NEWS

ଓଲିଉଡ୍‌ ବିବାଦରେ ଆଉ ଜଣେ ରାଜନେତାଙ୍କ ଏଣ୍ଟ୍ରି; ମନୋଜଙ୍କ ସମର୍ଥନରେ MP ସୁରେଶ ପୂଜାରୀ

ଓଲିଉଡରେ ଥମୁନି ଷ୍ଟାର କଳି; ସୋସିଆଲ ମିଡ଼ିଆରେ ସରକାରଙ୍କୁ ଅନୁରୋଧ କଲେ ମନୋଜ ମନୋଜ ଭାଇ ଆସନ୍ତୁ ମିଶିକି ଭଲ ଓଡ଼ିଆ ଫିଲ୍ମ କରିବା: ଅଭିନେତା ଅରିନ୍ଦମ Lingaraj Temple: ସେବାୟତଙ୍କ ମଧ୍ୟରେ ବିବାଦ; ଉପବାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । ... ... ... ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ » ଓଲିଉଡ୍‌ ବିବାଦରେ ଆଉ ଜଣେ ରାଜନେତାଙ୍କ ଏଣ୍ଟ୍ରି; ମନୋଜଙ୍କ ସମର୍ଥନରେ MP ସୁରେଶ ପୂଜାରୀ ଓଲିଉଡ୍‌ ବିବାଦରେ ଆଉ ଜଣେ ରାଜନେତାଙ୍କ ଏଣ୍ଟ୍ରି; ମନୋଜଙ୍କ ସମର୍ଥନରେ MP ସୁରେଶ ପୂଜାରୀ Ollywood Controversy: ବଡ଼ ରୂପ ନେଲାଣି ଓଲିଉଡ୍ କଳି। ଜଣେ ପରେ ଜଣେ ନେତା ବିବାଦରେ ଏଣ୍ଟ୍ରି ମାରିବାରେ ଲାଗିଛନ୍ତି। Odia Last Updated : November 03, 2023, 14:40 IST New Delhi, India Share this: Odia ସମ୍ବନ୍ଧିତ ଖବର ଓଲିଉଡରେ ଥମୁନି ଷ୍ଟାର କଳି; ସୋସିଆଲ ମିଡ଼ିଆରେ ସରକାରଙ୍କୁ ଅନୁରୋଧ କଲେ ମନୋଜ ମନୋଜ ଭାଇ ଆସନ୍ତୁ ମିଶିକି ଭଲ ଓଡ଼ିଆ ଫିଲ୍ମ କରିବା: ଅଭିନେତା ଅରିନ୍ଦମ Lingaraj Temple: ସେବାୟତଙ୍କ ମଧ୍ୟରେ ବିବାଦ; ଉପବାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ Odia Digital: Ollywood Controversy: ଓଲିଉଡ୍‌ ବିବାଦରେ ଆଉ ଜଣେ ରାଜନେତାଙ୍କ ଏଣ୍ଟ୍ରି। ବରଗଡ଼ ସାଂସଦ ସୁରେଶ ପୂଜାରୀ ଏ ପ୍ରସଙ୍ଗରେ କହିଛନ୍ତି, ଆଞ୍ଚଳିକତା ଆଧାରରେ ମନୋଜ ମିଶ୍ରଙ୍କୁ ବିରୋଧ କରାଯାଉଛି। ଏହା ଅସହିଷ୍ଣୁତାର ଚରମ ନିଦର୍ଶନ। ମନୋଜ ମିଶ୍ରଙ୍କ ଅପମାନ କେବଳ ତାଙ୍କର ଅପମାନ ନୁହେଁ, ଏହା ପଶ୍ଚିମାଞ୍ଚଳ ବାସୀଙ୍କର, ସମ୍ବଲପୁରୀ ଭାଷାଭାଷୀଙ୍କ ପ୍ରତି ଅପମାନ। ତାଙ୍କ ଉପରେ ଲାଗିଥିବା ବାସନ୍ଦ ପ୍ରତ୍ୟାହାର କରାଯାଉ, ତାଙ୍କୁ ସର୍ବସମ୍ମୁଖରେ କ୍ଷମା ମଗାଯାଉ। ତାଙ୍କ ସିନେମାକୁ ସବୁ ସିନେମା ହଲ୍‌ରେ କିପରି ପ୍ରଦର୍ଶିତ କରାଯିବ ତାର ବ୍ୟବସ୍ଥା କରାଯାଉ। ସୁରେଶ ଆହୁରି ମଧ୍ୟ କହିଛନ୍ତି, ଅନେକ ପ୍ରସଙ୍ଗରେ ବାରମ୍ବାର ପଶ୍ଚିମ ଓଡ଼ିଶାବାସୀଙ୍କୁ ଅପମାନିତ କରାଯାଏ। ଯେଉଁମାନେ ଏପରି କରୁଛନ୍ତି, ଏଥିରୁ କ୍ଷାନ୍ତ ହୁଅନ୍ତୁ। ନ ହେଲେ ବହୁତ ମୂଲ୍ୟ ଦେବାକୁ ପଡ଼ିବ। ସେପଟେ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଓଡ଼ିଶା ଏକ‌। ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ, ସବୁ ପ୍ରାନ୍ତକୁ ନେଇ ଓଡ଼ିଶା। ଏକ ବ୍ୟକ୍ତିଗତ ପ୍ରସଙ୍ଗକୁ ନେଇ କିଏ କଣ କହୁଥାଇପାରେ। ଭିନ୍ନତା ଭିତରେ ଏକତା ହିଁ ରହିବା ଆବଶ୍ୟକ। କଳାକାରମାନେ ପ୍ରତିଷ୍ଠିତ ବ୍ୟକ୍ତି। ସେମାନେ ସମାଧାନ କରିବା ଉଚିତ୍। ଭିନ୍ନତା ଭାବ ଆସିବା ଉଚିତ୍ ନୁହେଁ। ଭିନ୍ନତା ଭୁଲି ସମସ୍ତେ ଏକ ମନରେ ଓଡ଼ିଶାର ସାଂସ୍କୃତିକ ପ୍ରବାହକୁ ଆଗେଇ ନେବା ଉଚିତ୍। ବିବାଦର ସମାଧାନ ପାଇଁ ଅଭିନେତା ମନୋଜ ମିଶ୍ରଙ୍କୁ ଅପିଲ କରିଥିଲେ ଅରିନ୍ଦମ। ହେଲେ ଏଥର ବି ହାଲକେଇକି ଏକ ପିନ୍‌ ମାରିବାକୁ ଭୁଲି ନଥିଲେ ସେ ବୋଲି ଚର୍ଚ୍ଚା ହେଉଛି। ମନୋଜ ସାମ୍ବାଦିକ ସମ୍ମିଳନୀ କରି ବିବାଦରେ ଅଙ୍କୁଶ ଲଗାଇବାକୁ ଆହ୍ବାନ କରିଛନ୍ତି ଅରିନ୍ଦମ। ମାନା ମିଶ୍ରଙ୍କ ବକ୍ତବ୍ୟର ଉଦାହରଣ ଦେଇ ସେ କହିଛନ୍ତି ଯେ, ଆପଣ ବୟକଟ୍ କରାଇଛନ୍ତି। ମନୋଜ ମିଶ୍ରଙ୍କ କାକା ସେଥିରେ ସାମିଲ ଥିବା ମଧ୍ୟ କହିଛନ୍ତି ଅରିନ୍ଦମ। ଓଲିଉଡ୍ ବିବାଦର ସମାଧାନ ହେବ କେମିତି ? ଅଭିନେତା ମନୋଜ ମିଶ୍ର ଓ ପ୍ରଯୋଜକ ସଂଜୟ ନାୟକଙ୍କ ଭିତରେ ଲାଗି ରହିଥିବା ବିବାଦରେ କେବେ ପଡ଼ିବ ପୂର୍ଣ୍ଣଚ୍ଛେଦ? କାରଣ ଏହି ମାମଲାରେ ପ୍ରତିଦିନ ଆସୁଛି ନୂଆ ନୂଆ ଟ୍ବିଷ୍ଟ। ପଢ଼ନ୍ତୁ ଏହି ଖବର: ଏମିତି ସ୍ଥାନ; ଯେଉଁଠାରେ କାମ କରେନି ମାଧ୍ୟାକର୍ଷଣ ଶକ୍ତି; ଲୋକ ମାନନ୍ତି ଚମତ୍କାର ପୂର୍ବରୁ ଅରିନ୍ଦମଙ୍କ ସୋସିଆଲ ମିଡିଆ ପୋଷ୍ଟ ପରେ ହାସ୍ୟ କଳାକାର ଯୋଗେଶ ଜୋଜୋଙ୍କ ମନ୍ତବ୍ୟ ପୁଣି ଥରେ ମାମଲାକୁ କରିଛି ଗୋଳିଆ। ବିବାଦରୁ ଦୂରେଇ ଯାଇ ଆପୋଷ ଆଲୋଚନା ମୋଡକୁ ଆସିବା ପାଇଁ ମନୋଜଙ୍କୁ ଅପିଲ୍ କରିବା ଆଳରେ ଜୋରଦାର କଟାକ୍ଷ କରିଛନ୍ତି ଅରିନ୍ଦମ। ସେପଟେ ହାସ୍ୟ କଳାକାର ଜୋଜୋ ମନୋଜଙ୍କ ସପକ୍ଷରେ ଛିଡ଼ା ହୋଇ ବ୍ୟାନ୍‌କୁ କରିଛନ୍ତି ବିରୋଧ। Top Videos Published by: Lipina Das FIRST PUBLISHED : November 03, 2023, 14:36 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । Controversy , Manoj mishra , Odisha , Ollywood , Suresh Pujari ଫଟୋ ଗ୍ୟାଲେରୀ ... ... ...

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.