NEWS

ବାଂଲାଦେଶୀ ଝିଅଙ୍କ ପ୍ରେମ କାହାଣୀ; ‘ରୁମା’ଙ୍କ ‘ରାଜ୍’ ଖୋଲିବ କେବେ?

Aloe Vera: ଆଲୋଭେରାର ଫାଇଦା, ଜାଣିଲେ ଆପଣ ବି ନିଶ୍ଚିତ ବ୍ୟବହାର କରିବେ ! ବୋଇତ ବନ୍ଦାଣ ଉତ୍ସବ: ପୋଖରୀରେ ଭସା ଗଲା ୧୫୦ ଫୁଟ ଉଚ୍ଚର ଡଙ୍ଗା ଗୟା ମଉସାଙ୍କ ଜଳଖିଆ ଦୋକାନରେ ଗ୍ରାହକଙ୍କ ପ୍ରବଳ ଭିଡ଼ ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । ... ... ... ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା » ବାଂଲାଦେଶୀ ଝିଅଙ୍କ ପ୍ରେମ କାହାଣୀ; ‘ରୁମା’ଙ୍କ ‘ରାଜ୍’ ଖୋଲିବ କେବେ? ବାଂଲାଦେଶୀ ଝିଅଙ୍କ ପ୍ରେମ କାହାଣୀ; ‘ରୁମା’ଙ୍କ ‘ରାଜ୍’ ଖୋଲିବ କେବେ? Bangladeshi Girl Love Story: ବାଂଲାଦେଶୀ ଝିଅ ରୁମା ମାରିଅମ ଓ ବାଲେଶ୍ବର ପୁଅ ବରେନ୍ଦ୍ର ପ୍ରତାପ ଭଞ୍ଜଙ୍କ ପ୍ରେମ-ବିବାହ କାହାଣୀକୁ ନେଇ ଲାଗି ରହିଛି ରୋମାଞ୍ଚ। Odia Last Updated : December 05, 2023, 22:52 IST New Delhi, India Share this: Odia ସମ୍ବନ୍ଧିତ ଖବର Aloe Vera: ଆଲୋଭେରାର ଫାଇଦା, ଜାଣିଲେ ଆପଣ ବି ନିଶ୍ଚିତ ବ୍ୟବହାର କରିବେ ! ବୋଇତ ବନ୍ଦାଣ ଉତ୍ସବ: ପୋଖରୀରେ ଭସା ଗଲା ୧୫୦ ଫୁଟ ଉଚ୍ଚର ଡଙ୍ଗା ଗୟା ମଉସାଙ୍କ ଜଳଖିଆ ଦୋକାନରେ ଗ୍ରାହକଙ୍କ ପ୍ରବଳ ଭିଡ଼ Odia Digital Bangla Girl Love Story: ବାଂଲାଦେଶୀ ଝିଅ ରୁମା ଓ ବାଲେଶ୍ବର ପୁଅ ବରେନ୍ଦ୍ର ଭିତରେ ଚାଲିଥିବା ବିବାହ ବିବାଦର ଖୋଲୁନି ରହସ୍ୟ। ଗୋଟିଏ ପଟେ ବରେନ୍ଦ୍ର ଫେରାର ହୋଇଯାଇଥିବା ବେଳେ ଆଉ ଗୋଟିଏ ପଟେ ବିବାହର କୌଣସି ପ୍ରମାଣ ପୋଲିସକୁ ଦେଇପାରୁନାହାନ୍ତି ରୁମା। ଯାହାକୁ ନେଇ ସୃଷ୍ଟି ହୋଇଛି ଅଡୁଆ ପରିସ୍ଥିତି। ‘ରୁମା’ଙ୍କ ‘ରାଜ୍’ ଖୋଲିବ କେବେ? ବାଂଲାଦେଶୀ ଝିଅ ରୁମା ମାରିଅମ ଓ ବାଲେଶ୍ବର ପୁଅ ବରେନ୍ଦ୍ର ପ୍ରତାପ ଭଞ୍ଜଙ୍କ ପ୍ରେମ-ବିବାହ କାହାଣୀକୁ ନେଇ ଲାଗି ରହିଛି ରୋମାଞ୍ଚ। ବାଂଲାଦେଶ ଯାଇ ପ୍ରତାପ ତାଙ୍କୁ ବିବାହ କରିଛନ୍ତି ବୋଲି ଦାବି କରି ଆସୁଥିବା ରୁମାଙ୍କ ପାଖରେ ବିବାହ ବେଳର କୌଣସି ଫଟୋ, ଭିଡିଓ କି ପ୍ରମାଣପତ୍ର ନାହିଁ। ଯାହାକୁ ନେଇ ସୃଷ୍ଟି ହୋଇଛି ସନ୍ଦେହ। ଆଉ ଅଡୁଆରେ ପଡ଼ିଛନ୍ତି ବାଂଲାଦେଶୀ ଝିଅ। ବାଂଲାଦେଶ କୁଆକଟାର ରୁମା ମାରିଅମ୍ ଓ ବାଲେଶ୍ବର କମର୍ଦ୍ଦା ଭୁଦକୁସୁମୀ ଗାଁର ବରେନ୍ଦ୍ର ପ୍ରତାପ ଭଞ୍ଜ ଓରଫ ରାଜ୍। ୨୦୧୮ରେ ଫେସବୁକରେ ଦୁହିଁଙ୍କ ଭିତରେ ହୋଇଥିଲା ପ୍ରେମ। ଆଉ ଦୁହେଁ ବିବାହ ପାଇଁ କରିଥିଲେ ମନସ୍ଥ। ରୁମା