NEWS

Relationship Tips: ପାର୍ଟନରଙ୍କ ସହ ଭୁଲରେ ବି କରନ୍ତୁନି ଏମିତି, ସବୁଦିନ ପାଇଁ ଭାଙ୍ଗିଯିବ ସମ୍ପର୍କ

ଏମିତି ଝିଅଙ୍କୁ ବିବାହ କରିବାକୁ ସମସ୍ତେ ଚାହାନ୍ତି, ଆପଣଙ୍କ ପାଖରେ ଅଛି କି ଏହି ୪ ଗୁଣ! ପାର୍ଟନରଙ୍କ ସହ ଭୁଲରେ ବି କରନ୍ତୁନି ଏମିତି, ସବୁଦିନ ପାଇଁ ଭାଙ୍ଗିଯିବ ସମ୍ପର୍କ ଫୋନ୍ କଲ୍ ହେଲା କାଳ; ରାଗରେ ସ୍ବାମୀ ସାଜିଲା ରାକ୍ଷସ; ସ୍ତ୍ରୀର ନେଲା ଜୀବନ ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । ... ... ... ହୋମ୍ » ଓଡ଼ିଶା ନ୍ୟୁଜ୍ » ଜୀବନଶୈଳୀ » Relationship Tips: ପାର୍ଟନରଙ୍କ ସହ ଭୁଲରେ ବି କରନ୍ତୁନି ଏମିତି, ସବୁଦିନ ପାଇଁ ଭାଙ୍ଗିଯିବ ସମ୍ପର୍କ Relationship Tips: ପାର୍ଟନରଙ୍କ ସହ ଭୁଲରେ ବି କରନ୍ତୁନି ଏମିତି, ସବୁଦିନ ପାଇଁ ଭାଙ୍ଗିଯିବ ସମ୍ପର୍କ Relationship Tips: ଯଦି ଆପଣ କୌଣସି ଜିନିଷକୁ ନେଇ ରାଗିଯାଉଛନ୍ତି ତେବେ ତୁରନ୍ତ ଆପଣଙ୍କ ପାର୍ଟନରଙ୍କୁ କହିଦିଅନ୍ତୁ । Odia Last Updated : December 01, 2023, 12:38 IST Other, India Share this: Odia ସମ୍ବନ୍ଧିତ ଖବର ଏମିତି ଝିଅଙ୍କୁ ବିବାହ କରିବାକୁ ସମସ୍ତେ ଚାହାନ୍ତି, ଆପଣଙ୍କ ପାଖରେ ଅଛି କି ଏହି ୪ ଗୁଣ! ପାର୍ଟନରଙ୍କ ସହ ଭୁଲରେ ବି କରନ୍ତୁନି ଏମିତି, ସବୁଦିନ ପାଇଁ ଭାଙ୍ଗିଯିବ ସମ୍ପର୍କ ଫୋନ୍ କଲ୍ ହେଲା କାଳ; ରାଗରେ ସ୍ବାମୀ ସାଜିଲା ରାକ୍ଷସ; ସ୍ତ୍ରୀର ନେଲା ଜୀବନ Odia Digital Relationship Tips: ଅନେକ ସମୟରେ କିଛିଟା ଭୁଲ ବୁଝାମଣା ତଥା ଝଗଡା କାରଣରୁ ସମ୍ପର୍କ ଖରାପ ହୋଇଥାଏ । ଆଉ ଝଗଡା ବ୍ୟକ୍ତିଗତ ସ୍ତରକୁ ଯାଇ ପାରିବାରିକ ସମସ୍ୟାରେ ପରିଣତ ହୋଇଥାଏ । ଏମିତି ବି ହୋଇପାରେ ଯେ ସମ୍ପର୍କ ପୂରାପୂରି ଭାଙ୍ଗିଯାଇପାରେ। ହଁ, ଅଧିକାଂଶ ଲୋକ ଏହିପରି ସମସ୍ୟା ପ୍ରତି ଆଦୌ ଧ୍ୟାନ ଦିଅନ୍ତି ନାହିଁ। ବିଶେଷ କରି ପତି-ପତ୍ନୀଙ୍କ ମଧ୍ୟରେ ସମ୍ପର୍କରେ ସାମାନ୍ୟ କିଛି କଥା ପାଇଁ ଫାଟ ସୃଷ୍ଟି ହୁଏ । ବିବାଦ କ୍ରମେ ବଢି ସାଂଘାତିକ ରୂପ ନିଏ ଏବଂ ପରିବାରରେ ବିବାଦ ଲାଗିରୁହେ । ଏପରି ପରିସ୍ଥିତିରେ ଯଦି ଆପଣ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ନିଜ ସମ୍ପର୍କକୁ ବଜାୟ ରଖିବାକୁ ଚାହାଁନ୍ତି ତେବେ କିଛି ଜିନିଷ ପ୍ରତି ଧ୍ୟାନ ରଖିବାକୁ ହେବ । ଏହାର କାରଣ ହେଉଛି କୌଣସି ଗୋଟିଏ ଛୋଟ ଭୁଲ ବି ଆପଣଙ୍କ ସମ୍ପର୍କକୁ ନଷ୍ଟ କରିଦେଇପାରେ। ଏପରି ପରିସ୍ଥିତିରେ ଆପଣ କଣ କରିବା ଉଚିତ? ଜାଣନ୍ତୁ ସେଗୁଡିକ କଣ ଏବଂ କିଭଳି ଭଲ ସମ୍ପର୍କକୁ ମଜବୁତ କରାଯାଇପାରିବେ । ଦୀର୍ଘ ଦିନର ତିକ୍ତତା ହଠାତ୍ ବାହାରିବା: ଯଦି ଆପଣ କୌଣସି ଜିନିଷକୁ ନେଇ ରାଗିଯାଉଛନ୍ତି ତେବେ ତୁରନ୍ତ ଆପଣଙ୍କ ପାର୍ଟନରଙ୍କୁ କହିଦିଅନ୍ତୁ । ଏହାର କାରଣ ହେଉଛି ଯଦି ଆପଣ ନିଜ କ୍ରୋଧକୁ ଆୟତରେ ନରଖନ୍ତି ତେବେ ଭବିଷ୍ୟତରେ ଏହା ସାଂଘାତିକ ହେବ ଏବଂ ସମ୍ପର୍କରେ ଫାଟ ସୃଷ୍ଟିହେବ । ତେଣୁ ଯଦି ଆପଣ ଚାହୁଁଛନ୍ତି ଯେ ସମ୍ପର୍କ ନଭାଙ୍ଗୁ ତେବେ ତୁରନ୍ତ ପତ୍ନୀଙ୍କ ସାମ୍ନାରେ ଭାବନା ପ୍ରକାଶ କରି ସମାଧାନ କରିନେବା ଉଚିତ । ପଢନ୍ତୁ: Cyclone Alert: ମାଡୁଆସୁଛି ବାତ୍ୟା 'Michaung', ଏଇଠି କରିବ ଲ୍ୟାଣ୍ଡଫଲ! ସରପ୍ରାଇଜ୍ ଦିଅନ୍ତୁ: ଆପଣ ଜାଣନ୍ତି କି ସଂପର୍କରେ ବେଳେବେଳେ ସରପ୍ରାଇଜ୍ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସମ୍ପର୍କ ଆରମ୍ଭରୁ ପ୍ରାୟ ସମସ୍ତେ ସାଥୀଙ୍କୁ ସରପ୍ରାଇଜ୍ ଦିଅନ୍ତି । କିନ୍ତୁ ପୁରୁଣା ହେବାପରେ ତାହା କମିଯାଇଥାଏ । ଯଦି ସମୟ ସହିତ ସମ୍ପର୍କରେ ସରପ୍ରାଇଜ୍‌ ଦେବା କମିଯାଏ ତେବେ କେଉଁଠି ନା କେଉଁଠି ଖରାପ ହେବା ଆରମ୍ଭ କରେ । ତେଣୁ ଜୀବନସାଥୀଙ୍କୁ ବେଳେବେଳେ ସରପ୍ରାଇଜ୍ ଦେଲେ ସମ୍ପର୍କ ଭଲ ହେବା ସହିତ ମଜବୁତ ହୋଇଥାଏ । ସମ୍ପର୍କକୁ ହାଲକା ଭାବେ ନିଅନ୍ତୁନି: ଅନେକ ଲୋକଙ୍କର ନିଜ ସାଥୀ କିମ୍ବା ସେମାନଙ୍କ ସମ୍ପର୍କକୁ ହାଲୁକା ଭାବରେ ଗ୍ରହଣ କରିବାର ଅଭ୍ୟାସ ଅଛି । ଏହା ଦ୍ବାରା ସେମାନଙ୍କ ମଧ୍ୟରେ ଦୂରତା ଆସିବା ଆରମ୍ଭ କରେ । ତେଣୁ ଯଦି ଆପଣଙ୍କ ସମ୍ପର୍କ ମଧ୍ୟ ଏହିପରି ତେବେ ଜୀବନସାଥୀ କିମ୍ବା ସମ୍ପର୍କକୁ ହାଲୁକା ଭାବରେ ନିଅନ୍ତୁ ନାହିଁ । କାରଣ ଏହା ସମ୍ପର୍କକୁ ନଷ୍ଟ କରିବା ସହିତ ଧିରେ ଧିରେ ଭଲପାଇବାକୁ କମାଇଥାଏ । ପଢନ୍ତୁ: Virat Kohli: ODI ଓ T-20 ଖେଳିବାକୁ ମନାକରିଛନ୍ତି କୋହଲି; ତେନ୍ଦୁଲକର କହିଲେ, 'ମୁଁ ଖୁସି ଯେ ସେ ଏଭଳି....' Top Videos Published by: Deepak Prusty FIRST PUBLISHED : December 01, 2023, 12:38 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । Good relationship , Relationship Tips , Relationships , Surprise ଫଟୋ ଗ୍ୟାଲେରୀ ... ... ... None

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.