NEWS

ମନୋଜ ଭାଇ ଆସନ୍ତୁ ମିଶିକି ଭଲ ଓଡ଼ିଆ ଫିଲ୍ମ କରିବା: ଅଭିନେତା ଅରିନ୍ଦମ

ଅନୁଭବଙ୍କ ହୃଦୟରେ ଅଛନ୍ତି ବର୍ଷା! ସୋସିଆଲ ମିଡ଼ିଆରେ ଲେଖିଲେ ମନର କଥା ସୋସିଆଲ ମିଡିଆରେ ଷ୍ଟାର ଓ୍ବାର୍‌ ! ବର୍ଷା-ଅନୁଭବଙ୍କ କାଉନସେଲିଂ; ସୋସିଆଲ ମିଡ଼ିଆରେ ଏମିତି କହିଲେ ଅଭିନେତା ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । ... ... ... ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ » ମନୋଜ ଭାଇ ଆସନ୍ତୁ ମିଶିକି ଭଲ ଓଡ଼ିଆ ଫିଲ୍ମ କରିବା: ଅଭିନେତା ଅରିନ୍ଦମ ମନୋଜ ଭାଇ ଆସନ୍ତୁ ମିଶିକି ଭଲ ଓଡ଼ିଆ ଫିଲ୍ମ କରିବା: ଅଭିନେତା ଅରିନ୍ଦମ Manoj Mishra Ban Controversy: ଓଲିଉଡରେ କଳାକାରଙ୍କ କଳିରେ ପଡିବ ପୂର୍ଣ୍ଣଚ୍ଛେଦ କି ? କଟକରେ ସାମ୍ବାଦିକ ସମ୍ମିଳନୀରେ ଅଭିନେତା ଅରିନ୍ଦମଙ୍କ ଅପିଲ କରିଛନ୍ତି । Odia Last Updated : October 29, 2023, 17:17 IST Other, India Share this: Odia ସମ୍ବନ୍ଧିତ ଖବର ଅନୁଭବଙ୍କ ହୃଦୟରେ ଅଛନ୍ତି ବର୍ଷା! ସୋସିଆଲ ମିଡ଼ିଆରେ ଲେଖିଲେ ମନର କଥା ସୋସିଆଲ ମିଡିଆରେ ଷ୍ଟାର ଓ୍ବାର୍‌ ! ବର୍ଷା-ଅନୁଭବଙ୍କ କାଉନସେଲିଂ; ସୋସିଆଲ ମିଡ଼ିଆରେ ଏମିତି କହିଲେ ଅଭିନେତା Odia Digital Manoj Mishra Ban Controversy: ଓଲିଉଡରେ କଳାକାରଙ୍କ କଳିରେ ପଡିବ ପୂର୍ଣ୍ଣଚ୍ଛେଦ କି ? କଟକରେ ସାମ୍ବାଦିକ ସମ୍ମିଳନୀରେ ଅଭିନେତା ଅରିନ୍ଦମଙ୍କ ଅପିଲ କରିଛନ୍ତି । ବିବାଦ ଆଗକୁ ନବଢାଇବାକୁ ମନୋଜ ମିଶ୍ରଙ୍କୁ କଲେ ଅନୁରୋଧ କରିଛନ୍ତି । କହିଲେ ଦୁଇ ଭାଇ ବସି ଆଲୋଚନା କଲେ ସବୁ ସମାଧାନ ହେବ । ଆହୁରି କହିଛନ୍ତି ଯେ ‘ଘର କଥାରେ ରାଜନୀତି ପଶିଲାଣି, ମନୋଜ ଭାଇ ଆସନ୍ତୁ ବସି କଥା ହେବା । ଦୁଇ ଭାଇ ମିଶି ଭଲ ଓଡ଼ିଆ ଫିଲ୍ମ କରିବା । ଦୁଇ ଜଣ ଚାହିଁଲେ ବ୍ୟାନ୍ ଉଠିଯିବ । ଏବେ ଓଡ଼ିଆ ଇଣ୍ଡଷ୍ଟ୍ରୀ ପାଇଁ ଭଲ ସମୟ ଆସିଛି । ଉଭୟ ମିଶି ଭଲ ଫିଲ୍ମ କରିବା । ସମ୍ବଲପୁରରେ ଅରିନ୍ଦମଙ୍କ ଫିଲ୍ମ ରାମକୁ ହଲରେ ପକାଇ ନଦେବା ଘଟଣାକୁ ନେଇ ଦେଖା ହୋଇଥିଲା ବିବାଦ । ଏହାକୁ ନେଇ କିଛି ଦିନ ତଳେ ଓଲିଉଡ୍ ପ୍ରଯୋଜକ ସଂଘ ଅଭିନେତା ମନୋଜ ମିଶ୍ରଙ୍କୁ ୨ ବର୍ଷ ପାଇଁ ବ୍ୟାନ କରିବା ପରେ ଘଟଣା ଦାନା ବାନ୍ଧିଥିଲା । ପଶ୍ଚିମ ଓଡ଼ିଶାର ଏକାଧିକ ନେତା ଏହାକୁ ନେଇ ସ୍ବର ଉଠାଇବା ପରେ ଓଲିଉଡରେ ରାଜନୀତି ପ୍ରବେଶ କରିଥିବା ସ୍ପଷ୍ଟ କରିଥିଲା । ସେପଟେ ଓଲିଉଡ୍‌ରେ ବିବାଦକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ଓଡ଼ିଆ ଚଳଚ୍ଚିତ ରିଲିଜକୁ ନେଇ ପୁଣି ଥରେ ବିବାଦ ସାମ୍ନାକୁ ଆସିଥିଲା। ପୁଣି ଦୁଇ ପ୍ରଯୋଜକ ଓ ଦୁଇ ଅଭିନେତା ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଦଶହରା ଉପଲକ୍ଷେ ହଲ୍‌କୁ ଆସିବାକୁ ଥିବା ଓଡ଼ିଆ ଫିଲ୍ମ ‘ରାମ’ ଗତ ୨୩ ତାରିଖରେ ସମ୍ବଲପୁରରେ ବିଭିନ୍ନ ସିନେମା ହଲରେ ରିଲିଜ ହେବାର ଥିଲା। ତେବେ ଅଭିନେତା ମନୋଜ ମିଶ୍ରଙ୍କ ସମର୍ଥକ ମାନେ ପଶ୍ଚିମ ଓଡିଶା ଏବଂ ଉପକୂଳ ଓଡିଶା କଥା ଅଭିଯୋଗ କରି ହଲ୍‌ରେ ପ୍ଲା କାର୍ଡ ଧରି ବିରୋଧ କରିଥିବା ନେଇ ଅଭିନେତା ଅରିନ୍ଦମ ଦାସ ଏବଂ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ଅଭିଯୋଗ କରିଥିଲେ। ପ୍ରଥମ ଶୋରେ ଗୋଟିଏ ବି ଟିକଟ ସେଲ୍ ହୋଇନଥିଲା । ଏହାକୁ ଦେଖି ଅନ୍ୟ ହଲ ମାଲିକ ମାନେ ଭୟରେ ଅରିନ୍ଦମ ଦାସଙ୍କ ଅଭିନୀତ ଓଡ଼ିଆ ଫିଲ୍ମ ରାମକୁ ସମ୍ବଲପୁରରେ ରିଲିଜ କରାଇଲେ ନାହିଁ। ପଢନ୍ତୁ ଏହି ଖବର: Vastu Tips for Cats: ହଠାତ୍ ଘରେ ବିଲେଇର ପ୍ରବେଶ ଭଲ ନା ଖରାପ ? ଏହାର ଲକ୍ଷଣ କଣ ? ଏହାପରେ ଓଡ଼ିଆ ଚାଳଚିତ୍ର ଜଗତର କିଛି ପ୍ରୋଜଯୋକ ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିନେତା ମନୋଜ ମିଶ୍ରଙ୍କୁ ଓଡ଼ିଆ ଚଳଚ୍ଚିତ୍ର ପ୍ରଜୋଜକ ଦୁଇ ବର୍ଷ ପାଇଁ ବ୍ୟାନ କରିଥିବା ଘୋଷଣା କରିଥିଲେ । ଏହାକୁ ନେଇ ମୁହଁ ଖୋଲିଛନ୍ତି ଅଭିନେତା ମନୋଜ ମିଶ୍ର । କହିଛନ୍ତି, ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ କହିଲେ କଟକ, ଭୁବନେଶ୍ୱର ନୁହେଁ । ଫିଲ୍ମ ଇଣ୍ଡଷ୍ଟ୍ରୀ ସାରା ଓଡ଼ିଶାର, ମୁଁ ଜଣେ ଓଡ଼ିଆ । ମୋତେ ବ୍ୟାନ୍‌ କରାଯାଇଛି ବୋଲି କିଛି ଚିଠି ପାଇନି । ଆହୁରି ମଧ୍ୟ କହିଛନ୍ତି, ମୋତେ ଟୁଟୁ ନାୟକ ବ୍ୟାନ୍ କରାଯାଇଥିବା ମିଡିଆରେ କହିଛନ୍ତି । ତେବେ ସେ ଟୁଟୁ ନାୟକଙ୍କୁ ବ୍ୟାନ୍ କରୁଥିବା ପାଲଟା କହିଛନ୍ତି । ଟୁଟୁ ନାୟକଙ୍କ କୌଣସି ଫିଲ୍ମରେ ଅଭିନୟ କରିବେନି ବୋଲି କହିଛନ୍ତି ମନୋଜ ମିଶ୍ର । ଏହା ସହିତ ସେ ମୋତେ ବ୍ୟାନ୍ କରିବାକୁ କିଏ ବୋଲି ପ୍ରଶ୍ନ ପଚାରିଛନ୍ତି ମନୋଜ । ଅନ୍ୟପଟେ ଅନୁଭବ ଓ ଅରିନ୍ଦମ, ଟୁଟୁ ନାୟକ ଚକ୍କରରେ ପଡ଼ି ଯାଇଥିବା ମଧ୍ୟ ସେ କହିଛନ୍ତି । ଏଭଳି ଗୋଟିକ ପରେ ଗୋଟିଏ ଅଭିଯୋଗ ଏହି ବିବାଦକୁ ଆଗକୁ ଟାଣି ନେଉଛି । ଆଉ ଏହାରି ଭିତରେ ରାଜନୀତି ମଧ୍ୟ ପଶିଗଲାଣି । କିନ୍ତୁ ଏହି ବିବାଦ ଭିତରେ ଅନ୍ୟ ଅଭିନେତା ମାନେ କହୁଛନ୍ତି, ଏହି କଳି ଶୀଘ୍ର ତୁଟିଯିବ । Top Videos Published by: Sujit Swain FIRST PUBLISHED : October 29, 2023, 17:14 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । Anubha Mohanty , Controversy , Manoj mishra , Narsingh Mishra , Ollywood , Ollywood Actor ଫଟୋ ଗ୍ୟାଲେରୀ ... ... ...

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.