NEWS

Breaking News: ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣା; ଟୁଟୁ ନାୟକ ଗିରଫ

ଗିରଫ ହେଲେ ସେକ୍ସି ଅଭିନେତ୍ରୀ ଉର୍ଫି ଜାଭେଦ! ରେଷ୍ଟୁରାଣ୍ଟ ଭିତରୁ ଉଠାଇ ନେଲା ପୋଲିସ Star War : ଥମୁନି ଓଲିଉଡ କଳି, ବିବାଦକୁ ନେଇ ଅଭିନେତା ମନୋଜ କହିଲେ କିଛି ଏପରି ଘରେ ବିନା ପୋଷାକରେ ରୁହନ୍ତି ଉର୍ଫି; ଅଭିନେତ୍ରୀଙ୍କ ଆଶ୍ଚର୍ଯ୍ୟଜନକ ଖୁଲାସା ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । ... ... ... ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ » Breaking News: ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣା; ଟୁଟୁ ନାୟକ ଗିରଫ Breaking News: ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣା; ଟୁଟୁ ନାୟକ ଗିରଫ Tutu Nayak Arrested: ଗିରଫ ହେଲେ ପ୍ରଯୋଜକ ଟୁଟୁ ନାୟକ। ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ପଡ଼ିଲା ମହଙ୍ଗା। Odia Last Updated : November 04, 2023, 16:32 IST New Delhi, India Share this: Odia ସମ୍ବନ୍ଧିତ ଖବର ଗିରଫ ହେଲେ ସେକ୍ସି ଅଭିନେତ୍ରୀ ଉର୍ଫି ଜାଭେଦ! ରେଷ୍ଟୁରାଣ୍ଟ ଭିତରୁ ଉଠାଇ ନେଲା ପୋଲିସ Star War : ଥମୁନି ଓଲିଉଡ କଳି, ବିବାଦକୁ ନେଇ ଅଭିନେତା ମନୋଜ କହିଲେ କିଛି ଏପରି ଘରେ ବିନା ପୋଷାକରେ ରୁହନ୍ତି ଉର୍ଫି; ଅଭିନେତ୍ରୀଙ୍କ ଆଶ୍ଚର୍ଯ୍ୟଜନକ ଖୁଲାସା Odia Digital Tutu Nayak: ଗିରଫ ହେଲେ ପ୍ରଯୋଜକ ଟୁଟୁ ନାୟକ। ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ପଡ଼ିଲା ମହଙ୍ଗା। ଓଡ଼ିଆ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକଙ୍କୁ ଗିରଫ କଲା ଖାରବେଳ ନଗର ପୋଲିସ। ଶନିବାର ଟୁଟୁ ନାୟକଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ପୋଲିସ। ପରେ ତାଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳୁଛି। ଟୁଟୁ ନାୟକଙ୍କ ବିରୋଧରେ ଲାଗିଥିଲା ସଙ୍ଗୀନ ଦଫା। ଟୁଟୁ ନାୟକଙ୍କୁ 354,294,341,323 ଦଫାରେ ଗିରଫ କରାଯାଇଛି। ପ୍ରଯୋଜକ ସଞ୍ଜୟ ନାୟକ (ଟୁଟୁ ନାୟକ) ଏବଂ ମନୋଜ ମିଶ୍ରଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଥମିନଥିବା ବେଳେ ଗିରଫ ହେଲେ ପ୍ର ପୁଣି ଏକ ମାମଲା ସାମ୍ନାକୁ ଆସିଛି। ପୁଣି ବିବାଦ ମଧ୍ୟକୁ ଠେଲି ହୋଇଯାଇଛନ୍ତି ପ୍ରଯୋଜକ ଟୁଟୁ ନାୟକ । ଏଥର ଓଲିଉଡ କଳି ନୁହେଁ ବରଂ ସାମ୍ବାଦିକାଙ୍କୁ ମାଡ ମାରିଥିବା ଆସିଥିଲା ଅଭିଯୋଗ। ଏକ ଫିଲ୍ମ ହଲ୍ ସାମ୍ନାରେ କାର୍ଯ୍ୟରତ ମହିଳା ସାମ୍ବାଦିକାଙ୍କୁ ପ୍ରଯୋଜକ ଟୁଟୁ ନାୟକ ମାଡ ମାରୁଥିବା ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା। ଘଟଣାକୁ ନେଇ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ ସାମ୍ବାଦିକା ଦେବସ୍ମିତା ରାଉତ। ସେପଟେ ବିଜେପି ଓ କଂଗ୍ରେସ ପକ୍ଷରୁ ଏହି ମାମଲାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବାକୁ ଦାବି ହୋଇଥିଲା। ପ୍ରଯୋଜକ ସଞ୍ଜୟ ନାୟକ(ଟୁଟୁ)ଙ୍କୁ ପୋଲିସ ତୁରନ୍ତ ଗିରଫ କରୁ ବୋଲି ଦାବି କରାଯାଉଥିଲା। ଏହା ସହ ଟୁଟୁ ନାୟକ ମହିଳା ସାମ୍ବାଦିକାଙ୍କୁ କ୍ଷମା ମାଗନ୍ତୁ, ନ ହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବ ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ମଧ୍ୟ କହିଥିଲେ। ପଢ଼ନ୍ତୁ ଏହି ଖବର: ତୁଳସୀ ମାଳ ଧାରଣ କରିବା ପୂର୍ବରୁ ମାନନ୍ତୁ ଏହି ନିୟମ; ଫାଇଦା ଦେଖି ହେବେ ଆଶ୍ଚର୍ଯ୍ୟ... ଠିକ୍ ସେହିପରି ମହିଳା ସାମ୍ବାଦିକାଙ୍କୁ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ଚାପୁଡ଼ା ମାରିବା ଘଟଣାକୁ ନିନ୍ଦା କରିଥିଲା ବିଜେପି ମହିଳା ମୋର୍ଚ୍ଚା। ଏଣେ ପୋଲିସ କାହିଁକି ଟୁଟୁ ନାୟକଙ୍କୁ ଗିରଫ କରୁନାହିଁ। ତୁରନ୍ତ ଟୁଟୁ ନାୟକଙ୍କୁ ଗିରଫ କରାଯାଉ ବୋଲି ଦାବି କରିଥିଲା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ଵାଳ। Top Videos Published by: Lipina Das FIRST PUBLISHED : November 04, 2023, 14:53 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । Bollywood , Controversy , Odisha , Ollwyood ଫଟୋ ଗ୍ୟାଲେରୀ ... ... ...

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.