NEWS

Cyclone: ଦୁର୍ବଳ ହେଲା ଭୀଷଣ ସାମୁଦ୍ରିକ ଝଡ଼ ମିଗଜୋମ୍; ଜଳାର୍ଣ୍ଣବ ରାସ୍ତାଘାଟ

ଗାଡ଼ିରେ ତେଲ ପକାଇବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ସହରର ପେଟ୍ରୋଲ-ଡିଜେଲ ମୂଲ୍ୟ Gold Rate Today: ସୁନା କିଣିବାକୁ ଭାବୁଛନ୍ତି କି? ଯାଞ୍ଚ କରନ୍ତୁ ଆଜିର ମୂଲ୍ୟ ପଞ୍ଚମ ଥର ପାଇଁ ଚେନ୍ନାଇ ଚାମ୍ପିଅନ; ଶେଷ ଓଭରରେ ହିରୋ ସାଜିଲେ ଜାଡେଜା ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । ... ... ... ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ » Cyclone: ଦୁର୍ବଳ ହେଲା ଭୀଷଣ ସାମୁଦ୍ରିକ ଝଡ଼ ମିଗଜୋମ୍; ଜଳାର୍ଣ୍ଣବ ରାସ୍ତାଘାଟ Cyclone: ଦୁର୍ବଳ ହେଲା ଭୀଷଣ ସାମୁଦ୍ରିକ ଝଡ଼ ମିଗଜୋମ୍; ଜଳାର୍ଣ୍ଣବ ରାସ୍ତାଘାଟ Cyclone Update: ଭୀଷଣ ସାମୁଦ୍ରିକ ଝଡ଼ ମିଗଜୋମ୍ କ୍ରମେ ଦୁର୍ବଳ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। ୩ ଘଣ୍ଟା ଧରି ଚାଲିଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । Odia Last Updated : December 05, 2023, 19:35 IST New Delhi, India Share this: Odia ସମ୍ବନ୍ଧିତ ଖବର ଗାଡ଼ିରେ ତେଲ ପକାଇବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ସହରର ପେଟ୍ରୋଲ-ଡିଜେଲ ମୂଲ୍ୟ Gold Rate Today: ସୁନା କିଣିବାକୁ ଭାବୁଛନ୍ତି କି? ଯାଞ୍ଚ କରନ୍ତୁ ଆଜିର ମୂଲ୍ୟ ପଞ୍ଚମ ଥର ପାଇଁ ଚେନ୍ନାଇ ଚାମ୍ପିଅନ; ଶେଷ ଓଭରରେ ହିରୋ ସାଜିଲେ ଜାଡେଜା Odia Digital Cyclone Update: ବୁଡ଼ାଇଲା, ଉଡ଼ାଇଲା। ପବନ ଯେତିକି କ୍ଷତି ନକଲା ତାଠୁ ଅଧିକ କ୍ଷତି କରିଛି ବର୍ଷା। ଜଳାର୍ଣ୍ଣବ ହୋଇଛି ରାସ୍ତାଘାଟ। ଜଳ ସମୁଦ୍ର ପାଲଟିଛି ସହର। ଭୀଷଣ ସାମୁଦ୍ରିକ ଝଡ଼ ମିଗଜୋମ୍ କ୍ରମେ ଦୁର୍ବଳ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। ୩ ଘଣ୍ଟା ଧରି ଚାଲିଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ଆନ୍ଧ୍ର ଓ ତାମିଲନାଡୁ ଉପକୂଳ ଖାସ କରି ଚେନ୍ନାଇରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ପବନ କମିବା ପରେ ଆରମ୍ଭ ହୋଇଛି ରେସ୍କ୍ୟୁ ଅପରେସନ। ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ହୋଇଛି ପ୍ରବଳ ବର୍ଷା। ବାତ୍ୟାର ଲ୍ୟାଣ୍ଡଫଲ୍, ବୁଡ଼ାଇଲା ବର୍ଷା ସ୍ଥଳଭାଗ ଅତିକ୍ରମ କରିଛି ଭୀଷଣ ବାତ୍ୟା ମିଗଜୋମ୍। ଦିନ ପ୍ରାୟ ସାଢେ ୧୨ଟା ବେଳକୁ ଆନ୍ଧ୍ରପ୍ରଦେଶର ନେଲୋର୍ ଓ ମାଛଲିପଟନମ୍‌ ମଧ୍ୟବର୍ତ୍ତୀ ବାପଟାଲ୍ ଠାରେ ଉପକୂଳ ଅତିକ୍ରମ କରିଥିଲା ଭୀଷଣ ବାତ୍ୟା ମିଗଜୋମ୍। ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା। ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କିମି ରହିଥିଲା। ଝଟ୍‌କା ପବନ ଥିଲା ୧୧୦ କିମି। ଆନ୍ଧ୍ର ଉପକୂଳରେ ତାଣ୍ଡବ ରଚିବା ପରେ ଦୁର୍ବଳ ହୋଇ ଏକ ସାମୁଦ୍ରିକ ଝଡର ରୂପ ନେଇଛି ମିଗଜୋମ୍। କ୍ରମେ ଏହା ଉତ୍ତର ଦିଗରେ ଗତି କରୁଛି। ସ୍ଥଳ ଭାଗ ଛୁଇବା ପୂର୍ବରୁ ତାର ଭୀମକାୟ ରୂପ ଦେଖାଇଥିଲା ମିଗଜୋମ୍। ହଠାତ୍ ଆକାଶରେ ଘୋଟି ଆସିଥିଲା କଳା ହାଣ୍ଡିଆ ମେଘ। ବାତ୍ୟାର ଏଭଳି କରାଳ ରୂପ ଦେଖି ଛାନିଆ ହୋଇଯାଇଥିଲେ ଉପକୂଳିଆ ଲୋକେ। ପୂର୍ବରୁ ଅନେକ ଥର ବାତ୍ୟା ହୋଇଥିଲେ ମଧ୍ୟ ସେମାନେ କେବେ ଆକାଶରେ ଏଭିଳି ମେଘ ଦେଖି ନଥିଲେ। ବାତ୍ୟା ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ହୋଇଛି ପ୍ରବଳ ବର୍ଷା। ରାସ୍ତାଘାଟ ହୋଇପଡ଼ିଛି ଜଳାର୍ଣ୍ଣବ। ଲୋକଙ୍କ ଘରେ ପଶିଛି ପାଣି। ସୁ ସୁ ହୋଇ ମାଡ଼ି ଆସିଥିଲା ପବନ। ଶୂନ୍ୟରେ କାଗଜ ଭଳି ଉଡ଼ିଥିଲା ଘରର ଆଜେବେଷ୍ଟସ ଓ ଟିଣ। ବାତ୍ୟାର ଏହି କରାଳ ରୂପକୁ ମୋବାଇଲେ ତୋଳି ଧରିବା ପାଇଁ ଉଦ୍ୟମ କରିଥିଲେ ସ୍ଥାନୀୟ ଲକେ। ସମୁଦ୍ରର ଉଚ୍ଚ ଜୁଆର ମାଡ଼ି ଆସିବାରୁ ମାଛ ସବୁ ଉପରକୁ ଉଠି ଆସିଥିଲେ। ପାଣି ଖସି ଯିବା ପରେ ବାଲି ଉପରେ ପଡ଼ି ଛଟଛଟ ହେଉଥିବା ମାଛ ସବୁକୁ ଗୋଟାଇ ନେଇଥିଲେ ସ୍ଥାନୀୟ ଲୋକେ ଓ ମତ୍ସ୍ୟଜୀବୀ। ପବନ ମାଡ଼ରେ ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଛି। ଭାଙ୍ଗି ଯାଇଛି ବାଉଁଶ ଗେଟ୍‌ ଓ ହୋର୍ଡିଂ। ପବନର ବେଗ ଟିକିଏ କମିବା ପରେ ଆକ୍ସନ୍‌ ମୋଡ଼କୁ ଆସିଥିଲେ ଆନ୍ଧ୍ର ପ୍ରଦେଶ ସରକାର। ତୁରନ୍ତ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ। ରାସ୍ତାରେ ପଡ଼ିଥିବା ଗଛ ଗୁଡ଼ିକୁ କାଟି ତୁରନ୍ତ ରାସ୍ତା ସଫା