NEWS

ଓଲିଉଡରେ ଥମୁନି ଷ୍ଟାର କଳି; ସୋସିଆଲ ମିଡ଼ିଆରେ ସରକାରଙ୍କୁ ଅନୁରୋଧ କଲେ ମନୋଜ

ମନୋଜ ଭାଇ ଆସନ୍ତୁ ମିଶିକି ଭଲ ଓଡ଼ିଆ ଫିଲ୍ମ କରିବା: ଅଭିନେତା ଅରିନ୍ଦମ ବଢ଼ିଲା ଓଲିଉଡ୍‌ କଳି...ଟୁଟୁ ନାୟକ କିଏ ମୁଁ ତାଙ୍କୁ ବ୍ୟାନ୍‌ କରୁଛି: ମନୋଜ ମିଶ୍ର ୩ଟି ଭାଷାରେ ସଙ୍ଗୀତ ପରିବେଷଣ କରି ସାଉଁଟିଛନ୍ତି ପ୍ରଂଶସା, ରାଜ୍ୟ ବାହାରେ ମଧ୍ୟ ସୁପରିଚ ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । ... ... ... ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ » ଓଲିଉଡରେ ଥମୁନି ଷ୍ଟାର କଳି; ସୋସିଆଲ ମିଡ଼ିଆରେ ସରକାରଙ୍କୁ ଅନୁରୋଧ କଲେ ମନୋଜ ଓଲିଉଡରେ ଥମୁନି ଷ୍ଟାର କଳି; ସୋସିଆଲ ମିଡ଼ିଆରେ ସରକାରଙ୍କୁ ଅନୁରୋଧ କଲେ ମନୋଜ Ollywood Controversy: ସୋସିଆଲ ମିଡ଼ିଆରେ ପୋଷ୍ଟ କରି ବିବାଦକୁ ଏକ ନୂଆ ମୋଡ଼ ଦେଇଛନ୍ତି ଅଭିନେତା ମନୋଜ ମିଶ୍ର। Odia Last Updated : October 31, 2023, 13:34 IST New Delhi, India Share this: Odia ସମ୍ବନ୍ଧିତ ଖବର ମନୋଜ ଭାଇ ଆସନ୍ତୁ ମିଶିକି ଭଲ ଓଡ଼ିଆ ଫିଲ୍ମ କରିବା: ଅଭିନେତା ଅରିନ୍ଦମ ବଢ଼ିଲା ଓଲିଉଡ୍‌ କଳି...ଟୁଟୁ ନାୟକ କିଏ ମୁଁ ତାଙ୍କୁ ବ୍ୟାନ୍‌ କରୁଛି: ମନୋଜ ମିଶ୍ର ୩ଟି ଭାଷାରେ ସଙ୍ଗୀତ ପରିବେଷଣ କରି ସାଉଁଟିଛନ୍ତି ପ୍ରଂଶସା, ରାଜ୍ୟ ବାହାରେ ମଧ୍ୟ ସୁପରିଚ Odia Digital Ollywood Controversy: ଥମୁନି ଓଲିଉଡରେ ଷ୍ଟାର କଳି। ଏହାକୁ ନେଇ କଳାକାର ଓ ରାଜନେତାଙ୍କ ବୟାନବାଜି ମଧ୍ୟରେ ଅଭିନେତା ମନୋଜ ମିଶ୍ର ପୁଣି ସୋସିଆଲ ମିଡ଼ିଆରେ ରଖିଛନ୍ତି ତାଙ୍କର ବଡ଼ ପ୍ରତିକ୍ରିୟା। ସୋସିଆଲ ମିଡ଼ିଆରେ ପୋଷ୍ଟ କରି ବିବାଦକୁ ଏକ ନୂଆ ମୋଡ଼ ଦେଇଛନ୍ତି ଅଭିନେତା ମନୋଜ ମିଶ୍ର। ତାଙ୍କ ବିରୋଧରେ ଜଣେ ଅଭିନେତ୍ରୀ ଆଣିଥିବା ଅଭିଯୋଗକୁ ନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ ଜରିଆରେ ପ୍ରତିକ୍ରିୟା ରଖିଛନ୍ତି ମନୋଜ। ଅଭିନେତ୍ରୀଙ୍କ ସମାଲୋଚନା ଜବାବରେ ସେ କହିଛନ୍ତି, ‘‘ଏମିତି ଅନେକ ଆସିବେ ମୋର ଚରିତ୍ର ସଂହାର କରିବେ। କେହି ବ୍ୟସ୍ତ ନହେବାକୁ ଓଡ଼ିଶା ବାସୀଙ୍କୁ ମୁଁ ଅନୁରୋଧ କରିଛି।’’ ଏହା ସହିତ ମନୋଜ ମିଶ୍ର ପ୍ରଶ୍ନ କରିଛନ୍ତି ଜଣେ ସ୍ବାଭିମାନୀ ଓଡ଼ିଆ ଭାବରେ ଓଡ଼ିଆ ସଂସ୍କୃତି, ଆଞ୍ଚଳିକ ଲୋକକଳା, ଆମର ମହାନ ସଂଗ୍ରାମୀଙ୍କ ସମ୍ପର୍କରେ ସାରା ଦେଶ ଜାଣୁ ବୋଲି ସେ ଉଦ୍ୟମ କରିବା କଣ ଭୁଲ୍। ଏହା ସହିତ ଫିଲ୍ମ ପ୍ରଯୋଜକ ଏବଂ ଫିଲ୍ମ ବିତରକଙ୍କୁ ନେଇ ପାଲଟା ଅଭିଯୋଗ ଆଣିଛନ୍ତି ଅଭିନେତା ମନୋଜ ମିଶ୍ର। ଓଡ଼ିଆ ସିନେମାର ଡିଷ୍ଟ୍ରିବୁସନ ସିଷ୍ଟମ ଉପରେ ଦୃଷ୍ଟି ଦେବାକୁ ସେ ରାଜ୍ୟ ସରକାରଙ୍କୁ ନିବେଦନ ବି କରିଛନ୍ତି। କିଛି ବିତରକଙ୍କ ପାଇଁ ଆମ ଓଡ଼ିଶାର ସିନେମାକୁ ଖତମ୍ କରିଦେଲେଣି। ମନୋଜ ପୁଣି କହିଛନ୍ତି ଏ ବିବାଦ ତାଙ୍କର, ଅରିନ୍ଦମ କି ଅନୁଭବଙ୍କ ମଧ୍ୟରେ ନୁହେଁ। ମୂଳ ସମସ୍ୟା, ଚଳଚ୍ଚିତ୍ର ବିତରଣ ବ୍ୟବସ୍ଥାକୁ ସଜାଡି ଦେବାକୁ ଜଣେ ସ୍ବାଭିମାନୀ ଓଡ଼ିଆ ଭାବରେ ସେ ଅପିଲ୍ କରିଛନ୍ତି। ‘‘ଜଣେ ସ୍ଵାଭିମାନୀ ଓଡ଼ିଶା ବାସୀ ହିସାବରେ ମୁଁ ଯଦି ଚାହୁଁଛି ଯେ ଆମ ଓଡ଼ିଶା ବିଷୟରେ ଆମ ଓଡ଼ିଶାର ସଂସ୍କୃତି ବିଷୟରେ ଆମ ଓଡ଼ିଶାର folk ଆର୍ଟ ବିଷୟରେ, ଆମ ଓଡ଼ିଶାର ନାୟକ ଯେମିତି କି ବିଜୁବାବୁ, ସୁରେନ୍ଦ୍ର ସାଇ, ମଧୁବାବୁ, ଗୋପବନ୍ଧୁ, ରେଣ୍ଡୋ ମାଝୀ, ଗଙ୍ଗାଧର ମେହେର, ଭୀମଭୋଇ, ଆହୁରି ବି ଅନେକ ହିରୋ ଅଛନ୍ତି ,ସେମାନଙ୍କ ବିଷୟରେ ସାରା ଭାରତ ଜାଣୁ, ମୁଁ କଣ ଏ ସବୁ ଭାବିକି ଭୁଲ୍ କରୁଛି,’’ ବୋଲି ପ୍ରଶ୍ନ କରିଛନ୍ତି ମନୋଜ। ସେ ଆହୁରି କହିଛନ୍ତି, ‘‘ସିନେମା ହିଁ ଏକ ମାତ୍ର ସହଜ ମାଧ୍ୟମ, କୋର୍ଟ ଭିତରକୁ ନଯାଇ ବି ଛୋଟ ପିଲାମାନେ ବି ଜାଣିଛନ୍ତି order order court room ଭିତରେ କୁହାଯାଏ, ଏମିତି ଅନେକ ଦୃଷ୍ଟାନ୍ତ ଅଛି। ଯେତେବେଳେ ମୁଁ ଏ ସବୁ କହିବା ଆରମ୍ଭ କଲି କିଛି ସ୍ୱାର୍ଥପର ବ୍ୟକ୍ତି ଯେଉଁମାନେ, ସିନେମା ଚାଲୁ କି ନ ଚାଲୁ ନିଜ ଘର ଚଳେଇବା ପାଇଁ ସିନେମା କରନ୍ତି ,ପ୍ରଯୋଜକ ଗୋଟିଏ ସିନେମାରୁ ଆଉ ଗୋଟେ ସିନେମା କରୁ କି ନକରୁ ତାଙ୍କର କିଛି ଯାଏ ଆସେ ନାହିଁ, ଓଡ଼ିଶା କଥା ଭାବିବା ତ ବହୁତ୍ ଦୂରର କଥା ସେମାନେ ମତେ ବିରୋଧ କରିବା ଆରମ୍ଭ କଲେ ଓ କରୁଛନ୍ତ। ମୁଁ ଯେତେବେଳେ ବାରମ୍ବାର ସେଇ ଗୋଟିଏ କଥା କହିଲି ମତେ ବଦନାମ ବି କଲେ, ଏବେ ତ ବ୍ୟାନ ବି କରିଦେଲେ, କିଛି କଥା ନାହିଁ।’’ ଆମ ଓଡ଼ିଶାରେ ତିଆରି ସିନେମାର ଯେଉଁ distributer ଅଛନ୍ତି ସେମାନଙ୍କୁ ଜାଣିବା ଦରକାର ଯେ ବ୍ୟବସାୟ ସହିତ ନିଜ ରାଜ୍ୟ ପ୍ରତି ତାଙ୍କର ନିଜର କର୍ତ୍ତବ୍ୟ ବି ଅଛି।କିଛି ଲୋକଙ୍କ ପାଇଁ ପୁରା ଓଡ଼ିଶାର ସିନେମାର ଆଜି ଏଇ ଅବସ୍ଥା, ମତେ କିଛି ଦିନ ହେଲା ଓଡ଼ିଶାରୁ ଅନେକ ଜାଗା ରୁ ଫୋନ୍ ଆସୁଛି ସେମାନେ କହୁଛନ୍ତି ଆମେ ଆମ ସଂସ୍କୃତିକୁ ନେଇ ଫିଲ୍ମ କରିଛୁ କିନ୍ତୁ ରିଲିଜ ହେଇ ପାରୁନି। ସେମାନେ ପଚାରୁଛନ୍ତି କେବଳ କପି ସିନେମା କଲେ କି ବଡ଼ ବଡ଼ ହେରୋମାନଙ୍କୁ ନେଇକି ଫିଲ୍ମ କଲେ ଯାଇ ଫିଲ୍ମ କୁ ଭଲ ହଲ୍ ଭଲ ସମୟ ମିଳିବ, ଭଲ content ଭଲ କଳାକାରଙ୍କୁ ନେଇ ଫିଲ୍ମ କଲେ ଫିଲ୍ମ ରିଲିଜ ହେଇ ପାରିବନି, ମୋ ପାଖରେ ଉତ୍ତର ନାହିଁ। ମୁଁ ସରକାରଙ୍କୁ ସାରା ଓଡ଼ିଶାବାସୀଙ୍କ ତରଫରୁ ଅନୁରୋଧ କରିବି ଆମ ସିନେମାର distribution system ଉପରେ ଟିକେ ଦୃଷ୍ଟି ଦିଅନ୍ତୁ, ଏମାନେ ଆମ ଓଡ଼ିଶ ର ସିନେମା କୁ ଖତମ୍ କରିଦେଲେଣି। ମୋର ଅରିନ୍ଦମ କି ମୋର ଅନୁଭବ ଭିତରେ ଲଢେଇ ନୁହେଁ ଯେ ଆମେ ବସିକି ସମାଧାନ କରିବୁ। ଆମକୁ ପ୍ରଥମେ ମୂଳ ସମସ୍ୟା କୁ ସମାଧାନ କରିବାକୁ ପଡିବ। ପଢ଼ନ୍ତୁ ଏହି ଖବର: ଓଲିଉଡ ବିବାଦରେ ଏଣ୍ଟ୍ରି ମାରିଲେ ପ୍ରକୃତି ମିଶ୍ର; ଟୁଟୁ ନାୟକଙ୍କ ଉପରେ ଆଣିଲେ ଅଭିଯୋଗ ଜଣେ ସ୍ଵାଭିମାନୀ ଓଡ଼ିଶାବାସୀ ହିସାବରେ ଏତିକି ସରକାରଙ୍କୁ ଅନୁରୋଧ କରୁଛି ଯେ ଆମ ଓଡ଼ିଶାର ସିନେମାର distribution systemକୁ ସଜାଡି ଦିଅନ୍ତୁ ବୋଲି ନିଜ ସୋସିଆଲ ମିଡ଼ିଆ ପୋଷ୍ଟରେ କହିଛନ୍ତି ମନୋଜ ମିଶ୍ର। Top Videos Published by: Lipina Das FIRST PUBLISHED : October 31, 2023, 13:34 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । Actor , Controversy , Manoj mishra , Ollywood , Social Media Post ଫଟୋ ଗ୍ୟାଲେରୀ ... ... ...

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.