NEWS

Health Tips: ଆଣ୍ଠୁ ଯନ୍ତ୍ରଣାରେ ହେଉଛନ୍ତି ଛଟପଟ! ଘରୋଇ ଉପାୟରେ ଚୁଟ୍‌କୀରେ କମିବ

ସକାଳୁ ଉଠିବା ମାତ୍ରେ ଶରୀରରେ ହେଉଛି କି ଯନ୍ତ୍ରଣା; କାରଣ ଜାଣିଲେ କରିବେନି ଅଣଦେଖା Health Tips: ହାର୍ଟଆଟାକ୍‌କୁ ନେଇ ଚିନ୍ତିତ ଅଛନ୍ତି କି? ବାସ ଘରେ କରନ୍ତୁ ଏହି ଯୋଗ Health Tips: ବ୍ୟବହାର କରି ଦେଖନ୍ତୁ ବାଉଁଶ ବ୍ରସ୍, ଶରୀର ଉପରେ ପକାଇବ ଚମତ୍କାରୀ ପ୍ରଭ ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । ... ... ... ହୋମ୍ » ଓଡ଼ିଶା ନ୍ୟୁଜ୍ » ଜୀବନଶୈଳୀ » Health Tips: ଆଣ୍ଠୁ ଯନ୍ତ୍ରଣାରେ ହେଉଛନ୍ତି ଛଟପଟ! ଘରୋଇ ଉପାୟରେ ଚୁଟ୍‌କୀରେ କମିବ Health Tips: ଆଣ୍ଠୁ ଯନ୍ତ୍ରଣାରେ ହେଉଛନ୍ତି ଛଟପଟ! ଘରୋଇ ଉପାୟରେ ଚୁଟ୍‌କୀରେ କମିବ Health Tips: ଚାଲିବା ବୁଲିବା ବେଳେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ବିଶେଷ କରି କିଛି ବାଟ ଚାଲିଗଲା ପରେ ଭୀଷଣ ଯନ୍ତ୍ରଣା ହୋଇଥାଏ । ଆଉ ଯନ୍ତ୍ରଣା ଉପଶମ ପାଇଁ ଅନେକ ସମୟରେ ପେନ୍‌କିଲର ଖାଇଥାନ୍ତି । Odia Last Updated : November 30, 2023, 15:35 IST Other, India Share this: Odia ସମ୍ବନ୍ଧିତ ଖବର ସକାଳୁ ଉଠିବା ମାତ୍ରେ ଶରୀରରେ ହେଉଛି କି ଯନ୍ତ୍ରଣା; କାରଣ ଜାଣିଲେ କରିବେନି ଅଣଦେଖା Health Tips: ହାର୍ଟଆଟାକ୍‌କୁ ନେଇ ଚିନ୍ତିତ ଅଛନ୍ତି କି? ବାସ ଘରେ କରନ୍ତୁ ଏହି ଯୋଗ Health Tips: ବ୍ୟବହାର କରି ଦେଖନ୍ତୁ ବାଉଁଶ ବ୍ରସ୍, ଶରୀର ଉପରେ ପକାଇବ ଚମତ୍କାରୀ ପ୍ରଭ Odia Digital Knee Stiffness; ସାଧାରଣତଃ ଆଣ୍ଠୁ ସମସ୍ୟା ବୟସାଧିକ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ । ବୟସ ଅଧିକ ହେବା ଫଳରେ ଶରୀରର ରୋଗ ପ୍ରତିରୋଧଶ ଶକ୍ତି ହ୍ରାସ ପାଇଥାଏ । ଏହା ସହିତ ଆଣ୍ଠୁଗଣ୍ଠି ସମସ୍ୟା ତଥା ଯନ୍ତ୍ରଣା ଆରମ୍ଭ ହୋଇଯାଇଥାଏ । କିନ୍ତୁ ଏବେ ଯୁବପିଢିଙ୍କ କ୍ଷେତ୍ରରେ ମଧ୍ୟ ଆଣ୍ଠୁ ସମସ୍ୟା ତୀବ୍ର ବେଗରେ ମାଡି ଚାଲିଛି । ଖୁବ୍ କମ ବୟସରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଚିନ୍ତାର କାରଣ ପାଲଟିଛି । ତେବେ କମ୍ ବୟସରେ ଆଣ୍ଠୁ ସମସ୍ୟା ବାହାରିବା ପଛରେ ଅନେକ ଗୁଡିଏ କାରଣ ମଧ୍ୟ ରହିଛି । ଖରାପ ଲାଇଫ୍‌ଷ୍ଟାଇଲ୍ ଏବଂ ଫିଜିକାଲ ଆକ୍ଟିଭିଟି (Physical Activity) କମ୍ ହେଲେ ଏଭଳି ସମସ୍ୟା ଦେଖାଦେଇଥାଏ । ଏହା ହେଲେ ସମୟ ପୂର୍ବରୁ ହିଁ ଆଣ୍ଠୁ ଦରଜ ଅନୁଭବ ହୋଇଥାଏ । କ୍ରମେ ତାହା ଅଧିକ ହେବା ସହିତ ଚାଲିବା ବୁଲିବା ବେଳେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ବିଶେଷ କରି କିଛି ବାଟ ଚାଲିଗଲା ପରେ ଭୀଷଣ ଯନ୍ତ୍ରଣା ହୋଇଥାଏ । ଆଉ ଯନ୍ତ୍ରଣା ଉପଶମ ପାଇଁ ଅନେକ ସମୟରେ ପେନ୍‌କିଲର ଖାଇଥାନ୍ତି । ପଢନ୍ତୁ: Bank Holiday: ଡିସେମ୍ବରରେ ୧୮ ଦିନ ବନ୍ଦ ରହିବ ବ୍ୟାଙ୍କ! ଜାଣନ୍ତୁ କାହିଁକି ଆଉ ସାରନ୍ତୁ ଜରୁରୀ କାମ ବିଶେଷଜ୍ଞଙ୍କ କହିବା ମୁତାବକ, ବାରମ୍ବାର ପେନ୍‌କିଲର ଖାଇବା ଦ୍ବାରା ଆମ ଶରୀରରେ ବ୍ୟାପକ ଖରାପ ପ୍ରଭାବ ପଡିଥାଏ । ତେଣୁ ଯଥାସମ୍ଭବ ପେନ୍‌କିଲର ନଖାଇବା ଉଚିତ । ଯଦି ଆପଣ ଆଣ୍ଠୁ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ କିଛି ଘରୋଇ ଟିପ୍ସ ଆପଣାଇ ପାରିବେ । ଆମେ ସମସ୍ତେ ଜାଣିଛେ ଯେ ଡ୍ରାଏ ଫ୍ରୁଟ୍ସ ସ୍ବାସ୍ଥ୍ୟ ପକ୍ଷେ କେତେ ଲାଭଦାୟକ । ତେଣୁ ଏହାକୁ ଖାଇବା ଦ୍ବାରା ଆଣ୍ଠୁ ସମସ୍ୟା ଦୂର କରାଯାଇପାରିବ । ସେହିଭଳି କ୍ଷୀର ମଧ୍ୟ ସ୍ବାସ୍ଥ୍ୟ ପକ୍ଷେ ବେଶ୍ ଲାଭଦାୟକ ଓ ପୋଷକ ଯୁକ୍ତ ପାନୀୟ । ହଳଦୀ ମଧ୍ୟ ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ । ଆୟୁର୍ବେଦ ଉପଚାର ପାଇଁ ହଳଦୀକୁ ବହୁଳ ମାତ୍ରାରେ ବ୍ୟବହାର କରାଯାଇଥାଏ । ଶରୀରକୁ ଉଷୁମ ଦେବା ପାଇଁ ହଳଦୀକୁ ବ୍ୟବହାର କରାଯାଇଥାଏ । ତେଣୁ ଆଣ୍ଠୁ ସମସ୍ୟା ଦୂର କରିବା ପାଇଁ ହଳଦୀ ଓ କ୍ଷୀର ସେବନ କରିବା ଉଚିତ । ଏହା ଦ୍ବାରା ଅନ୍ୟାନ୍ୟ ଶାରୀରିକ ସମସ୍ୟା ମଧ୍ୟ ଦୂର ହୋଇଥାଏ । ସାଦାରଣତଃ ମେଥିର ବ୍ୟବହାର ଖାଦ୍ୟପଦାର୍ତ ତିଆରି କରିବାରେ ହୋଇଥାଏ । ତେଣୁ ଯଦି ଆପଣଙ୍କ ଆଣ୍ଠୁ ସମସ୍ୟା ରହିଛି ତେବେ ମେଥି ସେବନ କରିପାରିବେ । ଏଥିପାଇଁ ରାତିରେ ମେଥିର ଦାନା ପାଣିରେ ଭିଜାଇ ରଖନ୍ତୁ । ସକାଳୁ ସେହି ମେଥିର ଦାନା ଖାଲି ପେଟରେ ଚୋବାଇ ଖାଆନ୍ତୁ । କେବଳ ସେତିକି ନୁହେଁ ମେଥିକୁ ଭିଜାଇଥିବା ପାଣି ମଧ୍ୟ ପିଇପାରିବେ । ପଢନ୍ତୁ: Virat Kohli: ତାଜୁବ କରିଦେବ କୋହଲିଙ୍କ ରୋଜଗାର, ମାତ୍ର ଗୋଟିଏ ଇନଷ୍ଟାଗ୍ରାମ ପୋଷ୍ଟରେ ପାଆନ୍ତି ଏତେ କୋଟି Top Videos Published by: Deepak Prusty FIRST PUBLISHED : November 30, 2023, 15:35 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । Effect On Health , Health Tips , Home tips , Pain ଫଟୋ ଗ୍ୟାଲେରୀ ... ... ... None

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.