NEWS

ଖାଇବା ସମୟରେ କରୁଛନ୍ତି କି ଏମିତି ଭୁଲ? ବଢ଼ିବ ଋଣ ହୋଇଯିବେ କାଙ୍ଗାଳ!

Thirst: ହଠାତ୍‌ ଅଧା ରାତିରେ କାହିଁକି ଲାଗେ ଅଧିକ ଶୋଷ? ଜାଣନ୍ତୁ କାରଣ... Kidney Tips: କିଡନୀ ରୋଗୀଙ୍କ ପାଇଁ ଜରୁରୀ ଖବର; ଖାଉଛନ୍ତି କି ଏହି ଖାଦ୍ୟ? Good Habit: ଆପଣଙ୍କ ଏହି ଭଲ ଅଭ୍ୟାସ ସାଜିପାରେ କାଳ; ସାବଧାନ! ନଚେତ୍... ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । ... ... ... ହୋମ୍ » ଓଡ଼ିଶା ନ୍ୟୁଜ୍ » ଜୀବନଶୈଳୀ » ଖାଇବା ସମୟରେ କରୁଛନ୍ତି କି ଏମିତି ଭୁଲ? ବଢ଼ିବ ଋଣ ହୋଇଯିବେ କାଙ୍ଗାଳ! ଖାଇବା ସମୟରେ କରୁଛନ୍ତି କି ଏମିତି ଭୁଲ? ବଢ଼ିବ ଋଣ ହୋଇଯିବେ କାଙ୍ଗାଳ! Eating food Habits: ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଖଟ ଉପରେ ବସି ଖାଦ୍ୟ ଖାଇବା ଅନୁଚିତ୍‌ । ଆପଣଙ୍କ ଅଛି କି ଏହି ଅଭ୍ୟାସ.. Odia Last Updated : December 03, 2023, 15:38 IST New Delhi, India Share this: Odia ସମ୍ବନ୍ଧିତ ଖବର Thirst: ହଠାତ୍‌ ଅଧା ରାତିରେ କାହିଁକି ଲାଗେ ଅଧିକ ଶୋଷ? ଜାଣନ୍ତୁ କାରଣ... Kidney Tips: କିଡନୀ ରୋଗୀଙ୍କ ପାଇଁ ଜରୁରୀ ଖବର; ଖାଉଛନ୍ତି କି ଏହି ଖାଦ୍ୟ? Good Habit: ଆପଣଙ୍କ ଏହି ଭଲ ଅଭ୍ୟାସ ସାଜିପାରେ କାଳ; ସାବଧାନ! ନଚେତ୍... Odia Digital Vastu tips, Eating Habits: ବାସ୍ତୁ ଶାସ୍ତ୍ରରେ ସବୁ ଜିନିଷ ପାଇଁ କିଛି ନା କିଛି ସ୍ୱତନ୍ତ୍ର ନିୟମ ରହିଛି । ଆମେ ଜଣାତରେ ହେଉ କିମ୍ବା ଅଜାଣତରେ ଏପରି ଅନେକ କାମ କରିଥାଉ, ଯାହା ବାସ୍ତୁ ଦୋଷ ସୃଷ୍ଟି କରିଥାଏ । ଏହାର ପ୍ରଭାବ ଆମ ଜୀବନରେ ସିଧାସଳଖ ପଡିଥାଏ । ଏହି ସବୁ ବାସ୍ତୁ ତ୍ରୁଟି ଯୋଗୁ ପରିବାରରେ ଆର୍ଥିକ ସମସ୍ୟା ରହିବା ସହ ସଫଳତା ମଧ୍ୟ ବାଧାପ୍ରାପ୍ତ ହୋଇଥାଏ । ବାସ୍ତୁ ଶାସ୍ତ୍ରରେ ସକାଳୁ ଉଠିବାଠାରୁ ଆରମ୍ଭ କରି ଖାଇବା ପିଇବା ପର୍ଯ୍ୟନ୍ତ ସବୁ କିଛି ପାଇଁ ନିୟମ ରହିଛି। ଏହି ନିୟମ ଗୁଡିକୁ ଧ୍ୟାନରେ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଖଟ ଉପରେ ବସି ଖାଦ୍ୟ ଖାଇବା ଅନୁଚିତ୍‌। ଯଦି ଆପଣ ଏପରି କରୁଛନ୍ତି ତେବେ ଆଜି ହିଁ ଏହି ଖରାପ ଅଭ୍ୟସ ବନ୍ଦ କରିଦିଅନ୍ତୁ। ଆସନ୍ତୁ ଜାଣିବା ଯେ ଖଟ ଉପରେ ବସି ଖାଦ୍ୟ ଖାଇବାରେ କ’ଣ ଅସୁବିଧା ହୋଇଥାଏ? ଶାସ୍ତ୍ର ଅନୁଯାୟୀ, ଆର୍ଥିକ ସମସ୍ୟା ଏବଂ ଚାକିରି କିମ୍ବା ବ୍ୟବସାୟରେ ବିଫଳତାର କାରଣ ମଧ୍ୟ ଜାଣିଶୁଣି କିମ୍ବା ଅଜାଣତରେ ଆମ ଦ୍ୱାରା କରାଯାଇଥିବା ଭୁଲ ହୋଇପାରେ। ଖାଇବା ସମୟରେ ଏହି ତ୍ରୁଟି ମଧ୍ୟରୁ ଗୋଟିଏ। ଖାଦ୍ୟ ସହ ଜଡିତ କିଛି ବିଶେଷ ନିୟମ ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି, ଏହାକୁ ଅଣଦେଖା କରିବା ଦ୍ୱାରା ଜୀବନରେ ଅନେକ ସମସ୍ୟା ଆସିପାରେ। ଖାଇବା ସମୟରେ କେଉଁ ଜିନିଷକୁ ଧ୍ୟାନରେ ରଖିବା କଥା ଆସନ୍ତୁ ଜାଣିବା... ଖାଦ୍ୟ ଖାଇବା ନିୟମ ଏହିପରି ଖାଇବା ଦ୍ବାରା ଋଣ ବଢ଼ିଥାଏ - ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ବିଛଣାରେ ବସି ଖାଦ୍ୟ ଖାଇବାର ଅଭ୍ୟାସ ରହିଛି । ଏହି ଲୋକମାନେ ନିଜ ଶୋଇବା ଘରର ବିଛଣା ଉପରେ ବସି ଖାଦ୍ୟ ଖାଇଥାନ୍ତି । ବାସ୍ତୁ ଅନୁସାରେ, ବିଛଣାରେ ବସି ଖାଦ୍ୟ ଖାଇବା ଦ୍ୱାରା କେବଳ ସ୍ୱାସ୍ଥ୍ୟର କ୍ଷତି ନୁହେଁ, ବରଂ ଆର୍ଥିକ ସଙ୍କଟ ମଧ୍ୟ ଟାଣି ଆଣିଥାଏ। ଖଟ ଉପରେ ବସି ଖାଇବା ପିଇବା ଦ୍ୱାରା ମା’ ଲକ୍ଷ୍ମୀ କ୍ରୋଧିତ ହୋଇଯାଆନ୍ତି ଏବଂ ସେ ସେହି ଘରକୁ କେବେ ଆସନ୍ତି ନାହିଁ। ଯେଉଁ ଘରେ ଲୋକମାନେ ବିଛଣାରେ ବସି ଖାଇବା ଖାଇଥାନ୍ତି, ସେମାନଙ୍କ ଘରେ ଦାରିଦ୍ର୍ୟତା ବାସ କରିଥାଏ। ଏହାସହ ଘରେ ଲୋକଙ୍କ ଉପରେ ଋଣ ବଢିଥାଏ ଓ ଅଶାନ୍ତି ମଧ୍ୟ ବଢିଥାଏ। ଖାଦ୍ୟ ଖାଇବା ଦିଗ - ଶାସ୍ତ୍ର ଅନୁଯାୟୀ ଖାଦ୍ୟ ବସି ଖାଇବାର ସଠିକ୍ ଦିଗ ପୂର୍ବ କିମ୍ବା ଉତ୍ତର ବୋଲି କୁହାଯାଏ। କେବଳ ଏହି ଦିଗକୁ ଦୃଷ୍ଟିରେ ରଖି ଖାଦ୍ୟ ଖାଇବା