କରିବାରେ ଲାଗି ପଡ଼ିଥିଲେ ଉଦ୍ଧାରକାରୀ ଦଳ। ବାପଟ୍‌ଲାରେ ଏନ୍‌ଡିଆରଏଫ୍‌ର ୧୨ଟି ଟିମ୍‌ ନିୟୋଜିତ ଅଛନ୍ତି। ବାତ୍ୟା ମିଗ୍‌ଜୋମ୍‌କୁ ଦୃଷ୍ଟିରେ ରଖି ଆନ୍ଧ୍ରର ୮ଟି ଜିଲ୍ଲାକୁ ଜାରି ହୋଇଥିଲା ସତର୍କତା। ତିରୁପତି, ନେଲୋର, ପ୍ରକାଶମ, ବାପଟଲା, କୃଷ୍ଣା, ପଶ୍ଚିମ ଗୋଦାବରୀ, କୋନସିମା ଏବଂ କାକିନଡା। ଏସବୁ ଜିଲ୍ଲାକୁ ଦିଆଯାଇଥିଲା ରେଡ୍ ଆଲର୍ଟ। ବୁଧବାର ଏସବୁ ଜିଲ୍ଲାରେ ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ଆଇଏମଡି। ବାତ୍ୟା ମିଗଜୋମ ପ୍ରଭାବରେ ସବୁଠୁ ଧିକ ପ୍ରଭାବିତ ହୋଇଛି ଚେନ୍ନାଇ। ନଦୀ ପାଲଟି ଯାଇଛି ପୂରା ସହର। ଗାଡ଼ି ବଦଳରେ ରାସ୍ତାରେ ଚାଲୁଛି ଡଙ୍ଗା। ଯେଉଁଆଡେ ଦେଖିବେ ଖାଲି ପାଣି ଆଉ ପାଣି। ଆପାଣ୍ଟମେଣ୍ଟର ବେସମେଣ୍ଟ, ବସ ଟର୍ମିନାଲରେ ସୁଅ କାଟୁଛି ବର୍ଷା ପାଣି। ଯଦିଓ ଏୟାରପୋର୍ଟ ଖୋଲିଛି, କିନ୍ତି ସଂପୂର୍ଣ୍ଣ ସ୍ବାଭାବିକ ହୋଇପାରି ବିମାନ ଚଳାଚଳ। ଏ ଚିତ୍ର ମନେ ପକାଇ ଦେଉଛି ୨୦୧୫ ବନ୍ୟା କଥା। ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟରେ ୨୧ଟି ଏନଡିଆରଏଫର ୨୧ଟି ଟିମ୍ ନିୟୋଜିତ ହୋଇଛନ୍ତି । ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି। ବିଶେଷ କରି ମାଲକାନଗିରି, କୋରାପୁଟ ଓ ରାୟଗଡାରେ ହୋଇଛି ସର୍ବାଧିକ ବର୍ଷା। ପଢ଼ନ୍ତୁ ଏହି ଖବର: ୫୦ ଟଙ୍କା ଶସ୍ତା ହେଲା ଗ୍ୟାସ୍ ସିଲିଣ୍ଡର! ବୁକିଂ କରିବା ପୂର୍ବରୁ ବାସ୍ କରନ୍ତୁ ଏହି ଛୋଟ କାମ ଏସବୁ ଜିଲ୍ଲାକୁ ଦିଆଯାଇଛି ଅରେଞ୍ଜ୍ ଆଲର୍ଟ। ବାତ୍ୟା କ୍ରମେ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବା ପରେ ଉତ୍ତର ଉତ୍ତର ପୂର୍ବ ଦିଗକୁ ରିକର୍ଭ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ୭୦ରୁ ୧୧୦ ମୀମି ଯାଏଁ ବର୍ଷା ହେବା ନେଇ ୟଲୋ ଆଲର୍ଟ ଜାରି ହୋଇଛି। Top Videos Published by: Lipina Das FIRST PUBLISHED : December 05, 2023, 19:35 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । Chennai , Cyclone alert , Weather Update ଫଟୋ ଗ୍ୟାଲେରୀ ... ... ... None

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.