୦ ଟଙ୍କାରୁ ୯୨୩୦ ଟଙ୍କା ପର୍ଯ୍ୟନ୍ତ ପାଇଥାନ୍ତି । ସେହିଭଳି ରାତ୍ରୀକାଳୀନ ଭତ୍ତା ମଧ୍ୟ ରହିଛି । ଜଣେ କମାଣ୍ଡର କିମ୍ବା ବରିଷ୍ଠ କମାଣ୍ଡର ଦିନକୁ ୨୨୦୦ ଟଙ୍କା domestic layover allowance (ଏକ ପ୍ରକାର ରାତ୍ରିକାଳୀନ ଭତ୍ତା) ବାବଦକୁ ୨୨୦୦ ଟଙ୍କା ମିଳୁଥିବା ବେଳେ ଜୁନିୟର ପାଇଲଟଙ୍କୁ ୧୬୦୦ ଟଙ୍କା ମିଳିଥାଏ । ପଢନ୍ତୁ: ବାହା ହୋଇ ପାରିବେନି ତିର୍ତ୍ତୋଲ ବିଧାୟକ, ଝଟ୍‌କା ଦେଲେ ପୂର୍ବତନ ବାନ୍ଧବୀ ସୋମାଲିକା Top Videos Published by: Deepak Prusty FIRST PUBLISHED : December 06, 2023, 16:13 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । Air India Flights , Domestic Flights , Pilot , Pilots ଫଟୋ ଗ୍ୟାଲେରୀ ... ... ... None

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.