ଉଚିତ୍। ଯଦି ଆପଣ ପୂର୍ବ ଦିଗକୁ ମୁହଁ କରି ଖାଦ୍ୟ ଖାଉଛନ୍ତି, ତେବେ ଆପଣ ରୋଗ ଏବଂ ମାନସିକ ଚାପ ଭଳି ସମସ୍ୟାରୁ ମୁକ୍ତି ପାଇପାରିବେ। ଦକ୍ଷିଣ ଆଡକୁ ମୁହଁ କରି ଖାଦ୍ୟ ଖାଆନ୍ତୁ ନାହିଁ- ଯଦି ତଳେ ଆପଣ ବସିପାରିବେ ନାହିଁ, ତେବେ ଡାଇନିଂ ଟେବୁଲରେ ବସି ଖାଆନ୍ତୁ, କିନ୍ତୁ ମନେରଖନ୍ତୁ ଯେ ଖାଦ୍ୟ ପ୍ଲେଟ୍ ବସିବା ସ୍ଥାନଠାରୁ ଉପରେ ରହିବା ଉଚିତ୍। ଖାଇବା ସମୟରେ ଏହି ଜିନିଷ ପିନ୍ଧନ୍ତୁ ନାହିଁ - ହିନ୍ଦୁ ଧର୍ମରେ ଆଠ ପ୍ରକାରର ଧନ ବର୍ଣ୍ଣନା କରାଯାଇଛି। ସେଥିମଧ୍ୟରୁ ଖାଦ୍ୟ ସମ୍ପଦ ମଧ୍ୟ ଅନ୍ୟତମ ଧନ ଏବଂ ଅନ୍ନପୂର୍ଣ୍ଣା ଯିଏ ଖାଦ୍ୟର ଦେବୀ। ଖାଦ୍ୟ ଗ୍ରହଣ କରିବା ସମୟରେ ଜଣେ ଜୋତା ଏବଂ ଚପଲ ପିନ୍ଧିବା ଉଚିତ୍ ନୁହେଁ। ଏହା ମାତା ଅନ୍ନପୂର୍ଣ୍ଣା ଏବଂ ଲକ୍ଷ୍ମୀଙ୍କୁ ଅସମ୍ମାନ କରେ। ଏହା କରିବା ଦ୍ୱାରା ଅର୍ଥର ଅଭାବ ଦେଖାଦେବ। ଏମିକି କରିବା ଦ୍ବାରା ଋଣ ଭାର ବଢ଼ିଥାଏ। ରୋଷେଇ ଘରେ ଏହି ସତର୍କତା ଅବଲମ୍ବନ କରନ୍ତୁ - ଏକ ମଇଳା ରୋଷେଇ ଘର ଆପଣଙ୍କୁ କେବେବି ଆଗକୁ ବଢ଼ିବାକୁ ଦେବ ନାହିଁ ଏବଂ ନକାରାତ୍ମକ ଶକ୍ତି ଏହିପରି ଘରେ ପ୍ରବେଶ କରିବ। ଏଭଳି ପରିସ୍ଥିତିରେ ବାସନକୁସନ ସବୁବେଳେ ରାତିରେ ଧୋଇବା ଉଚିତ୍, ଏହା ଆର୍ଥିକ ସମସ୍ୟା ରୋକିଥାଏ। ପଢ଼ନ୍ତୁ ଏହି ଖବର: ସବୁବେଳେ ବାମ ହାତରେ କାହିଁକି ପିନ୍ଧାଯାଏ ଘଣ୍ଟା? ରହିଛି ବୈଜ୍ଞାନିକ କାରଣ... (Disclaimer: ଏଠାରେ ପ୍ରଦାନ କରାଯାଇଥିବା ସୂଚନା କେବଳ ଅନୁମାନ ଏବଂ ସୂଚନା ଉପରେ ଆଧାରିତ। ଏହାକୁ ନ୍ୟୁଜ୧୮ ଓଡ଼ିଆ ନିଶ୍ଚିକ କରେନାହିଁ।) Top Videos Published by: Lipina Das FIRST PUBLISHED : December 03, 2023, 15:38 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । Bad Habits , Vastu Tips , Vastu Tips For Bhojon ଫଟୋ ଗ୍ୟାଲେରୀ ... ... ... None

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.