କହିଛନ୍ତି, ବାଂଲାଦେଶରେ ପହଞ୍ଚି ଏକ ମସଜିଦରେ ତାଙ୍କୁ ବିବାହ କରିଥିଲେ ରାଜ୍। କିଛି ଦିନ ଦୁହେଁ ସେଠାରେ ଏକାଠି ରହିଥିଲେ, ତାପରେ ରାଜ୍ ଫେରି ଆସିଥିଲେ ନିଜ ଘରକୁ। ତୁରନ୍ତ ଭିସା ନ ମିଳିବାରୁ ରାଜ୍‌ଙ୍କ ସହ ବାଲେଶ୍ବର ଆସି ପାରି ନ ଥିଲେ ରୁମା। ରୁମା ଅଭିଯୋଗ ଆଣିଛନ୍ତି ଯେ, ୩ ମାସ ପୂର୍ବରୁ ରାଜଙ୍କ ଡାକରାରେ ସେ ଆସି ଦୀଘାରେ ପହଞ୍ଚିଥିଲେ। ଦୀଘାର ଏକ ହୋଟେଲରେ ସ୍ତ୍ରୀର ପରିଚୟ ଦେଇ ତାଙ୍କୁ ରଖାଇଥିଲେ ରାଜ। କିନ୍ତୁ ଘରକୁ ନେବା ପାଇଁ ମନା କରିଦେଇଥିଲେ । ରୁମା ଏକାକୀ ଯାଇ ରାଜଙ୍କ ଘରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଅପମାନ ଦେଇ ତଡ଼ି ଦେଇଥିଲେ ସ୍ବାମୀଙ୍କ ପାରିବାର। ଏବେ ନ୍ୟାୟ ପାଇଁ ବାଲେଶ୍ବର ପୋଲିସର ଦ୍ବାରସ୍ଥ ହୋଇଛନ୍ତି ରୁମା। ନ୍ୟାୟ ମାଗୁଛନ୍ତି ବାଂଲାଦେଶୀ ଝିଅ ରୁମା। ରାଜ୍ ତାଙ୍କ ସ୍ବାମୀ ବୋଲି ଦାବି କରୁଛନ୍ତି। ଆଉ ଅଭିଯୋଗ ବି କରିଛନ୍ତି ଯେ ରାଜ୍ ଓଡ଼ିଶାରେ ଦ୍ବିତୀୟ ବିବାହ କରି ତାଙ୍କୁ ଧୋକା ଦେଇଛନ୍ତି। ବାଲେଶ୍ବର ଏଫଏମ୍ ମେଡିକାଲ କଲେଜ ୱାନ୍ ଷ୍ଟପ୍ ସେଣ୍ଟରରେ ରୁମାଙ୍କୁ କଡ଼ା ସୁରକ୍ଷା ଭିତରେ ରଖାଯାଇଛି। ପୋଲିସ ପଚରାଉଚରା ବେଳେ କିନ୍ତୁ ରୁମା ରାଜଙ୍କ ସହ ତାଙ୍କ ବିବାହ ବେଳର କୌଣସି ଫଟୋ କି ଡକ୍ୟୁମେଣ୍ଟ ଦେଇପାରୁନାହାନ୍ତି। ସେପଟେ ରାଜ୍‌ ଓ ତାଙ୍କ ଦ୍ବିତୀୟ ସ୍ତ୍ରୀଙ୍କୁ ଖୋଜୁଛି ପୋଲିସ। ଦୁହେଁ ଫେରାର ହୋଇଯାଇଥିବାରୁ ରାଜଙ୍କ ଭୂମିକା ନେଇ ସନ୍ଦେହ ବଢ଼ିଛି। ପଢ଼ନ୍ତୁ ଏହି ଖବର: ୩୧ ନମ୍ବର ଜିଲ୍ଲା ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ; ମାନଚିତ୍ରରେ ଯୋଡ଼ି ପଦ୍ମପୁର ଉପଖଣ୍ଡ ତଦନ୍ତ ଏବେ ଗୋଟିଏ ଦିଗରେ ଯାଉଛି, କାରଣ ରୁମାଙ୍କ ଅଭିଯୋଗ ଶୁଣିଥିବା ପୋଲିସ ହାତରେ ରାଜ୍ ପଡ଼ିନାହାନ୍ତି। ତେଣୁ ରାଜ୍‌ଙ୍କ କଥା ଶୁଣିବାକୁ ତଲାସି ଚଳାଇଛି ପୋଲିସ। ଯେପର୍ଯ୍ୟନ୍ତ ରାଜ୍ ପୋଲିସ କବଜାକୁ ଆସିନାହାନ୍ତି ସେ ପର୍ଯ୍ୟନ୍ତ ସତ କଣ ଆଉ ଏ ପ୍ରେମ-ବିବାହ ପଛରେ ଲୁଚିଥିବା ରହସ୍ୟର ପର୍ଦ୍ଦାଫାସ୍ ହେବା ମୁସ୍କିଲ। Top Videos Published by: Lipina Das FIRST PUBLISHED : December 05, 2023, 22:52 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । Balasore , Bangladeshi , Love Affair , Love story ଫଟୋ ଗ୍ୟାଲେରୀ ... ... ... None

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.