NEWS

କଣ ହେବ ପ୍ରଯୋଜକ ଟୁଟୁ ନାୟକଙ୍କ ଭାଗ୍ୟ? ଜାମିନ ମିଳିବ ନା ଜେଲ୍‌ରେ ରହିବେ?

ମହିଳା ସାମ୍ବାଦିକାଙ୍କୁ ମାଡ ମାରିଲେ ପ୍ରଯୋଜକ ଟୁଟୁ ନାୟକ! ଥାନାରେ ମାମଲା ଲଭ୍ ସେକ୍ସ ଧୋକା ମାମଲାରେ ଓଡ଼ିଆ ସିଙ୍ଗର ଦେବେଶ ପତି ଗିରଫ କାଲିଠୁ ଗୃହ ଲକ୍ଷ୍ମୀ ଯୋଗ ଆରମ୍ଭ, ୩ ରାଶିଙ୍କ ବଦଳିବ ଭାଗ୍ୟ, ବର୍ଷିବ ଧନ ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । ... ... ... ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ » କଣ ହେବ ପ୍ରଯୋଜକ ଟୁଟୁ ନାୟକଙ୍କ ଭାଗ୍ୟ? ଜାମିନ ମିଳିବ ନା ଜେଲ୍‌ରେ ରହିବେ? କଣ ହେବ ପ୍ରଯୋଜକ ଟୁଟୁ ନାୟକଙ୍କ ଭାଗ୍ୟ? ଜାମିନ ମିଳିବ ନା ଜେଲ୍‌ରେ ରହିବେ? ଜାମିନ ମିଳିବ ନା ଜେଲ୍‌ରେ ରହିବେ? ଯଦି ଜାମିନ ମିଳେ, ତେବେ ଟୁଟୁଙ୍କ ପାଇଁ କଣ ରହିବ ସର୍ତ୍ତ? Odia Last Updated : November 05, 2023, 19:53 IST Other, India Share this: DIPAK KUMAR SAMAL ସମ୍ବନ୍ଧିତ ଖବର ମହିଳା ସାମ୍ବାଦିକାଙ୍କୁ ମାଡ ମାରିଲେ ପ୍ରଯୋଜକ ଟୁଟୁ ନାୟକ! ଥାନାରେ ମାମଲା ଲଭ୍ ସେକ୍ସ ଧୋକା ମାମଲାରେ ଓଡ଼ିଆ ସିଙ୍ଗର ଦେବେଶ ପତି ଗିରଫ କାଲିଠୁ ଗୃହ ଲକ୍ଷ୍ମୀ ଯୋଗ ଆରମ୍ଭ, ୩ ରାଶିଙ୍କ ବଦଳିବ ଭାଗ୍ୟ, ବର୍ଷିବ ଧନ Odia ଜେଲ୍‌ରେ ରହିବେ ନା ଜାମିନ ପାଇବେ । ପ୍ରଯୋଜକ ସଞ୍ଜୟ ନାୟକଙ୍କୁ ନେଇ ଚର୍ଚ୍ଚା । ଆସନ୍ତାକାଲି ଜାମିନ ପାଇଁ କରିବେ ଆବେଦନ । ବରିଷ୍ଠ ଆଇନଜୀବୀଙ୍କ ମତ, ଯେଉଁ ଦଫା ଲାଗିଛି, ସର୍ତ୍ତ ରଖି ଜାମିନ ଦେଇପାରନ୍ତି କୋର୍ଟ । ସାମ୍ବାଦିକାଙ୍କୁ ମାଡ଼ମରା ଅଭିଯୋଗରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଅଛନ୍ତି ଟୁଟୁ ସାମ୍ବାଦିକାଙ୍କୁ ମାଡ଼ ମାରିବା ଓ ଅସଦାଚରଣ କରିବା ଅଭିଯୋଗରେ ଝାରପଡା ଜେଲରେ ଅଛନ୍ତି ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ । ୧୪ ଦିନ ବିଭାଗୀୟ ହାଜତକୁ ଯାଇଥିବା ଟୁଟୁଙ୍କର ଆସନ୍ତାକାଲି ଜାମିନ ଆବେଦନ ଉପରେ ପୁଣି ଶୁଣାଣି ହେବ । ତେବେ ଟୁଟୁଙ୍କୁ ଜାମିନ ମିଳିବ ନା ଜେଲ୍‌ରେ ରହିବେ ଏବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି କି ସର୍ତ୍ତ ରଖି ଟୁଟୁଙ୍କୁ ଜାମିନ ମିଳିପାରେ । କାର୍ଯ୍ୟରତ ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ କରିବା ଓ ମାଡ଼ ମାରିବା ଅଭିଯୋଗରେ ଗିରଫ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକ ଏଭେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ଶନିବାର ତାଙ୍କୁ ଗିରଫ କରିଥିଲା ଖାରବେଳନଗର ଥାନା ପୋଲିସ । ଜାମିନ ନାମଞ୍ଜୁର ପରେ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଯାଇଛି । ସୋମବାର ଟୁଟୁଙ୍କ ଜାମିନ ଆବେଦନର ପୁଣି ଶୁଣାଣୀ ହେବ । ଜାମିନ୍‌ ନ ମିଳିଲେ ଝାରପଡ଼ା ଜେଲ୍‌ର ଚାରିକାନ୍ଥରେ ରହିବେ ଟୁଟୁ । ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଦାସ କହିଛନ୍ତି, ଟୁଟୁଙ୍କ ବିରୁଦ୍ଧରେ ଯେଉଁସବୁ ଦଫା ଲାଗିଛି ସେଥିରେ ଜାମିନ ମିଳିପାରେ । କାରଣ ଲାଗିଥିବା ଦଫା ଗୁଡ଼ିକରେ ଏକ ବର୍ଷରୁ ୫ ବର୍ଷ ପର୍ଯ୍ୟନ୍ତ ଦଣ୍ଡାଦେଶ ରହିଛି। ତେଣୁ କୋର୍ଟ ସର୍ତ୍ତ ରଖି ତାଙ୍କୁ ଜାମିନ ଦେଇପାରନ୍ତି । ସେପଟେ ଅବସରପ୍ରାପ୍ତ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଟୁଟୁଙ୍କୁ ଜାମିନ ମିଳିବା କଷ୍ଟ ହେବ ନାହିଁ । ହେଲେ ପୋଲିସ ସଠିକ୍‌ ଦିନରେ ତଦନ୍ତ କରି ଉପଯୁକ୍ତ ତଥ୍ୟ ପ୍ରମାଣ ସାଙ୍ଗକୁ ସାକ୍ଷୀମାନଙ୍କୁ ହାଜର କରେଇ ପାରିଲେ ଅଭିଯୁକ୍ତ ଦଣ୍ଡ ପାଇବ । କାରଣ ଅଭିଯୋଗକାରିଣୀ ହେଉଛନ୍ତି ପୋଲିସ ପାଇଁ ସବୁଠୁ ବଡ଼ ପ୍ରମାଣ । ଶୁକ୍ରବାର ସାମ୍ବାଦିକା ଛିଡା ହୋଇଥିବା ବେଳେ ଟୁଟୁ ନାୟକ ପ୍ରଥମେ ପଛରୁ ମାଡ଼ ମାରିବା ସହ ପରେ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ପରେ ଶନିବାର ଟୁଟୁଙ୍କୁ ତାଙ୍କ ଘରୁ ପୋଲିସ ଉଠାଇ ଆଣିଥିଲା । ତାଙ୍କ ବିରୁଦ୍ଧରେ IPC ଦଫା ୩୫୪,୩୪୧, ୩୨୩ ଓ ୨୯୪ରେ ମାମଲା ରୁଜୁ କରିଛି ପୋଲିସ । Top Videos Published by: Soumya Das FIRST PUBLISHED : November 05, 2023, 19:53 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । Odia Film Producer , Tutu nayak , Tutu Nayak Arrested ଫଟୋ ଗ୍ୟାଲେରୀ ... ... ...

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.